Advertisment

My partner... ସାଥୀ ମୋର... ସେ ମୋର ସମାଲୋଚକ ଓ ପ୍ରଶଂସକ ଉଭୟ: ଗୀତା ପଟ୍ଟନାୟକ

Advertisment

ଅଧିକାଂଶ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳା ଥାଆନ୍ତି ବୋଲି ସ୍ବୀକାର କରାଯାଏ। ପ୍ରାୟତଃ ସେ ତାଙ୍କର ପତ୍ନୀ ହୋଇଥା’ନ୍ତି। ଠିକ୍‌ ସେମିତି ଅନେକ ସମୟରେ ଆଢ଼ୁଆଳରେ ରହିଯାଆନ୍ତି ସଫଳ ନାରୀଜଣଙ୍କୁ ସହଯୋଗର ହାତ ବଢ଼େଇଥିବା ପୁରୁଷଜଣକ।

ଅଧିକାଂଶ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳା ଥାଆନ୍ତି ବୋଲି ସ୍ବୀକାର କରାଯାଏ। ପ୍ରାୟତଃ ସେ ତାଙ୍କର ପତ୍ନୀ ହୋଇଥା’ନ୍ତି। ଠିକ୍‌ ସେମିତି ଅନେକ ସମୟରେ ଆଢ଼ୁଆଳରେ ରହିଯାଆନ୍ତି ସଫଳ ନାରୀଜଣଙ୍କୁ ସହଯୋଗର ହାତ ବଢ଼େଇଥିବା ପୁରୁଷଜଣକ।

sfhhhf

ଅଧିକାଂଶ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳା ଥାଆନ୍ତି ବୋଲି ସ୍ବୀକାର କରାଯାଏ। ପ୍ରାୟତଃ ସେ ତାଙ୍କର ପତ୍ନୀ ହୋଇଥା’ନ୍ତି। ଠିକ୍‌ ସେମିତି ଅନେକ ସମୟରେ ଆଢ଼ୁଆଳରେ ରହିଯାଆନ୍ତି ସଫଳ ନାରୀଜଣଙ୍କୁ ସହଯୋଗର ହାତ ବଢ଼େଇଥିବା ପୁରୁଷଜଣକ। ସେ ବି ହୋଇପାରନ୍ତି ଜୀବନସାଥୀ। ଏଥର ସ୍ବୀକାରୋକ୍ତିରେ ସ୍ବାମୀ କ୍ରିଷ୍ଣଗୋପାଳ ବାତ୍ରାଙ୍କ ବିଷୟରେ କହିଛନ୍ତି ତାଙ୍କର ପତ୍ନୀ, ସୁନାମଧନ୍ୟ ଗାୟିକା ଗୀତା ପଟ୍ଟନାୟକ।

Sundargarh Signing: କୃତଜ୍ଞତା ଜ୍ଞାପନ କଲେ ଆଗକୁ ବଢ଼ିପାରିବା: ସୌମ୍ୟ ରଂଜନ

୧୯୮୮ ମସିହା ନଭେମ୍ବର ୨୫ ତାରିଖରେ କ୍ରିଷ୍ଣଗୋପାଳ ବାତ୍ରାଙ୍କ ସହିତ ମୋର ବିବାହ ହୋଇଥିଲା। ଦିଲ୍ଲୀରେ ତାଙ୍କ ଘର। ମୋ ବାହାଘର ସମୟରେ ମଧ୍ୟପ୍ରଦେଶ ବିଜୟପୁରଠାରେ ନ୍ୟାସ୍‌ନାଲ୍‌ ଫର୍ଟିଲାଇଜର୍‌ ଲିମିଟେଡ୍‌ର ଇନ୍‌ଷ୍ଟ୍ରୁମେଣ୍ଟ ଡିପାର୍ଟମେଣ୍ଟ୍‌ରେ ସେ ମ୍ୟାନେଜର ଥିଲେ। ଅକ୍ଷୟ ମହାନ୍ତି (ଖୋକାଭାଇ)ଙ୍କ ଘରୁ ପ୍ରସ୍ତାବଟି ଆସିଥିଲା। ଖୋକାଭାଇଙ୍କ ବଡ଼ଜୋଇଁ ୟାଙ୍କ ପାଖେ ଇନ୍‌ଷ୍ଟ୍ରୁମେଣ୍ଟାଲ୍‌ ଇଞ୍ଜିନିୟର୍‌ ଭାବେ କାର୍ଯ୍ୟ କରୁଥି‌ଲା। ବହୁତ ଭଲ ମଣିଷ କହି ୟାଙ୍କ ସଙ୍ଗେ ପ୍ରସ୍ତାବ ପକାଇଥିଲା। ଜଣେ ଅଣଓଡ଼ିଆ ଘରେ ପ୍ରସ୍ତାବ ପାଇଁ ବାପା ରାଜି ନ ଥିଲେ। ହେଲେ ମୋ ଭିଣୋଇ ପ୍ରଦୋଷ ପଟ୍ଟନାୟକ ଓ ଅନ୍ୟ ସମସ୍ତଙ୍କ ଚାପରେ ବାପା ରାଜିହେଲେ। ବାପାଙ୍କର ଚିନ୍ତା ଥିଲା ମୁଁ କେମିତି ଆଡ୍‌ଜଷ୍ଟ୍‌ କରିବି ବୋଲି। ସେତେବେଳେ ମୁଁ ପଲିଟିକାଲ୍‌ ସାଇନ୍‌ସରେ ଏମ୍‌.ଏ. ଏବଂ ଘରୋଇ ଭାବେ ଓଡ଼ିଆରେ ଏମ୍‌.ଏ. କରିସାରିଥିଲି। ହିନ୍ଦୀରେ ପରିଚୟ ପାସ୍‌ କରିଥିଲି। ମତେ ଲୋଭ ଦେଖାଇଲେ, ଦିଲ୍ଲୀରେ ରହି କ୍ଲାସିକାଲ୍‌ ଶିଖିବି, ଦିଲ୍ଲୀ ରେଡିଓ ଓ ଦୂରଦର୍ଶନରେ ପ୍ରୋଗ୍ରାମ୍‌ କରିବି। ତେଣୁ ମୁଁ ରାଜି ହୋଇଗଲି। ଯେହେତୁ ମୁଁ ଏ ଗ୍ରେଡ୍‌ର ରେଡିଓ ଆର୍ଟିଷ୍ଟ ଥିଲି, ଆଗରୁ ନ୍ୟାସ୍‌ନାଲ୍‌ ପ୍ରୋଗ୍ରାମ୍‌ ସି.ପି.ସି.ରେ ବି ଗାଇସାରିଥିଲି।

ୟାଙ୍କର ଭାଇଭଉଣୀ ସମସ୍ତେ ଏକ୍ସାଇଟେଡ୍‌ ଥିଲେ। ବଡ଼ଭାଇ କେମିଷ୍ଟ୍ରି ପ୍ରଫେସର ପାନିପଥ୍‌ରୁ ରିଜାଇନ୍‌ କରି କାଲିଫର୍ଣ୍ଣିଆରେ ଜଣେ ଉଚ୍ଚପଦସ୍ଥ ପଦରେ କାର୍ଯ୍ୟ କରୁଥିଲେ। ମଝିଆ ଭାଇ ମେକାନିକାଲ୍‌ ଇଞ୍ଜିନିୟର୍‌ ଭାବେ ଭଟିଣ୍ଡାରେ ଡି.ଜି.ଏମ୍‌. ଥିଲେ। ସାନଭାଇ ବ୍ୟାଙ୍କ୍‌ ଅଫିସର ଥିଲେ। ଦୁଇ ଭଉଣୀ ଟିଚରସିପ୍‌ କରୁଥିଲେ। ସମସ୍ତେ ଥିଲେ ଉଚ୍ଚମନା। କେବଳ ଶାଶୂଙ୍କ ଛଡ଼ା ସମସ୍ତେ ହିନ୍ଦୀ, ଇଂରାଜୀରେ କଥା ହେଉଥିଲେ। ତେଣୁ ତାଙ୍କ ଘରେ ଚଳିବାକୁ ମତେ କିଛି ଅସୁବିଧା ହେଲାନି। ସମସ୍ତେ ଥିଲେ ସଂଗୀତପ୍ରେମୀ। ବାହାଘର ଦୁଇମାସ ପରେ ୟାଙ୍କ ଚାକିରି ଜାଗାକୁ ମତେ ଯିବା ପାଇଁ ପଡ଼ିଲା। ଇଏ ସକାଳ ସାଢ଼େ ଆଠଟା ସୁଦ୍ଧା ପ୍ଲାଣ୍ଟ୍‌କୁ ଚାଲିଯାନ୍ତି। ଘରେ ମୁଁ, ଚାକରାଣୀ ଆଉ ମାଳୀ। ମାଳୀ ବଗିଚା କାମ କରେ, ଚାକରାଣୀ ତା’ କାମ ସାରି ଘରକୁ ଚାଲିଯାଏ। ଘରେ ମୁଁ କ’ଣ ବା କରିବି ଏକା? ଭାରି ବ୍ୟସ୍ତ ଲାଗେ। ଗୀତ ପାଇଁ ଲେକ୍‌ଚର୍‌ସିପ୍‌ ଛାଡ଼ିଲି। ଗୀତ କ’ଣ ମୋର ସବୁଦିନ ପାଇଁ ଚାଲିଯିବ? ଭଗବାନଙ୍କ ପାଖରେ ଜଣାଏ। ଏଇ ଚାକଚକ୍ୟରେ ରହି ମୋର ଗୀତ କ’ଣ ଛାଡ଼ିଦେବି? ଗୀତ ମୋର ଜୀବନ ଥିଲା। ଭଗବାନଙ୍କୁ କହେ ମତେ ଏଠିକି କ’ଣ ପାଇଁ ଆଣିଲ? ଭଗବାନ ମୋ କଥା ଶୁଣିଲେ। ମୁଁ ଗୀତ ଗାଇବା କଥା ଲୁଚିରହିଲାନି। ୟାଙ୍କର ଇ.ଡି.ଙ୍କ ପତ୍ନୀ ଆମ ଘରକୁ ଆସି ମତେ ଗୀତ ଗାଇବା ପାଇଁ ୟାଙ୍କୁ ପର୍‌ମିସନ୍‌ ଦେବାକୁ କହିଲେ। ତା’ପରେ କ୍ଲବ୍‌ର ମେମ୍ବର୍‌ କରାଇଲେ। ଟାଉନ୍‌ସିପ୍‌ର ପ୍ରତ୍ୟେକ ଫଙ୍କ୍‌ସନ୍‌ରେ ମତେ ଗୀତ ଗାଇବାକୁ ପଡ଼ିଲା। ଶ୍ରୀମତୀ ପୂର୍ବୀ (ଇ.ଡି.ଙ୍କ ପତ୍ନୀ) ଭଲ ଗଜଲ, ଗୀତ, ହିନ୍ଦୀ କବିତା ଲେଖୁଥିଲେ। ପ୍ରତ୍ୟେକ ଦିନ ମଧ୍ୟାହ୍ନ ପରେ ଆମ ଘରକୁ ଆସି ସିଏ ଲେଖୁଥିଲେ ଏବଂ ମୁଁ ଲିରିକ୍‌ ଫର୍ମରେ ପକାଇ ସ୍ବର କରୁଥିଲି। ଫଙ୍କ୍‌ସନ୍‌ରେ ଗାଉଥିଲି। ଅନ୍ୟାନ୍ୟ ଗଜଲ୍‌ ଗୀତ ସବୁ ହିନ୍ଦୀରେ ଗାଇବାକୁ ପଡୁଥିଲା। ଆଉ ସମୟ ମିଳିଲାନି ଅନ୍ୟ କିଛି କଥା ଭାବିବାକୁ। ଦିଲ୍ଲୀରେ ବି ଗୀତ ଗାଇବାକୁ ସୁଯୋଗ ମିଳିଲା।

Paddy: ଚାଷୀ ଏଫଏକ୍ୟୁ ଧାନ ନ ଆଣିଲେ ଦାୟୀ କିଏ: ଜିଲ୍ଲା ମିଲ ମାଲିକ ସଂଘ

ମୋ ପ୍ରତି ୟାଙ୍କର ବହୁତ ସପୋର୍ଟ ଥିଲା। ମୁଁ ନିଜେ ହିନ୍ଦୀ ଗୀତ ଲେଖି ସ୍ବର ବି କରେ ଓ ଅନ୍ୟମାନଙ୍କୁ ଶିଖାଏ। ଇଏ ମୋର ହିନ୍ଦୀ କରେକ୍ସନ୍‌ କରିଦିଅନ୍ତି। ଯେତେବେଳେ ସେ ଟୁର୍‌ରେ ଯାଉଥିଲେ ଗୁଲାମ ଅଲ୍ଲୀ, ପରବିନ୍‌ ସୁଲତାନା, ଭିମ୍‌ସେନ୍‌ ଜୋଶୀ, ରାଜନ ସାଜନ, ଦି ଡାଲି ବ୍ରଦର୍ସ ଏମିତି ଅନେକ ଭଲ ସିଡି ମୋ ପାଇଁ ଆଣୁଥିଲେ। ଯେକୌଣସି ପ୍ରୋଗ୍ରାମ୍‌ ପରେ ମୋର ପ୍ରଶଂସା ଶୁଣି ଖୁସି ହେଉଥିଲେ। ଉର୍ଦ୍ଦୁ ଶବ୍ଦର ଅର୍ଥ ବୁଝେଇ ଦେଉଥିଲେ। ଉଚ୍ଚାରଣ କେମିତି ହେବ ଶିଖାଉଥିଲେ। ଅଣଓଡ଼ିଆ ସ୍ବାମୀଙ୍କୁ ପାଇ ମୋର ଅଲଗା ଭାଷାରେ ଦକ୍ଷତା ଆସିଯାଇଥିଲା। ତେଣୁ ସେ ମୋର ସମାଲୋଚକ ଓ ପ୍ରଶଂସକ ଉଭୟ। ମୋର ଏପର୍ଯ୍ୟନ୍ତ ଗୀତ ଗାଇବାରେ ତାଙ୍କର ଅବଦାନ ଥିଲା ଅଧିକ। ଏବେ ମୁଁ ତାଙ୍କ ସଙ୍ଗେ କଟକରେ ରହୁଛି। ମୋର ଗୀତ ଗାଇବା ପଛରେ ଅଛି ତାଙ୍କର ଅନେକ ପ୍ରେରଣା। ଜଗନ୍ନାଥଙ୍କ କୃପାରୁ ମୃତ୍ୟୁ ପର୍ଯ୍ୟନ୍ତ ଏମିତି ଗାଉଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe