Advertisment

Memorable 25: ମନେରହିବ ୨୫: ଆଶାର ଉଡ଼ାଣ

Advertisment

ଓଡ଼ିଶାର ଯୁବପିଢ଼ିଙ୍କ ସ୍ବପ୍ନ ଅନେକ। ଏଠି ସାଧନ ଅଛି, ସମ୍ଭାବନା ବି ରହିଛି। ଏଠାରେ ଭରପୂର ଭିତ୍ତିଭୂମି ରହିଛି। ଶ୍ରମଶକ୍ତି ଅଛି, ଯୁବ ଶକ୍ତି ବି ରହିଛି। ହେଲେ ଉଡ଼ାଣରେ ଇନ୍ଧନ ଭରିବା ପାଇଁ ଆବଶ୍ୟକ ଏକ ଉପଯୁକ୍ତ ଯୁବନୀତି।

ଓଡ଼ିଶାର ଯୁବପିଢ଼ିଙ୍କ ସ୍ବପ୍ନ ଅନେକ। ଏଠି ସାଧନ ଅଛି, ସମ୍ଭାବନା ବି ରହିଛି। ଏଠାରେ ଭରପୂର ଭିତ୍ତିଭୂମି ରହିଛି। ଶ୍ରମଶକ୍ତି ଅଛି, ଯୁବ ଶକ୍ତି ବି ରହିଛି। ହେଲେ ଉଡ଼ାଣରେ ଇନ୍ଧନ ଭରିବା ପାଇଁ ଆବଶ୍ୟକ ଏକ ଉପଯୁକ୍ତ ଯୁବନୀତି।

gagdzvcvc

ଓଡ଼ିଶାର ଯୁବପିଢ଼ିଙ୍କ ସ୍ବପ୍ନ ଅନେକ। ଏଠି ସାଧନ ଅଛି, ସମ୍ଭାବନା ବି ରହିଛି। ଏଠାରେ ଭରପୂର ଭିତ୍ତିଭୂମି ରହିଛି। ଶ୍ରମଶକ୍ତି ଅଛି, ଯୁବ ଶକ୍ତି ବି ରହିଛି। ହେଲେ ଉଡ଼ାଣରେ ଇନ୍ଧନ ଭରିବା ପାଇଁ ଆବଶ୍ୟକ ଏକ ଉପଯୁକ୍ତ ଯୁବନୀତି। ସରକାର ଯୁବପିଢ଼ିଙ୍କୁ ଉତ୍କର୍ଷର ଶିଖରରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି। ହେଲେ ଏହା ଯଥେଷ୍ଟ ହେଉନାହିଁ। ନିଯୁକ୍ତି ବଜାରରେ ମୁକାବିଲା କରିବା ଭଳି ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ପଡ଼ିବ। ନବସୃଜନକୁ ପ୍ରୋତ୍ସାହନ ପାଇଁ ନୂଆକିଛି କରିବାକୁ ପଡ଼ିବ। କାରଣ ଦକ୍ଷତାର ଉପଯୁକ୍ତ ବିନିଯୋଗ ନ ହେଲେ ଯୁବପିଢ଼ି ବିପଥଗାମୀ ହେବେ କିମ୍ବା ହତୋତ୍ସାହିତ ହୋଇ ନିଜକୁ ହିଁ ଶେଷ କରିଦେବେ। ଯାହା ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ। ଯୁବପିଢ଼ିଙ୍କ ଆଶା, ଆକାଂକ୍ଷା, ସ୍ବପ୍ନ ଓ ସମ୍ଭାବନାକୁ ନେଇ ବର୍ଷାନ୍ତ ଫର୍ଦ୍ଦରେ ସ୍ବତନ୍ତ୍ର ପ୍ରତିବେଦନ।
ପ୍ରସ୍ତୁତି: ପ୍ରଦୀପ କୁମାର ମହାପାତ୍ର
  ଅଳଙ୍କରଣ: ଦୀପ୍ତି ରଞ୍ଜନ ଆଚାର୍ଯ୍ୟ, କାର୍ଟୁନ୍‌: ଦେବାଶିଷ

ସ୍ବପ୍ନ ଓ ସମ୍ଭାବନା
ଓଡ଼ିଶାର ମାଟିତଳେ ଖଣିଜ ସଂପଦ ଭରି ରହିଥିବା ବେଳେ ମାଟି ଉପରେ ଅନେକ ନଦନଦୀ ରହିଛି। ଏହାସହ ବିସ୍ତୀର୍ଣ୍ଣ ବେଳାଭୂମିକୁ ନେଇ ସମୃଦ୍ଧିର ସମ୍ଭାବନା ରହିଛି। ରାଜ୍ୟର ଖଣିଜ ସଂପଦକୁ ଭିତ୍ତି କରି ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଅନେକ ବୃହତ୍‌ ଶିଳ୍ପ, ରାଉରକେଲାରେ ଇସ୍ପାତ କାରଖାନା, କୋରାପୁଟର ଦାମନଯୋଡ଼ିଠାରୁ ଆରମ୍ଭ କରି ଅନୁଗୁଳ, ଝାରସୁଗୁଡ଼ାରେ ଅନେକ ଶିଳ୍ପ ଗଢ଼ି ଉଠିଛି। ଆଗକୁ ମଧ୍ୟ କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ବୃହତ୍‌ ଶିଳ୍ପ ମୁଣ୍ଡ ଟେକିବାର ସମ୍ଭାବନା ରହିଛି। ତେବେ ଶିଳ୍ପ ଦ୍ବାରା ସ୍ଥାନୀୟ ନିଯୁକ୍ତିକୁ ତ୍ବରାନ୍ବିତ କରାଯାଉ ନ ଥିବାରୁ ଏବେ ବି ଓଡ଼ିଶାରେ ଦାଦନ ଚାଲାଣ ଧା‌ରା ଜାରି ରହିଛି। ଦାଦନ ଅପବାଦରୁ ମୁକ୍ତି ପାଇଁ ସରକାର ଶିଳ୍ପ ପ୍ରତିଷ୍ଠା ବେଳେ ସ୍ଥାନୀୟ ନିଯୁକ୍ତିକୁ ଅଧିକ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି।

ଓଡ଼ିଶାର ଯୁବକମାନେ କ’ଣ ଭାବନ୍ତି
ଓଡ଼ିଶାର ଯୁବକମାନେ ମୁଖ୍ୟତଃ ଶିକ୍ଷା, ନିଯୁକ୍ତି ସୁଯୋଗ ଓ ଉଦ୍ୟୋଗ ଉପରେ ଧ୍ୟାନ ଦେଉଛନ୍ତି। ଏହି ସମୟରେ ସେମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏବଂ ସାମାଜିକ ଗଣମାଧ୍ୟମର ପ୍ରଭାବ ଭଳି ଚ୍ୟାଲେଞ୍ଜ ସହିତ ମଧ୍ୟ ସଂଘର୍ଷ କରୁଛନ୍ତି। ସ୍ଥିର ଓ ଗୁଣାତ୍ମକ ଚାକିରି ପାଇବା ଏକ ପ୍ରାଥମିକ ଚିନ୍ତାଧାରା। ଅନେକ ଏବେ ବି ସରକାରୀ ଚାକିରିକୁ ପସନ୍ଦ କରନ୍ତି।  ତଥାପି ଘରୋଇ କ୍ଷେତ୍ରର ନିଯୁକ୍ତି ଓ ଉଦ୍ୟୋଗ ପ୍ରତି ଆଗ୍ରହ ମଧ୍ୟ ବୃଦ୍ଧି ପାଉଛି। ଯୁବପିଢ଼ି ସବୁଜ ଶକ୍ତି, ସେମିକଣ୍ଡକ୍ଟର ଉତ୍ପାଦନ ଓ ବୈଷୟିକ ବୟନଶିଳ୍ପ ଭଳି ନୂତନ କ୍ଷେତ୍ର ସମେତ ଶିଳ୍ପ ଚାହିଦା ସହିତ ସମନ୍ୱିତ ଦକ୍ଷତା ବିକାଶ ଖୋଜୁଛନ୍ତି। ନୂତନ ଉଦ୍ୟୋଗ ଆରମ୍ଭ କରିବା ପ୍ରତି ଏକ ଉଲ୍ଲେଖନୀୟ ଆଗ୍ରହ ରହିଛି। ଚାକିରି ପାଇଁ ପ୍ରବାସୀ ହେବା ପରିବର୍ତ୍ତେ ବିଶେଷକରି କୃଷି ପ୍ରକ୍ରିୟାକରଣ ୟୁନିଟ୍‌ ଦ୍ବାରା ସ୍ବାବଲମ୍ବୀ ହେବାକୁ ମଧ୍ୟ ଆଗ୍ରହ ଦେଖାଉଛନ୍ତି। ଅନେକ କ୍ରୀଡ଼ାକୁ ନେଇ କ୍ୟାରିୟର ଗଢ଼ିବାକୁ ସ୍ବପ୍ନ ଦେଖୁଛନ୍ତି। ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମିର ବିକାଶ କରି ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରାଉଛନ୍ତି।

gagadvzvczcv

ଉଦ୍ୟୋଗୀ ଯୁବପିଢ଼ି
ଓଡ଼ିଶା ଅନେକ ସଫଳ ଯୁବ ଉଦ୍ୟୋଗୀ ସୃଷ୍ଟି କରିପାରିଛି। ଯେମିତି କି ‘ଓୟୋ’ର ପ୍ରତିଷ୍ଠାତା ରାୟଗଡ଼ାର ରିତେଶ ଅଗ୍ରୱାଲ କମ୍‌ ବୟସରେ ହୋଟେଲ୍‌ ବ୍ୟବସାୟ ଆରମ୍ଭ କରି ଦେଶରେ ଚର୍ଚ୍ଚିତ ହୋଇପାରିଛନ୍ତି। ସେହିପରି ଦୁଗ୍ଧ ପ୍ରକ୍ରିୟାକରଣ ସଂସ୍ଥା ‘ମିଲ୍‌କ ମନ୍ତ୍ରା’ର ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ଜଣେ ସଫଳ ଯୁବ ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।  ଓଡ଼ିଶା ଯୁବ ନବସୃଜନ ପାଣ୍ଠି ଯୋଜନା ଏବଂ ନାନୋ ୟୁନିକର୍ଣ୍ଣ ଯୋଜନା ନବସୃଜନଶୀଳ ଚିନ୍ତାଧାରାକୁ ବ୍ୟବସାୟରେ ପରିଣତ କରିବା ପାଇଁ ପାଣ୍ଠି, ପରାମର୍ଶ ପ୍ରଦାନ କରୁଛି। ରାଜ୍ୟ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ପଦକ୍ଷେପ ମାଧ୍ୟମରେ ସହାୟକ ପରିବେଶ ପ୍ରତିଷ୍ଠା କରିଛନ୍ତି। ନୂତନ ତଥା ଅଭିନବ ଚିନ୍ତାଧାରା ଉପରେ ଆଧାରିତ ଉଦ୍ୟୋଗ ସ୍ଥାପନ ପାଇଁ ପୁରସ୍କାର ପ୍ରଦାନ କରାଯାଉଛି। ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ୨୪ଶହରୁ ଅଧିକ ଷ୍ଟାର୍ଟଅପ୍‌କୁ ସ୍ୱୀକୃତି ମିଳିଛି। ଯେଉଁଥିରେ ୭ଶହରୁ ଅଧିକ ଷ୍ଟାର୍ଟଅପ୍‌ ମହିଳା ନେତୃତ୍ୱାଧୀନ। ଏହା ଆର୍ଥିକ ସହାୟତା, ମାର୍ଗଦର୍ଶନ ଓ ନେଟ୍‌ୱର୍କିଂ ସୁଯୋଗ ପ୍ରଦାନ କରୁଛି। ଓଡ଼ିଶା ଯୁବ ଉଦ୍ୟୋଗୀ ସଂଘ ମଧ୍ୟ ଉଦୀୟମାନ ଉଦ୍ୟୋଗୀଙ୍କୁ ପରାମର୍ଶଦାତା, ନିବେଶକ ଓ ଶିଳ୍ପପତିଙ୍କ ସହିତ ସଂଯୋଗ କରୁଛି।

ଚିନ୍ତା ଓ ଚ୍ୟାଲେଞ୍ଜ
ଭବିଷ୍ୟତ ପ୍ରତିଶ୍ରୁତିପୂର୍ଣ୍ଣ ହୋଇଥିଲେ ମଧ୍ୟ, ଅନେକ ଚ୍ୟାଲେଞ୍ଜ ରହିଛି। ରାଜ୍ୟରେ ଏକ ବୃହତ୍‌ କାର୍ଯ୍ୟକ୍ଷମ ବୟସ ଜନସଂଖ୍ୟା ୬୯% ସହିତ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି। ତେଣୁ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ପାଇଁ ଏହାର ଯୁବଶକ୍ତିକୁ ବ୍ୟବହାର କରିବାକୁ ଓଡ଼ିଶା ଭଲ ସ୍ଥିତିରେ ଅଛି। ଏହି ସମ୍ଭାବନାକୁ ସାକାର କରିବା ପାଇଁ ସରକାର, ନାଗରିକ ସମାଜ ଏବଂ ଯୁବପିଢ଼ିଙ୍କ ସାମୂହିକ ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ବିଶାଳ ଯୁବ ଜନସଂଖ୍ୟା (ରାଜ୍ୟର ଜନସଂଖ୍ୟାର ୪୦%ରୁ ଅଧିକ)ଙ୍କ ସାମୂହିକ ଶକ୍ତି ଓ ସମ୍ଭାବନାକୁ ‘ଅତୁଲ୍ୟ’ ବୋଲି ବିବେଚନା କରାଯାଏ। ରାଜ୍ୟର ସମୃଦ୍ଧି ଓ ଅଭିବୃଦ୍ଧିକୁ ନୂତନ ଶିଖରକୁ ନେବା ପାଇଁ ଯୁବପିଢ଼ିଙ୍କ ନିରନ୍ତର ପ୍ରୟାସ ଅପରିହାର୍ଯ୍ୟ। ଏକ ପ୍ରଭାବଶାଳୀ ଆର୍ଥିକ ଅଭିବୃଦ୍ଧି ହାର ସତ୍ତ୍ୱେ, ଓଡ଼ିଶା ହାରାହାରିଠାରୁ ଅଧିକ ବେକାରି ଓ ଅନୁନ୍ନତ ହାରର ସମ୍ମୁଖୀନ ହେଉଛି; ଯାହା ଅନେକ ଯୁବକଙ୍କୁ ଜୀବିକା ଖୋଜିବା ପାଇଁ ପ୍ରବାସୀ ହେବାକୁ ବାଧ୍ୟ କରୁଛି।

ଦେଶର ଯୁବଶକ୍ତି
ଭାରତର ମୋଟ ଜନସଂଖ୍ୟାର ସିଂହଭାଗ ହେଉଛନ୍ତି ୩୫ବର୍ଷରୁ କମ୍ ବୟସର। ଏଥିପାଇଁ ବିଶ୍ୱର ସବୁଠାରୁ ଯୁବ ଶ୍ରମଶକ୍ତି ମଧ୍ୟରେ ଭାରତ ସ୍ଥାନ ପାଇଛି। ଏହି ଯୁବଶକ୍ତି ଦେଶର ଅଭିବୃଦ୍ଧିର ଏକ ଶକ୍ତିଶାଳୀ ଇଞ୍ଜିନ୍ ହୋଇପାରେ। ଏଥିପାଇଁ ଯୁବପିଢ଼ିଙ୍କୁ ଅର୍ଥପୂର୍ଣ୍ଣ କାର୍ଯ୍ୟରେ ନିୟୋଜନ କରାଯିବା ଆବଶ୍ୟକ। ତେବେ ଯୁବ ଶ୍ରମଶକ୍ତିର ସଦ୍‌ବ୍ୟବହାର କରାନଗଲେ ସାମାଜିକ ଅସ୍ଥିରତା ସୃଷ୍ଟି ହୋଇପାରେ। ଏକ ସର୍ଭେ ଅନୁଯାୟୀ ୨୦୨୫ ଏପ୍ରିଲରେ ଦେଶର ସମଗ୍ର ବେକାରି ହାର ୫.୧ ପ୍ରତିଶତ ରହିଥିଲା ବେଳେ ମେ ଓ ଜୁନ୍‌ରେ ଏହା ୫.୬ ପ୍ରତିଶତକୁ ବୃଦ୍ଧି ପାଇଥିଲା।  ତେବେ ଯୁବ ବେକାରି (୧୫-୨୯ ବୟସ) ଯଥେଷ୍ଟ ଅଧିକ ରହିଛି। ୨୦୨୫ ଏପ୍ରିଲରେ ଜାତୀୟ ସ୍ତରରେ ଯୁବ ବେକାରି ହାର ୧୩.୮% ଥିଲା। ସେ ମଧ୍ୟରୁ ସହରାଞ୍ଚଳରେ ୧୭.୨ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୧୨.୩ ପ୍ରତିଶତ। ସହରାଞ୍ଚଳର ମହିଳାଙ୍କ କ୍ଷେତ୍ରରେ ଯୁବ ବେକାରି ସ୍ଥିତି ଚିନ୍ତାଜନକ। ସେହିପରି ସହରାଞ୍ଚଳର ଯୁବକମାନେ ଗ୍ରାମାଞ୍ଚଳ ଯୁବକଙ୍କ ତୁଳନାରେ ବେକାର ହେବାର ଆଶଙ୍କା ଅଧିକ। କାରଣ ସହରରେ ଉଚ୍ଚ ଆଶା, ଅଧିକ ପ୍ରତିଯୋଗିତା ଏବଂ ଜୀବନଯାପନ ପାଇଁ ଅଧିକ ଖର୍ଚ୍ଚ ହୋଇଥାଏ।


ସରକାରଙ୍କ ଯୁବନୀତି
ଓଡ଼ିଶା ସରକାରଙ୍କ ଯୁବନୀତି ମୁଖ୍ୟତଃ ଓଡ଼ିଶା ରାଜ୍ୟ ଯୁବନୀତି -୨୦୧୩ ଦ୍ୱାରା ପରିଚାଳିତ। ଏହି ନୀତି ରାଜ୍ୟର ବିକାଶ ପାଇଁ ଯୁବପିଢ଼ିଙ୍କ ସମ୍ଭାବନାକୁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା ସରକାର ଯୁବ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଭଳି ଜାତୀୟ ପଦକ୍ଷେପ ସହିତ ଏହାର କାର୍ଯ୍ୟକ୍ରମଗୁଡ଼ିକୁ ସମନ୍ୱିତ କରି ଚାଲିଛନ୍ତି। 

Government Scheme: ସରକାରୀ ଯୋଜନାର ପ୍ରଚାରପ୍ରସାରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଢ଼ୁଛି ହତାଶା ଭାବ

ଚାକିରି ବଜାରରେ ଯୁବପିଢ଼ିଙ୍କ ହତାଶା ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଦକ୍ଷତାର ଅସମାନତା ଏବଂ ଆର୍ଥିକ ଚାପର ଜଟିଳ ସମସ୍ୟା କାରଣରୁ ଉଚ୍ଚ ଶିକ୍ଷିତଙ୍କ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ସାମାଜିକ ସ୍ଥିରତା ଉପରେ ନକାରାତ୍ମକ ପ୍ରଭାବ ପକାଉଛି।  ନିଯୁକ୍ତି ପରୀକ୍ଷାରେ ଅନିୟମିତତା ମଧ୍ୟ ଯୁବପିଢ଼ିଙ୍କୁ ହତାଶ କରୁଛି। ସ୍ଥିତି ଏମିତି ହେଲାଣି ଯେ ପିଅନ ଚାକିରି ପାଇଁ ଇଞ୍ଜିନିୟରିଂ ଡିଗ୍ରିଧାରୀ, ହୋମ୍‌ଗାର୍ଡ ପାଇଁ ଏମ୍‌ବିଏ ଡିଗ୍ରିଧାରୀ ଆବେଦନ କରୁଛନ୍ତି। ନିକଟରେ ରାଉରକେଲା ଓ ସମ୍ବଲପୁରରେ ପଞ୍ଚମ ଶ୍ରେଣୀ ଯୋଗ୍ୟତା ଥିବା ହୋମ୍‌ଗାର୍ଡ ଚାକିରି ପାଇଁ ଉଚ୍ଚଶିକ୍ଷିତମାନେ ଭାଗ ନେବାକୁ ହଜାର ହଜାର ସଂଖ୍ୟାରେ ଆସିଥିବା ଦେଖିବାକୁ ମିଳିଥିଲା। ଶିକ୍ଷାଗତ ଯୋଗ୍ୟତା ଏବଂ ନିଯୁକ୍ତିଦାତାଙ୍କ ପ୍ରକୃତ ଚାହିଦା ମଧ୍ୟରେ ପ୍ରାୟତଃ ବ୍ୟବଧାନ ରହିଥାଏ। ପାଠ୍ୟକ୍ରମ ପ୍ରାୟତଃ ଅତ୍ୟଧିକ ତାତ୍ତ୍ୱିକ ହୋଇଥାଏ। ପ୍ରଯୁକ୍ତିବିଦ୍ୟାର ଦ୍ରୁତ ପ୍ରଗତି ଯଥା କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଯୋଗୁ ସମୟ ସହିତ ତାଳ ଦେଇ ନପାରି ଡିଗ୍ରିଧାରୀମାନେ ଉପଲବ୍ଧ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରିପାରି ନଥାନ୍ତି। ଏହାସହ ଆର୍ଥିକ ମାନ୍ଦାବସ୍ଥା, ନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧିର ଅଭାବ କାରଣରୁ ପର୍ଯ୍ୟାପ୍ତ ଗୁଣାତ୍ମକ ଚାକିରି ମିଳୁନି। ଚାକିରି କ୍ଷେତ୍ରରେ ଉଚ୍ଚ ପ୍ରତିଯୋଗିତା ଯୋଗୁ ଯୁବପିଢ଼ି ଉପରେ ଚାପ ବଢ଼ୁଛି। ସରକାରୀ ଚାକିରି ପାଇଁ  ଭୟଙ୍କର ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଯୋଗ୍ୟତା ଅନୁସାରେ ଚାକିରି ମିଳୁ ନ ଥିବାରୁ ବାଧ୍ୟ ହୋଇ କମ୍‌ ଦରମାରେ କାମ କରୁଛନ୍ତି।

addgadagdgdga

ଦୀର୍ଘକାଳୀନ ବେକାରି, ଅର୍ଥାଭାବରୁ ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ଅବସାଦ, ଚାପ ବଢ଼ିଥାଏ। ଏଭଳି ସ୍ଥିତିରେ ଆତ୍ମହତ୍ୟା‌ ଭଳି ଚରମ ପଦକ୍ଷେପ ନେବାକୁ ମଧ୍ୟ ପଛାନ୍ତି ନାହିଁ। ଯୁବପିଢ଼ିଙ୍କ ମଧ୍ୟରେ ହତାଶାଭାବ ସାମାଜିକ ଅସ୍ଥିରତାର ପ୍ରମୁଖ କାରଣ।  ପ୍ରତିଭାର ଉପଯୁକ୍ତ ବ୍ୟବହାର ହୋଇ ନପାରିବା କାରଣରୁ ନକାରାତ୍ମକ ପ୍ରଭାବ ପକାଇପାରେ। ଦକ୍ଷ ଯୁବପିଢ଼ି କର୍ମସଂସ୍ଥାନ ଅନ୍ବେଷଣରେ ବାହାର ଦେଶକୁ ଚାଲିଯିବାର ସମ୍ଭାବନା ଅଧିକ। ଚାହିଦା ଅନୁଯାୟୀ ଦକ୍ଷତା ଏବଂ ବୃତ୍ତିଗତ ତାଲିମ ଉପରେ ଧ୍ୟାନ ଦେବା ପାଇଁ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷାନୁଷ୍ଠାନ ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ସମନ୍ବୟ ରଖି ବଜାର ଆବଶ୍ୟକତା ସହିତ ପାଠ୍ୟକ୍ରମକୁ ସଜାଡ଼ିବାକୁ ପଡ଼ିବ। ଯୁବ ଉଦ୍ୟୋଗୀମାନଙ୍କ ପାଇଁ ପାଣ୍ଠି, ପରାମର୍ଶ ଓ ସହାୟତାର ଆବଶ୍ୟକତା ରହିଛି। ଏଥିସହ ଯୁବପିଢ଼ିକୁ ମାନସିକ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରିବା ଆବଶ୍ୟକ।

ରାମଜିତ୍‌ ଟୁଡୁ
ମୟୂରଭଞ୍ଜ ଜିଲ୍ଲା ଗୋବିନ୍ଦପୁରର ରାମଜିତ୍‌ ଟୁଡୁ ସାନ୍ତାଳୀ ଭାଷାର ଅଲ୍‌ଚିକି ଲିପିକୁ ଡିଜିଟାଇଜେସନ୍‌ କରି ଅନେକଙ୍କ ପାଇଁ ହିରୋ ପାଲଟି ଯାଇଛନ୍ତି। ସେ ମେକାନିକାଲ୍‌ ଇଂଜିନିୟରିଂ ଛାତ୍ର ଥିବା ବେଳେ ମୋବାଇଲ୍‌ରେ ପରିବାର ଲୋକଙ୍କୁ ମେସେଜ୍‌ ପଠାଇବା ପାଇଁ ଚାହିଁଥିଲେ। ହେଲେ ଅଲ୍‌ଚିକି ଲିପିର ଡିଜିଟାଇଜେସନ୍‌ ହୋଇ ନ ଥିବାରୁ କିଭଳି ସାନ୍ତାଳୀ ଭାଷାଭାଷୀ ଲୋକେ ହଇରାଣ ହେଉଛନ୍ତି ହୃଦ୍‌ବୋଧ କରିଥିଲେ। ଏହାପରେ ସେ ଲାଗିପଡ଼ିଥିଲେ ଅଲ୍‌ଚିକି ଲିପିର ଡିଜିଟାଇଜେସନ୍‌ କରିବା ଲାଗି। ନିଜ ପକେଟ୍‌ ମନିରେ ଇଣ୍ଟର୍‌ନେଟ୍‌ କାଫେରେ ବସି ଆରମ୍ଭ କରିଥିବା ପ୍ରୟାସ ସଫଳ ହୋଇଥିଲା। ଓଡ଼ିଶା, ଝାଡ଼ଖଣ୍ଡ ଭଳି ରାଜ୍ୟର ସାନ୍ତାଳୀ ଭାଷାଭାଷୀ ଅଞ୍ଚଳର ଲୋକେ ରାମଜିତ୍‌ଙ୍କ ପାଇଁ ଏବେ ୱେବ୍‌ସାଇଟ୍‌ରେ ସାନ୍ତାଳୀ ଭାଷାରେ ଲିଖିତ ବହି, ମାଗାଜିନ୍‌ ଓ ପ୍ରବନ୍ଧ ଆଦି ପଢ଼ିପାରିବା ସହ ଅଲ୍‌ଚିକି ଲିପିରେ ବାର୍ତ୍ତା ପୋଷ୍ଟ୍‌ କରିପାରୁଛନ୍ତି। ରାମଜିତ୍‌ଙ୍କ ପାଇଁ ବାଂଲାଦେଶ, ନେପାଳ ଓ ଭୁଟାନ୍‌ ଆଦି ଦେଶର ସାନ୍ତାଳୀ ଭାଷାଭାଷୀ ଲୋକେ ଉପକୃତ ହୋଇପାରିଛନ୍ତି। ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ରାମଜିତ୍‌ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି।
ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି
କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ଝିଅ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ଦେଶୀ ଧାନ ବିହନ ସଂଗ୍ରହ କ୍ଷେତ୍ର‌ରେ ଉଲ୍ଲେଖନୀୟ ସଫଳତା ହାସଲ କରି ଆମେରିକାର ସାନ୍‌ଫ୍ରାନ୍‌ସିସ୍‌କୋସ୍ଥିତ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ‘ଆକ୍ସନ୍‌ ଫର୍‌ ନେଚର’ ପକ୍ଷରୁ ଅଗଷ୍ଟ ମାସରେ ‘ୟଙ୍ଗ ଇକୋ ହିରୋ’ ପୁରସ୍କାର ପାଇଛନ୍ତି। ପଦ୍ମଶ୍ରୀ କମଳା ପୂଜାରୀଙ୍କ ପଥ ଅନୁସରଣ କରି ହର୍ଷିତା ଆଗକୁ ବଢ଼ୁଛନ୍ତି। ବିଲୁପ୍ତପ୍ରାୟ ବିହନକୁ ସଂରକ୍ଷଣ କରିବା ସହ ଚାଷୀଙ୍କୁ ମାଗଣାରେ ସେହି ବିହନ ଦେଇ ଚାଷ ସଂପର୍କରେ ସଚେତନ କରି ହର୍ଷିତା ଏହି ସଫଳତା ସାଉଁଟିଛନ୍ତି। ହର୍ଷିତାଙ୍କ ଏହି ପ୍ରୟାସ ତଥା ପରିବେଶ ଅନୁକୂଳ ବିହନ କୃଷି କ୍ଷେତ୍ରକୁ ନୂଆ ଦିଶା ଦେଖାଇବ ବୋଲି ଆଶା କରାଯାଉଛି।
ଧ୍ରିତିମୋକ୍ଷା ପାଣିଗ୍ରାହୀ
 ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଧ୍ରିତିମୋକ୍ଷା ପାଣିଗ୍ରାହୀ ଅଣୁଅସ୍ତ୍ର ନିରସ୍ତ୍ରୀକରଣ ଅଭିଯାନରେ ଜାତିସଂଘ ଯୁବଗୋଷ୍ଠୀର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଧ୍ରିତି ହେଉଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଝିଅ। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ପରିବେଶ ସୁରକ୍ଷା, ଜଳବାୟୁ ସଂକ୍ରାନ୍ତୀୟ ଲଢ଼େଇ ସହ ଶିଶୁ ଅଧିକାର ଓ ଯୁବ ସଶକ୍ତୀକରଣ କ୍ଷେତ୍ରରେ କାମ କରୁଛନ୍ତି। ଆଗକୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗବେଷଣା ସହ ସ‌ମାଜ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe