Sanatan Dharma: ସ୍ବପ୍ନରେ ଭଗବାନ ଶିବଙ୍କୁ ଦେଖିବା ପରେ ଧର୍ମପରିବର୍ତ୍ତନ କଲେ ଯୁବକ

Advertisment

ମହମ୍ମଦ ଖାନ ନାମକ ଜଣେ ବ୍ୟକ୍ତି ସ୍ବପ୍ନରେ ଭଗବାନ ଶିବଙ୍କୁ ଦେଖିବା ପରେ ସ୍ୱେଚ୍ଛାକୃତ ଭାବରେ ହିନ୍ଦୁ ଧର୍ମ ଗ୍ରହଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।  ମହମ୍ମଦ ଖାନ ନାମକୁ କାଟି ରଖିଛନ୍ତି ମହାଦେବ।

ମହମ୍ମଦ ଖାନ ନାମକ ଜଣେ ବ୍ୟକ୍ତି ସ୍ବପ୍ନରେ ଭଗବାନ ଶିବଙ୍କୁ ଦେଖିବା ପରେ ସ୍ୱେଚ୍ଛାକୃତ ଭାବରେ ହିନ୍ଦୁ ଧର୍ମ ଗ୍ରହଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।  ମହମ୍ମଦ ଖାନ ନାମକୁ କାଟି ରଖିଛନ୍ତି ମହାଦେବ।

Untitled-14

lord-shiva-met-in-dream-mohammed Photograph: (@sambad.in)

ଭୋପାଳ: ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ପ୍ରାଚୀନ ମହାଦେବଗଡ଼ ମନ୍ଦିରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମହମ୍ମଦ ଖାନ ନାମକ ଜଣେ ବ୍ୟକ୍ତି ସ୍ବପ୍ନ ଦେଖିବା ପରେ ସ୍ୱେଚ୍ଛାକୃତ ଭାବରେ ହିନ୍ଦୁ ଧର୍ମ ଗ୍ରହଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । 

ଯୁବକଙ୍କ ଦାବି: ସ୍ବପ୍ନରେ ଭଗବାନ ଶିବଙ୍କୁ ଦେଖିଛନ୍ତି

ଖଣ୍ଡୱା ଜିଲ୍ଲାର ବାସିନ୍ଦା ମହମ୍ମଦ ଖାନ ଧର୍ମ ପରିବର୍ତ୍ତନ କରିଥିବା ଘଟଣାକୁ ନେଇ କହିଛନ୍ତି, ‘ ମୁଁ କଦାପି ଭଗବାନ ଶିବଙ୍କୁ ପୂଜି ନାହିଁ। ତଥାପି ମୁଁ ରାତିରେ ଭଗବାନ ଶିବଙ୍କୁ ସ୍ବପ୍ନରେ ଦେଖିବାକୁ ପାଇଲି। ମୁଁ ଅନୁଭବ କଲି ଯେମିତି ଶିବ ମୋତେ କହୁଛନ୍ତି,‘‘ ତୁମର ମୂଳ ଧର୍ମକୁ ଫେରିଯାଅ ଏବଂ ମୋର ସେବା କର।’’

ଏହି ସ୍ୱପ୍ନ ମୋ ଜୀବନକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରି ଦେଇଛି। ସ୍ବପ୍ନ ଦେଖିବା ପରଦିନ  ସକାଳେ ଭଗବାନ ଶିବଙ୍କ ପୂଜା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ସଂକଳ୍ପ ନେଇଥିଲି।

ଅଧିକପଢ଼ନ୍ତୁ:ବିଜେଡିକୁ ଶକ୍ତ ଧକ୍କା, ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ସ୍ବପ୍ନ ଦେଖିବା ପରେ ଧର୍ମ ପରିବର୍ତ୍ତନ

ଖଣ୍ଡୱାର ପ୍ରାଚୀନ ମହାଦେବଗଡ଼ ମନ୍ଦିରରେ ପହଞ୍ଚି ପୂଜାରୀ ଏବଂ ଭକ୍ତମାନଙ୍କ ସମ୍ମୁଖରେ ମୁଁ ସ୍ୱେଚ୍ଛାକୃତ ଭାବରେ ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଘୋଷଣା କରିଥିଲି। ପରିବାରଲୋକ ମୋର ଏ ନିଷ୍ପତ୍ତିରେ ରାଜି ନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ମୋ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।’

ଅଧିକପଢ଼ନ୍ତୁ:ଏଥିପାଇଁ ହାତରୁ ଲିଭେନାହିଁ କାଳି, ଜାଣିଛନ୍ତି କି କାରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe