Mouth Breathing: ପାଟିରେ ଶ୍ବାସପ୍ରଶ୍ବାସ: ଲକ୍ଷଣରହିତ ମହାମାରୀ

Advertisment

ପାଟିବାଟେ ନିଃଶ୍ବାସପ୍ରଶ୍ବାସ ନେବା ହାନିକାରକ ନୁହେଁ ବୋଲି ମନେ ହୁଏ। ସାଧାରଣତଃ ଥଣ୍ଡା ଧରିଥିବା ବେଳେ ମନୁଷ୍ୟ ପାଟିବାଟେ ଶ୍ବାସକ୍ରିୟା ସମ୍ପାଦନ କରେ। କିନ୍ତୁ, ଏ ଅଭ୍ୟାସ କ୍ରମଶଃ ବୃଦ୍ଧି ପାଇଚାଲିଥିବା କଥା ଡାକ୍ତରମାନେ କହୁଛନ୍ତି।

ପାଟିବାଟେ ନିଃଶ୍ବାସପ୍ରଶ୍ବାସ ନେବା ହାନିକାରକ ନୁହେଁ ବୋଲି ମନେ ହୁଏ। ସାଧାରଣତଃ ଥଣ୍ଡା ଧରିଥିବା ବେଳେ ମନୁଷ୍ୟ ପାଟିବାଟେ ଶ୍ବାସକ୍ରିୟା ସମ୍ପାଦନ କରେ। କିନ୍ତୁ, ଏ ଅଭ୍ୟାସ କ୍ରମଶଃ ବୃଦ୍ଧି ପାଇଚାଲିଥିବା କଥା ଡାକ୍ତରମାନେ କହୁଛନ୍ତି।

dgadgczvc

ପାଟିବାଟେ ନିଃଶ୍ବାସପ୍ରଶ୍ବାସ ନେବା ହାନିକାରକ ନୁହେଁ ବୋଲି ମନେ ହୁଏ। ସାଧାରଣତଃ ଥଣ୍ଡା ଧରିଥିବା ବେଳେ ମନୁଷ୍ୟ ପାଟିବାଟେ ଶ୍ବାସକ୍ରିୟା ସମ୍ପାଦନ କରେ। କିନ୍ତୁ, ଏ ଅଭ୍ୟାସ କ୍ରମଶଃ ବୃଦ୍ଧି ପାଇଚାଲିଥିବା କଥା ଡାକ୍ତରମାନେ କହୁଛନ୍ତି। ଏତାଦୃଶ ଅଭ୍ୟାସ ସମ୍ପ୍ରତି ପିଲା, କିଶୋର ଓ କର୍ମକ୍ଷେତ୍ରରେ ନିଯୁକ୍ତ ଯୁବାଙ୍କଠାରେ ପରିଲକ୍ଷିତ ହେଉଛି। ଏକଦା ନାକପୁଡ଼ା ଅବରୋଧ ଅଥବା ଶୟନ ବିଭ୍ରାଟ ଯୋଗୁଁ ହେଉଥିବା ଏ ଘଟଣା ଏବେ ସମ୍ପୂର୍ଣ୍ଣ ଜୀବନଯାପନ ଶୈଳୀଭିତ୍ତିକ ହୋଇଗଲାଣି। ପୁଣି ଏହା ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟିକରୁଛି।
ଏଥିରେ ଆଧୁନିକ ଜୀବନଯାପନ ‌ଧାରା ବି କମ୍‌ ତାତ୍ପର୍ଯ୍ୟ ନିର୍ବାହ କରୁନାହିଁ। ଏକାଦିକ୍ରମେ ବହୁ ସମୟ ସ୍କ୍ରିନ୍‌ ଦେଖାରେ ବିତାଇବା, ଅନୁଚିତ ଉପବେଶନ ଶୈଳୀ, ଗୃହ ଅଭ୍ୟନ୍ତର ପ୍ରଦୂଷଣ ବୃଦ୍ଧି, ଆଲର୍ଜି, ବହୁଦିନ ଧରି ସାଇନସ୍‌ ଅବରୋଧ ଓ ସଦାସର୍ବଦା ବାତାନୁକୂଳିତ ପରିବେଶରେ ଅବସ୍ଥାନ ଆଦି ନାସିକା ଶୁଷ୍କତା ଓ ଅବରୋଧ ପାଇଁ ଦାୟୀ।

Cricket: ରଣଜୀ ଟ୍ରଫି: ଐତିହାସିକ ଫାଇନାଲ୍‌ ଦ୍ବାରରେ ଜମ୍ମୁ କାଶ୍ମୀର

ଥାନେସ୍ଥିତ କିମ୍‌ସ ହସ୍ପିଟାଲ୍‌ସରେ କାର୍ଯ୍ୟରତ ନାସା-ଗଳା-କର୍ଣ୍ଣ ବିଶେଷଜ୍ଞ ଡକ୍ତର ଅର୍ଚ୍ଚନା ଏସ୍‌ କହନ୍ତି, ‘‘ସ୍ବାଭାବିକ ଶ୍ବାସକ୍ରିୟା ନିମନ୍ତେ ନାସିକା ସମର୍ଥ ଥିଲେ ବି କାଳକ୍ରମେ ଲୋକେ ଅବଚେତନ ମନରେ ପାଟିବାଟ ଶ୍ବାସକ୍ରିୟା ଅଭ୍ୟାସ ଆଦରି ନେଉଛନ୍ତି।’’ ଅତିରିକ୍ତ ମାନସିକ ଚାପ ଓ ଉତ୍କଣ୍ଠା ଯୋଗୁଁ ମଧ୍ୟ ଶ୍ବାସକ୍ରିୟା ଧାରା ପ୍ରଭାବିତ ହେଉଛି। ମାନସିକ ଭାରାକ୍ରାନ୍ତ ଅବସ୍ଥାରେ ଅଗଭୀର ଓ ଖର ଶ୍ବାସକ୍ରିୟା ଚାଲୁଥିବାରୁ ବାୟୁ ପ୍ରବାହ ନାକରୁ ପାଟିକୁ ଚାଲିଯାଏ ଏବଂ କାଳକ୍ରମେ ତାହା ଅଭ୍ୟାସଗତ ହୋଇଯାଏ।

ଡାକ୍ତର ଅର୍ଚ୍ଚନା ଏସ୍‌ କହନ୍ତି, ‘‘ଫୁସ୍‌ଫୁସ୍‌ରେ ପହଞ୍ଚିବା ଆଗରୁ ପବନକୁ ଛାଙ୍କିବା, ଉଷୁମ କରିବା ଓ ଆର୍ଦ୍ର କରିବା ନିମନ୍ତେ ନାସିକାରେ ଉପଯୁକ୍ତ ବ୍ୟବସ୍ଥା ରହିଛି। ମୁଖ-ଶ୍ବାସକ୍ରିୟା ଯୋଗୁଁ ଉପରୋକ୍ତ ପ୍ରାକୃତିକ ପ୍ରତିରକ୍ଷା ବ୍ୟବସ୍ଥା ଏଡ଼ାଇ ହୋଇଯାଏ। ଫଳତଃ ଶ୍ବାସନଳୀ ମଧ୍ୟକୁ ଥଣ୍ଡା, ଶୁଷ୍କ ଓ ଛାଙ୍କି ହୋଇ ନ ଥିବା ପବନ ପ୍ରବେଶ କରେ। ଏଥିଯୋଗୁଁ ତଣ୍ଟି ସଂକ୍ରମଣ, ମୁଖ ଗହ୍ବର ଶୁଷ୍କତା, ଦୁର୍ଗନ୍ଧ ନିଃଶ୍ବାସ ତଥା ଦନ୍ତକ୍ଷୟ ଓ ମାଢ଼ି ରୋଗ ଆଦି ହେବାର ଯଥେଷ୍ଟ ଆଶଙ୍କା ଦେଖାଦିଏ। ପୁନଶ୍ଚ, ପିଲାଏ ପାଟିରେ ନିଃଶ୍ବାସ ନେବା ଅଭ୍ୟାସରେ ପଡ଼ିଗଲେ ସେମାନଙ୍କ ମୁଖମଣ୍ଡଳରେ ଅଜବ ପରିବର୍ତ୍ତନ ସବୁ ଘଟେ, ଦାନ୍ତ ବେହେଡ଼ା ହୋଇଯାଏ, କଥୋପକଥନ ବେଳେ ଅସୁବିଧା ହୁଏ। ପ୍ରାପ୍ତବୟସ୍କଙ୍କ କ୍ଷେତ୍ରରେ ଏହା କ୍ଷଣ-ଭଙ୍ଗୁର ନିଦ୍ରା, ଘୁଙ୍ଗୁଡ଼ି ଓ ନିଦ୍ରା-ବିଶୃଙ୍ଖଳିତ ଶ୍ବାସକ୍ରିୟା ସମସ୍ୟା ସୃଷ୍ଟି କରିଥାଏ। ଏ ଅଭ୍ୟାସ ପୁରାତନ ହୋଇଗଲେ କ୍ଳାନ୍ତି, ଧ୍ୟାନନିବେଶ ବିଭ୍ରାଟ, ସକାଳ ମୁଣ୍ଡବ୍ୟଥା ସହିତ ମେଟାବୋଲିକ୍‌ ଓ ହୃଦ୍‌ରୋଗ ସମସ୍ୟା ବି ଦେଖା ଦେଇପାରେ।

Kandhamal: କେବେ ବଦଳିବ କନ୍ଧମାଳର ଭାଗ୍ୟ? ‌ଯୁବଗୋଷ୍ଠୀଙ୍କ ପେଟ ପୁରାଉଛି କେରଳ!

ସେ ଯାହାହେଉ, ପାଟିବାଟେ ଶ୍ବାସକ୍ରିୟା କରିବା ଗୋଟାଏ ରୋଗ ନୁହେଁ, ଜୀବନଶୈଳୀଗତ ସମସ୍ୟା। ଏହା ଏତେ ମନ୍ଥର ଗତିରେ ଅଭ୍ୟାସରେ ପଡ଼ିଯାଇଥାଏ ଯେ ମଣିଷ କେମିତି ଏ ବଦଭ୍ୟାସ ବଶବର୍ତ୍ତି ହେଲା ତାହା ବୁଝି ପାରେ ନାହିଁ। କେଉଁ କାରଣ ଯୋଗୁଁ ଏହା ହେଉଛି ତାହା ଧରିପାରିଲେ ଏ ସମସ୍ୟା ସୁଧାରି ହେବ। ଏହା ବ୍ୟତିରେକେ, ଉପବେଶନ ଓ ଶୟନ ଶୈଳୀ ପରିବର୍ତ୍ତନ, ଯଥେଷ୍ଟ ପାଣି ପିଇବା, ଆଲର୍ଜି ନିୟନ୍ତ୍ରଣ, ନାସିକା ଶ୍ବାସକ୍ରିୟା ଅଭ୍ୟାସ ଓ ଶୋଇବା ଆଗରୁ ସ୍କ୍ରିନ୍‌ ସମୟ ସୀମିତ କରିବା ଦ୍ବାରା ମଧ୍ୟ ଶ୍ବାସକ୍ରିୟା ଧାରା ପୁନଃ ସ୍ବାଭାବିକ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe