Nita Ambani at 62 : ୬୨ ବର୍ଷରେ ପାଦ ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ । ଏଥିପାଇଁ ଦେଶବିଦେଶରୁ ତାଙ୍କ ନିକଟକୁ ଶୁଭେଚ୍ଛା ଆସିବାରେ ଲାଗିଛି । ସେ ଏବେ ରିଲାଏନ୍ସ (Reliance) ଫାଉଣ୍ଡେସନ ଏବଂ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ଏବଂ ପ୍ରତିଷ୍ଠାତା ଅଛନ୍ତି । ନିଜର ସେବାମୂଳକ କାର୍ଯ୍ୟ ଏବଂ ଆଧୁନିକ ଜୀବନଶୈଳୀ ପାଇଁ ସେ ସାରା ଦେଶରେ ବେଶ ପରିଚିତ ।
ତାଙ୍କ ନେତୃତ୍ବରେ ପରିଚାଳିତ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ ପିଲାମାନଙ୍କୁ ସାମଗ୍ରୀକ ଶିକ୍ଷା ( Holistic Education) ପ୍ରଦାନ କରୁଛି । ସେହିପରି ରିଲାଏନ୍ସ ଫାଉଣ୍ଡେସନ ସ୍ବାସ୍ଥ୍ୟ, କ୍ରୀଡ଼ା, ସଂସ୍କୃତି, ଗ୍ରାମୀଣ ବିକାଶ, ନାରୀ ସଶକ୍ତୀକରଣ ଆଦି କ୍ଷେତ୍ରରେ କାମ କରୁଛି । ଏହା ସହିତ, NMACC ବା Nita Mukesh Ambani Cultural Centre ମାଧ୍ୟମରେ ଭାରତୀୟ କଳା ଓ ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ଜାରି ରଖିଛନ୍ତି । ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହି କେନ୍ଦ୍ର ଭାରତୀୟ କଳା, ସୃଜନଶୀଳତାକୁ ବିଶ୍ବ ଦରବାରରେ ପହଞ୍ଚାଇପାରିଛି ।
/sambad/media/post_attachments/4564694d-24f.png)
ଶିକ୍ଷାଠାରୁ ଆରମ୍ଭ କରି କ୍ରୀଡା, କଳା ସଂସ୍କୃତି ପାଇଁ କାମ କରିଚାଲିଛନ୍ତି
ସ୍ୱାସ୍ଥ୍ୟକ୍ଷେତ୍ରରେ ଶ୍ରୀ ଏଚ୍. ଏନ୍. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ଏବଂ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians)ର ମୁଖ୍ୟ ଭାବେ ମଧ୍ୟ ସେ ବେଶ ସଫଳ । କେବଳ କ୍ରିକେଟ ନୁହେଁ, ତୃଣମୂଳ ସ୍ତରରେ ଆଥଲେଟିକ ପ୍ରତିଭାମାନଙ୍କୁ ବିକଶିତ କରିବା ଦିଗରେ ରିଲାଏନ୍ସ ଫାଉଣ୍ଡେସନ କାମ କରୁଛି । ସେହିପରି ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଦସ୍ୟାଭାବେ ସେ ଭାରତର କ୍ରୀଡା ବାତାବରଣକୁ ଉନ୍ନତ କରିବାରେ ଉଦ୍ୟମ କରିଚାଲିଛନ୍ତି । ରିଲାଏନ୍ସ ଫାଉଣ୍ଡେସନ୍ ମାଧ୍ୟମରେ ଗ୍ରାମାଞ୍ଚଳରେ ବିକାଶ, ମହିଳା ସଶକ୍ତୀକରଣ ଏବଂ କୋଭିଡ୍-୧୯ ସମୟରେ ସ୍ୱାସ୍ଥ୍ୟସେବା ପ୍ରଦାନରେ ତାଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ।
କେବଳ ସଫଳ ସମାଜସେବୀ ନୁହେଁ, ସେ ଜଣେ ଫ୍ୟାସନ ଆଇକନ ମଧ୍ୟ । ଅନେକ ସମୟରେ ତାଙ୍କର ଲୁକ୍ ଭାଇରାଲ୍ ହୁଏ ଏବଂ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟେ ।
କ୍ରୀଡାଠାରୁ ଆରମ୍ଭ କରି ସଂସ୍କୃତି ଓ ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ତାଙ୍କର ବିଭିନ୍ନ ପଦକ୍ଷେପ ସମାଜ ପ୍ରତି ତାଙ୍କର ଦାୟିତ୍ବବଦ୍ଧତାକୁ ଦର୍ଶାଉଛି ।
ଆହୁରି ପଢନ୍ତୁ: AAdhar Update: ଆଧାର ଅପଡେଟ କରିବା ହେଲା ସହଜ, ଏବେ ଅନଲାଇନରେ ବଦଳାଇପାରିବେ ନାମ ସହ ମୋବାଇଲ ନମ୍ବର
ଆହୁରି ପଢନ୍ତୁ : OPERATION SINDOOR : ଆକ୍ରମଣ ପାକିସ୍ତାନ ଉପରେ କରାଯାଇଥିଲା, ନିଦ କଂଗ୍ରେସର ହଜିଯାଇଥିଲା : ମୋଦୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/02/nita-2025-11-02-19-07-32.jpg)