Beauty: ସୌନ୍ଦର୍ଯ୍ୟ ସରଣୀର ରାଣୀ ମୀରା

Advertisment

ଆୟୁର୍ବେଦିକ ସୌନ୍ଦର୍ଯ୍ୟ ଉତ୍ପାଦକୁ ନେଇ ‘ଫରେଷ୍ଟ ଏସେନ୍‌ସିଆଲ୍’ କଂପାନି ଏବେ ବିଶ୍ବର ଅନେକ ସମୃଦ୍ଧ ଦେଶରେ ନିଜର ସ୍ଥିତି ଦୃଢ଼ କରିପାରିଛି। ୧୨୦ରୁ ଅଧିକ ଦେଶକୁ ଏହା ସାମଗ୍ରୀ ରପ୍ତାନି କରିବା ସହିତ ସାରା ଭାରତରେ ୧୧୦ରୁ ଅଧିକ ଓ ବିଦେଶରେ ଗୋଟେ ଡଜନରୁ ଅଧିକ ଷ୍ଟୋର୍‌ ସ୍ଥାପନ କରିସାରିଛି।

ଆୟୁର୍ବେଦିକ ସୌନ୍ଦର୍ଯ୍ୟ ଉତ୍ପାଦକୁ ନେଇ ‘ଫରେଷ୍ଟ ଏସେନ୍‌ସିଆଲ୍’ କଂପାନି ଏବେ ବିଶ୍ବର ଅନେକ ସମୃଦ୍ଧ ଦେଶରେ ନିଜର ସ୍ଥିତି ଦୃଢ଼ କରିପାରିଛି। ୧୨୦ରୁ ଅଧିକ ଦେଶକୁ ଏହା ସାମଗ୍ରୀ ରପ୍ତାନି କରିବା ସହିତ ସାରା ଭାରତରେ ୧୧୦ରୁ ଅଧିକ ଓ ବିଦେଶରେ ଗୋଟେ ଡଜନରୁ ଅଧିକ ଷ୍ଟୋର୍‌ ସ୍ଥାପନ କରିସାରିଛି।

Untitled-11

sambad.in/special/mira-the-queen-of-beauty-pageants

ଆୟୁର୍ବେଦିକ ସୌନ୍ଦର୍ଯ୍ୟ ଉତ୍ପାଦକୁ ନେଇ ‘ଫରେଷ୍ଟ ଏସେନ୍‌ସିଆଲ୍’ କଂପାନି ଏବେ ବିଶ୍ବର ଅନେକ ସମୃଦ୍ଧ ଦେଶରେ ନିଜର ସ୍ଥିତି ଦୃଢ଼ କରିପାରିଛି। ୧୨୦ରୁ ଅଧିକ ଦେଶକୁ ଏହା ସାମଗ୍ରୀ ରପ୍ତାନି କରିବା ସହିତ ସାରା ଭାରତରେ ୧୧୦ରୁ ଅଧିକ ଓ ବିଦେଶରେ ଗୋଟେ ଡଜନରୁ ଅଧିକ ଷ୍ଟୋର୍‌ ସ୍ଥାପନ କରିସାରିଛି। ୮୩୦୦ କୋଟିରୁ ଅଧିକ ସଂପତ୍ତିର ମାଲିକାଣୀ ହେଉଛନ୍ତି ଏହି କଂପାନି ସ୍ଥାପନ କରିଥିବା ମୀରା କୁଲ୍‌କର୍ଣ୍ଣି। ତେବେ ଏହି ସଫଳତା ଓ ଚାକଚକ୍ୟ ପଛରେ ଅଛି ଜଣେ ମହିଳାଙ୍କର କଠୋର ସଂଗ୍ରାମର କାହାଣୀ। 

Jajpur: ରିସା ମାଙ୍କିଡ଼ିଆଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତତ୍ପରତା: ସ୍ଥିତି ପରଖିଲେ ପ୍ରମୁଖ ସଚିବ

୧୯୫୮ରେ ଉତ୍ତରାଖଣ୍ଡର ତେହରୀଠାରେ ମୀରା ଜନ୍ମ ହୋଇଥିଲେ। ସେଠାରେ ସ୍କୁଲ୍‌ ଶିକ୍ଷା ପରେ ଦିଲ୍ଲୀର ମୀରାଣ୍ଡା କଲେଜରେ ପଢ଼ିଲାବେଳେ ସାମ୍ବାଦିକତା ଓ ପେଣ୍ଟିଂ ପ୍ରତି ଆକୃଷ୍ଟ ହୋଇଥିଲେ। କଲେଜ ପରେ ମାତ୍ର ୧୮ ବର୍ଷରେ ବିବାହ କଲେ ଏବଂ ୧୯ ବର୍ଷ ବେଳକୁ ତାଙ୍କର ଝିଅଟିଏ ହୋଇସାରିଥିଲା। ତେବେ ଦୁଇଟି ସନ୍ତାନ ହୋଇସାରିବା ବେଳକୁ ଦାମ୍ପତ୍ୟରୁ ତାଙ୍କର ମୋହଭଙ୍ଗ ହୋଇଥିଲା ଓ ଦୁଇଟି ସନ୍ତାନଙ୍କୁ ଧରି ସେ ପିତାମାତାଙ୍କ ପାଖକୁ ଦିଲ୍ଲୀ ଫେରିଆସିଥିଲେ। ଏକାକୀ ଅଭିଭାବକ ଭାବରେ ପିଲାଙ୍କୁ ପାଠ ପଢ଼ାଇଲେ। ଜୀବନ ସଂଘର୍ଷ ଜାରି ଥିଲାବେଳେ ୨୮ ବର୍ଷ ବୟସରେ ବାପାମା’ଙ୍କୁ ହରେଇଲେ। ତେବେ ଏସବୁ ଭିତରେ ଝିଅର ବିବାହ ସାରି ୪୫ ବର୍ଷ ବୟସରେ ମୀରା ଦୁଇ ଲକ୍ଷ ଟଙ୍କା ପୁଞ୍ଜି ନିବେଶ କରି ନିଜ ଘରର ଗୋଟିଏ କୋଠରିରେ ସୁଗନ୍ଧିତ ମହମବତୀ ଓ ପରେ ପରେ ସାବୁନ୍ ତିଆରି ଆରମ୍ଭ କରନ୍ତି। ତାଙ୍କ ଜନ୍ମସ୍ଥାନ ଉତ୍ତରାଖଣ୍ଡ ପାର୍ବତ୍ୟାଞ୍ଚଳରେ ଥିବା ଘନ ବନାନୀର ଔଷଧୀୟ ଗୁଳ୍ମ ଓ ବୃକ୍ଷମାନଙ୍କର ଆୟୁର୍ବେଦ ଉପଚାର ଗୁଣ ଥିବାର ସେ ପୂର୍ବରୁ ଜାଣିଥିଲେ ଓ ସେଥିପ୍ରତି ତାଙ୍କର ସ୍ବତନ୍ତ୍ର ଆଗ୍ରହ ମଧ୍ୟ ମୂଳରୁ ରହିଥିଲା। ଏଣୁ ୨୦୦୦ ମସିହାରେ ଆରମ୍ଭ କରିଥିବା ଫରେଷ୍ଟ ଏସେନ୍‌ସିଆଲ୍‌ରେ କେବଳ ନାମ ନୁହେଁ ଆୟୁର୍ବେଦ ଗୁଣବତ୍ତା ମଧ୍ୟ ଭରିବାକୁ ଚେଷ୍ଟା କରିଥିଲେ। ଏଣୁ କିଛି ବିଳମ୍ବରେ ହେଲେ ମଧ୍ୟ ମୀରା ସୁନ୍ଦର ପ୍ୟାକେଜିଂରେ ଥିବା ତାଙ୍କ ଉତ୍ପାଦକୁ ହାୟାତ୍ ‌ରିଜେନ୍‌ସି ପରି ବିଳାସମୟ ହୋଟେଲ୍‌କୁ ତାଙ୍କର ପ୍ରଥମ ସଂଭ୍ରାନ୍ତ କ୍ରେତା ଭାବରେ ପାଇଲେ।

Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

ଏହାପରେ ତାଙ୍କର ଉତ୍‌ଥାନ ଆରମ୍ଭ ହେଲା ଏବଂ ମୀରା ଆଉ ପଛକୁ ଫେରି ଚାହିଁନାହାନ୍ତି। ହାୟାତ୍ ସହିତ ତାଜ୍ ଗ୍ରୁପ୍ ଅଫ୍ ହୋଟେଲସ୍, ଦି ଓବେରୟ ପରି ବିଶ୍ବର ୩୦୦ଟି ନାମୀଦାମୀ ହୋଟେଲ୍‌ ତାଙ୍କର ଗ୍ରାହକ। ଭାରତର ରାଷ୍ଟ୍ରପତି ଭବନର ଅତିଥିଶାଳାରେ ମଧ୍ୟ ଫରେଷ୍ଟ ଏସେନ୍‌ସିଆଲ୍‌ର ଉତ୍ପାଦ ବ୍ୟବହୃତ ହୁଏ। ୨୦୦୮ରେ ବିଶ୍ବର ଏକ ପ୍ରମୁଖ ସୌନ୍ଦର୍ଯ୍ୟ ଉତ୍ପାଦ ବିକ୍ରେତା ‘ଏସ୍‌ଲେ ଲାଡର୍’ ତା’ର ୨୦ ପ୍ରତିଶତ ଅଂଶଧନ ବିନିଯୋଗ କରିଛି, ଯାହା ଏହାର ବ୍ୟାବସାୟିକ ସମୃଦ୍ଧିକୁ ଅଧିକ କ୍ଷିପ୍ର କରିଛି। ଏବେ ବର୍ଷକୁ ୨୫୦ କୋଟିରୁ ଅଧିକ ଆୟ କରୁଥିବା ମୀରା ଜଣେ ଦୃଢ଼ମନା ମହିଳା ଭାବରେ ମଧ୍ୟ ଗଣା ହୁଅନ୍ତି। ୨୦୧୧ ଓ ୨୦୨୦ ମସିହାରେ ଫର୍ଚ୍ୟୁନ୍‌ ମାଗାଜିନ୍‌ ପକ୍ଷରୁ ‘ମୋଷ୍ଟ ପାୱାର୍‌ଫୁଲ୍‌ ଓମେନ୍‌ ଇନ୍‌ ବିଜିନେସ୍‌’ ଓ ‘ଭଗ୍‌ ଇଣ୍ଡିଆ ବିୟୁଟି ପାଓନିୟର୍‌ ଅଫ୍‌ ଦି ଇୟର୍‌ ଆୱାର୍ଡ-୨୦୧୬’ ଇତ୍ୟାଦି ସମ୍ମାନ ସେ ପାଇଛନ୍ତି। ତାଙ୍କର ଜୀବନୀ ‘ଏସେନ୍‌ସିଆଲି ମୀରା: ଦି ଏକ୍‌ଷ୍ଟ୍ରାଅର୍ଡିନାରି ଜର୍ଣ୍ଣି ବିହାଇଣ୍ଡ ଫରେଷ୍ଟ ଏସେନ୍‌ସିଆଲ୍‌ସ’ ଅନେକ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ। ରୋଷେଇ ସଂପର୍କିତ ବହି ପଢ଼ିବାକୁ ଓ ଅବସର ସମୟରେ ରୋଷେଇ କରିବାକୁ ଭଲ ପାଉଥିବା ମୀରା ପାରମ୍ପରିକ ଖଦି, ସୂତା, ଲିନେନ୍ ଓ ପିଓର ସିଲ୍‌କ ଶାଢ଼ୀ ପିନ୍ଧିବାକୁ ଭଲପାଆନ୍ତି। ସୋସିଆଲ୍‌ ମିଡିଆରୁ ଦୂରେଇ ରହିବାକୁ ଚାହାନ୍ତି ବୋଲି ତାଙ୍କର କୌଣସି ଆକାଉଣ୍ଟ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe