ମୁଁ କୁମ୍ଭମେଳା ଛାଡ଼ି ଯାଇନାହିଁ

ମୁଁ କୁମ୍ଭମେଳା ଛାଡ଼ି ଯାଇନାହିଁ। ମାସକ ପର୍ଯ୍ୟନ୍ତ ଏଠାରେ ରହିବି। କିନ୍ତୁ ମୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରଠାରୁ ମୋ ବ୍ୟବସାୟ ହ୍ରାସ ପାଇଛି। ଲୋକେ ମୋ ପାଖରେ ଆସି ଭିଡ଼ ଜମାଉଛନ୍ତି। ମୁଁ ମାଳା ବିକ୍ରି କରି ପାରୁ ନାହିଁ।

yhgyg


ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ମେଳା ଦେଶ ତଥା ଦେଶ ବାହାରେ ଚର୍ଚ୍ଚାରେ ରହିଛି। ଏହି ମେଳାକୁ ବୁଡ଼ ପକାଇବା ପାଇଁ ଦେଶ-ବିଦେଶର କୋଣଅନୁକୋଣରୁ ସାଧୁ ଓ ସନ୍ଥଙ୍କ ସମେତ ସାଧାରଣ ଲୋକଙ୍କ ସୁଅ ଛୁଟୁଛି। 

ମହାକୁମ୍ଭ ମେଳା ଆରମ୍ଭ ହେବା ଠାରୁ ଏଯାବତ ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ସାମ୍ନାକୁ ଆସୁଛି। ନିକଟରେ ରୁଦ୍ରାକ୍ଷ ବିକ୍ରି କରୁଥିବା ଜଣେ ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଅଧିକପଢ଼ନ୍ତୁ:ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆପତ୍ତିଜନକ ଦୃଶ୍ୟର ଭିଡିଓ ଭାଇରାଲ

ଭିଡିଓରେ ଦେଖିବାକୁ ମିଳୁଥିବା ଯୁବତୀ ଜଣକ ମଧ୍ୟପ୍ରଦେଶର ଇନ୍ଦୋରର ବାସିନ୍ଦା ଥିବା ବେଳେ ନାମ ତାଙ୍କର ମୋନାଲିସା ବୋଲି ଜଣାପଡ଼ିଛି। ତେବେ ତାଙ୍କ ଭିଡିଓ ଭାଇରାଲ ହେବାପରେ ସେ ଠିକ ଭା‌ବରେ ତାଙ୍କର ମାଳା ବ୍ୟବସାୟ କରି ପାରୁ ନାହାନ୍ତି ବୋଲି ଖବର ସାମ୍ନାକୁ ଆସିଛି।

ଲୋକେ ତାଙ୍କ ପାଖରେ ଆସି ଭିଡ଼ ଜମାଇ ଫଟୋ ଉଠାଇ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି। ଏଭଳି ପରିସ୍ଥିତିରେ ସେ କୁମ୍ଭମେଳା ଛାଡ଼ି ଚାଲି ଯାଇଥିବା କୁହାଯାଉଥିଲା।

ସମ୍ପ୍ରତି ମୋନାଲିସା  ଏକ ସାକ୍ଷାତକାର ଦେଇ କହିଛନ୍ତି, ‘ହଁ ମାନୁଛି ମୋ ଭିଡିଓ ଭାଇରାଲ ହେବାପରେ ଲୋକେ ମୋତେ ହଇରାଣ କରୁଛନ୍ତି। ପୂର୍ବ ଅପେକ୍ଷା ମୋ ପାଖକୁ ଅଧିକ ଲୋକ ଆସୁଛନ୍ତି। ଏଥିପାଇଁ ବେପାର କରିବାର ବାଧା ସୃଷ୍ଟି ହେଉଛି। କାରଣ ମୋ ପାଖକୁ ଆସୁଥିବା ଲୋକମାନେ ମାଳା କିଣିବାକୁ ଆସୁ ନାହାନ୍ତି ବରଂ ଫଟୋ ଓ ଭିଡିଓ ନେବାରେ ବ୍ୟସ୍ତ ରହୁଛନ୍ତି। ମୋ ଉପରେ ଦୟା କରନ୍ତୁ ମୋତେ ମାଳା ବିକ୍ରି କରିବାକୁ ଦିଅନ୍ତୁ। ମୁଁ ମେଳା ଛାଡ଼ି ଏବେ କେଉଁଆଡେ ଯାଇ ନାହିଁ।  ଏଠାରେ ମୁଁ ମାସକ ପାଇଁ ରହିବି।’

ଅଧିକପଢ଼ନ୍ତୁ:ଟ୍ରମ୍ପଙ୍କ ଆଗମନର ପ୍ରଭାବ ! ଷ୍ଟକ୍ ବଜାରରେ ହାହାକାର, ନିବେଶକଙ୍କ କ୍ଷତି ୭ ଲକ୍ଷ କୋଟି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe