Humane Sagar, Microphones: ସ୍ବର ସାଗରଙ୍କୁ ହରାଇ ହାରି ଯାଇଛି ହାରମୋନିୟମ… ମୁଣ୍ଡ ପିଟି କାନ୍ଦୁଛି ମାଇକ୍ରୋଫୋନ୍, ଷ୍ଟୁଡିଓରେ ଶୂନ୍ୟତା ହିଁ ଶୂନ୍ୟତା…

ଜଣେ କଣ୍ଠଶିଳ୍ପୀ ପାଇଁ ମାଇକ୍ ଆଉ ମଞ୍ଚ ସର୍ବୋପରି । ମାଇକ୍ ବିନା କଣ୍ଠଶିଳ୍ପୀ କିଛି ନୁହେଁ, ମଞ୍ଚ ବିନା ତ ତା ଜୀବନ ଆଉ କ୍ୟାରିୟର ଅନ୍ଧାର.. ହ୍ୟୁମାନ ସାଗର ବି ଥିଲେ ମାଇକ୍ ମନସ୍କ...

humane sagar mic

humane sagar mic Photograph: (sambad.in)

କଟକ: ହ୍ୟୁମାନ… ହ୍ୟୁମାନ… ହ୍ୟୁମାନ… କେଉଁଠି ଅଛ ତୁମେ ହ୍ୟୁମାନ… କୁଆଡେ ଚାଲିଗଲ… ଏଇ ଦେଖ ତୁମ ବିନା ଶୂନଶାନ ସଙ୍ଗୀତ ଜଗତ । କାନ୍ଦୁଛନ୍ତି କଳାକାର, ମଥା ପିଟି ମନ ମାରି ବସିଛି ମାଇକ, ହାରି ଯାଇଛି ହାରମୋନିୟମ ଆଉ ଷ୍ଟୁଡିଓ ଖାଁ ଖାଁ, ଯେଉଁଠି ତୁମ ଗୀତ ଆଉ ତୁମ ମଜାଳିଆ କଥାରେ ହସି ହସି ବେଦମ ହେଉଥିଲା ଚାରିକାନ୍ଥ ସେଠି ଆଜି ଶୂନ୍ୟତା ହିଁ ଶୂନ୍ୟତା…

ମଞ୍ଚ-ମାଇକ ବିନା ଜୀବନ ଅଧୁରା

ଜଣେ କଣ୍ଠଶିଳ୍ପୀ ପାଇଁ ମାଇକ୍ ଆଉ ମଞ୍ଚ ସର୍ବୋପରି । ମାଇକ୍ ବିନା କଣ୍ଠଶିଳ୍ପୀ କିଛି ନୁହେଁ, ମଞ୍ଚ ବିନା ତ ତା ଜୀବନ ଆଉ କ୍ୟାରିୟର ଅନ୍ଧାର.. ହ୍ୟୁମାନ ସାଗର ବି ଥିଲେ ମାଇକ୍ ମନସ୍କ । ସେ ଯେଉଁ ମାଇକରେ ଗୀତ ଗାଇ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଯେଉଁ ଷ୍ଟୁଡିଓରେ ଗୀତ ଗାଇ ସାରା ଓଡିଶାରେ ଚହଳ ସୃଷ୍ଟି କରିଥିଲେ ସେହି ଷ୍ଟୁଡିଓରେ ସିଏ ବ୍ୟବହାର କରୁଥିବା ମାଇକକୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସବୁଦିନ ପାଇଁ ସାଇତି ରଖିବାକୁ ନିଷ୍କତ୍ତି ନିଆଯାଇଛି । 

ସେହି ମାଇକରେ ଆଉ କେହି ଗାଇବେନି

କଟକ ମିଲନ ଷ୍ଟୁଡିଓରେ ହ୍ୟୁମାନ ଗାଉଥିବା ମାଇକ୍ରୋଫୋନକୁ ତାଙ୍କ ନାଁରେ ସମର୍ପିତ କରିବା ସହ ସେହି ମାଇକରେ ଆଉ କେହି ଗୀତ ଗାଇବେନି । ଷ୍ଟୁଡିଓରେ ସେହି ମାଇକ ହ୍ୟୁମାନଙ୍କ ସ୍ମୃତିକୁ ସାଇତି ରଖିବ ବୋଲି ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ କହିଛନ୍ତି ।

ଆହୁରି ପଢନ୍ତୁ- Humane Sagar, Last Film: ଅଧା ରହିଗଲା ସଂଗୀତ ନିର୍ଦ୍ଦେଶନା… ଜୀବନର ‘ଛକିଶୂନ’ ଖେଳରେ ଛକ ଟାଣି ଛାଡ଼ି ଚାଲିଗଲେ ହ୍ୟୁମାନ ସାଗର…

ତେବେ ହ୍ୟୁମାନ ସାଗର ମଞ୍ଚକୁ ଚଢ଼ିଲେ ଆନମନା ହୋଇଯାଉଥିଲେ ହଜାର ହଜାର ଶ୍ରୋତା। ସେ ଗୀତ ଗାଇବା ଆରମ୍ଭ କରିଦେଲେ ଝୁମି ଉଠୁଥିଲେ ଲୋକ। ଗାଁରୁ ସହର ଥିଲା ତାଙ୍କର ଅବିଶ୍ବସନୀୟ କ୍ରେଜ୍। ଓଡ଼ିଆ ସଙ୍ଗୀତ ଜଗତରେ ସେ ଥିଲେ ନାମୀ, ଦାମୀ ଗାୟକ। ଖୁବ୍ କମ୍ ବୟସରେ ସାଉଁଟିଥିଲେ ଈର୍ଷଣୀୟ ସଫଳତା। ଆଉ କମ୍ ବୟସରେ ବି ନିଜର ଅଗଣିତ ପ୍ରଶଂସକଙ୍କୁ ପର କରି ଆର ପାରିକୁ ଚାଲିଗଲେ। ତାଙ୍କ ଗୀତରେ ଝୁମୁଥିବା ଓଡ଼ିଶା ଆଜି ତାଙ୍କୁ ଝୁରି ହେଉଛି। ବିଦାୟ ହ୍ୟୁମାନ୍ ସାଗର… ବିଦାୟ…

ମିସ୍ ୟୁ…

ଆହୁରି ପଢନ୍ତୁ- Human Sagar Passes Away: ଜନ୍ମଦିନ ପାଳନ ପୂର୍ବରୁ ଚାଲିଗଲା ଜୀବନ… ଆଉ ୮ ଦିନ ପରେ ଛୁଇଁଥାନ୍ତା ୩୫ ବର୍ଷ…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe