Online Photo Scam: ମସ୍ତି ସାଜିପାରେ ଶାସ୍ତି: ଅନଲାଇନରେ ଫଟୋ ଛାଡିବା ଡାକି ଆଣିପାରେ ବିପଦ ! ନଜର ରଖିଛନ୍ତି ହ୍ୟାକର...

କାରଣ ବିପଦହୀନ ମନେ ହେଉଥିବା ସେହି ଫଟୋଗୁଡ଼ିକ ମଧ୍ୟ ସାଂଘାତିକ ସୁରକ୍ଷା ବିପଦ ଆଣିବାର ଆଶଙ୍କା ରହିଛି। ବିଶେଷ କରି ଟିପଚିହ୍ନ ପ୍ରକାଶ କରୁଥିବା କୌଣସି ଫଟୋକୁ ହରଣଚାଳ କରି ସାଇବର ଅପରାଧୀମାନେ...

social media

social media Photograph: (sambad.in)

ନୂଆଦିଲ୍ଲୀ: ନିଜକୁ ତଥା ନିଜର ସୃଜନଶୀଳତାକୁ ଅନ୍ୟମାନଙ୍କ ପାଖରେ ପ୍ରଦର୍ଶନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଫଟୋ ଛାଡ଼ିବା ଏକ ସାଧାରଣ କଥା ପାଲଟିଛି । ମାତ୍ର ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ସେଭଳି ଉତ୍ସାହୀ ଚିତ୍ର ପ୍ରେରଣକାରୀ ଏଣିକି ସେଥିପ୍ରତି ସତର୍କ ରହିବା ଜରୁରୀ। କାରଣ ବିପଦହୀନ ମନେ ହେଉଥିବା ସେହି ଫଟୋଗୁଡ଼ିକ ମଧ୍ୟ ସାଂଘାତିକ ସୁରକ୍ଷା ବିପଦ ଆଣିବାର ଆଶଙ୍କା ରହିଛି। ବିଶେଷ କରି ଟିପଚିହ୍ନ ପ୍ରକାଶ କରୁଥିବା କୌଣସି ଫଟୋକୁ ହରଣଚାଳ କରି ସାଇବର ଅପରାଧୀମାନେ ଆଧାର ଆଧାରିତ ଦେୟ ବ୍ୟବସ୍ଥା ଏବଂ ସମଗ୍ର ବ୍ୟାଙ୍କିଂ ସେବାରେ ଅନ୍ୟର ଅର୍ଥକୁ ହଡ଼ପ କରିନେବାର ସମସ୍ତ ସମ୍ଭାବନା ରହିଛି। 

s

ନିକଟରେ ନୋଏଡ଼ାରେ ଏଭଳି ୧୦ଟି ମାମଲା ଧରାପଡ଼ିଛି ଯହିଁରେ ଅପରାଧୀମାନେ ସାମାଜିକ ଗଣମାଧ୍ୟମରୁ ଅନ୍ୟର ଚିପଚିହ୍ନକୁ ନକଲ କରି ତାହାର ଅପବ୍ୟବହାର କରିଛନ୍ତି। ତେଣୁ ନିଜର ଫଟୋ ଛାଡ଼ିଲା ବେଳେ ଜନସାଧାରଣ ବିଶେଷ କରି ଉତ୍ସାହୀ ବିଦ୍ୟାର୍ଥୀମାନେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି।

ଏସବୁରୁ ବର୍ତ୍ତିବା ପାଇଁ କିଛି ଜରୁରୀ ବିଷୟ ଉପରେ ଧ୍ୟାନ‌ ଦେବାକୁ ପଡ଼ିବ

*ସୋସିଆଲ୍‌ ମିଡିଆରେ ସତର୍କତା ଅବଲମ୍ବନ କରନ୍ତୁ: ସୋସିଆଲ୍‌ ମିଡିଆରେ କୌଣସି ଫଟୋ କିମ୍ବା ନିଜର ଟିପଚିହ୍ନ, ବାୟୋମେଟ୍ରିକ୍‌ ଡିଟେଲ୍‌ସ ପରି ସମ୍ବେଦନଶୀଳ ସୂଚନା ପ୍ରଦର୍ଶନ କରୁଥିବା ତଥ୍ୟ ଓ ଫଟୋ ଛାଡ଼ିଲା ବେଳେ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ। 

*ପ୍ରାଇଭେସି ସେଟିଂକୁ ଗୋପନୀୟ ରଖନ୍ତୁ : ସାମାଜିକ ଗଣମାଧ୍ୟମ ତଥା ନିଜର ବ୍ୟାଙ୍କିଂ ଆପ୍‌ସ ସହିତ ଆପଣଙ୍କର ସମସ୍ତ ଅନ୍‌ଲାଇନ୍‌ ଆକାଉଣ୍ଟରେ ପ୍ରାଇଭେସି ସେଟିଂକୁ ଶକ୍ତିଶାଳୀ କରନ୍ତୁ। ନିଜର ବ୍ୟକ୍ତିଗତ ସୂଚନାକୁ ଅଧିକ ନିରାପଦ କରିବା ଲାଗି ଦୁଇ-ସ୍ତରୀୟ ପ୍ରାମାଣିକ ତଥ୍ୟ (ଟୁ-ଫ୍ୟାକ୍ଟର ଅଥଣ୍ଟିକେସନ୍‌, 2FA) ଆପଣାଇବା ଆବଶ୍ୟକ।

*ବିଶ୍ବସ୍ତ ପ୍ଲାଟ୍‌ଫର୍ମ ବ୍ୟବହାର କରନ୍ତୁ: କୌଣସି ଅଣପ୍ରାଧିକୃତ ଆପ୍‌ କିମ୍ବା ୱେବ୍‌ସାଇଟ୍‌ରେ ନିଜର ବାୟୋମେଟ୍ରିକ୍‌ ତଥ୍ୟ ଛାଡ଼ିବାକୁ ବାରଣ କରାଯାଇଛି। କେବଳ ଭରସାଯୋଗ୍ୟ ତଥା ଅଫଥିସିଆଲ୍‌ ପ୍ଲାଟ୍‌ଫର୍ମରେ ନିଜର ସମ୍ବେଦନଶୀଳ ସୂଚନାଗୁଡ଼ିକ ବାଣ୍ଟିବା ଠିକ୍‌ ରହିବ। 

*ନିୟମିତ ସଫ୍ଟୱେର୍‌ ଅପ୍‌ଡେଟ୍‌: ଆପଣ ବ୍ୟବହାର କରୁଥିବା ଫୋନ୍‌ ଓ କମ୍ପ୍ୟୁଟର ଆଦି ଉପକରଣର ଅପରେଟିଂ ସିଷ୍ଟମ୍‌ ଓ ସଫ୍ଟୱେର୍‌ଗୁଡ଼ିକର ନିୟମିତ ଅପ୍‌ଡେଟ୍‌ ହେବା ଆବଶ୍ୟକ। ଏହାଦ୍ବାରା ସଦ୍ୟତମ ପରିବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥାର ଫାଇଦା ମିଳିପାରିବ।
 
*ଆବଶ୍ୟକ ସ୍ଥଳେ ବାୟୋମେଟ୍ରିକ୍‌ ବ୍ୟବହାର: ବିଶେଷତଃ ଆମେ ବ୍ୟାଙ୍କିଂ କାରବାର କିମ୍ବା ଅନ୍ୟ ଜରୁରି ସେବା ପାଇଁ ବାୟୋମେଟ୍ରିକ୍‌ର ବ୍ୟବହାର କରିଥାଉ। କେବଳ ଅତ୍ୟାବଶ୍ୟକ ଥିଲେ ବାୟୋମେଟ୍ରିକ୍‌ ତଥ୍ୟର ଉପଯୋଗ କରିବା ଦରକାର, ଅନ୍ୟଥା ସେଥିରୁ ନିବୃତ୍ତ ରହିଲେ ଭଲ। କାରଣ ଏହାଦ୍ବାରା ଆପଣଙ୍କ ତଥ୍ୟ ଚୋରି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

ଆହୁରି ପଢନ୍ତୁ- History Of Shampoo: ‘ଶାମ୍ପୁ’ର ଅର୍ଥ କ’ଣ? ଭାରତରେ ପ୍ରଥମେ ଆରମ୍ଭ ହୋଇଥିଲା ଏହାର ବ୍ୟବହାର

*ସନ୍ଦେହଜନକ ପରିସ୍ଥିତିରେ ରିପୋର୍ଟ କରନ୍ତୁ: ସର୍ବୋପରି ନିଜର ବାୟୋମେଟ୍ରିକ୍‌ ତଥ୍ୟ ହରଣଚାଳ ହୋଇଥିବାର କୌଣସି ସନ୍ଦେହ ହେଲେ, ତାହାକୁ ସଂପୃକ୍ତ କର୍ତ୍ତୃପକ୍ଷ କିମ୍ବା ସାଇବର ଅପରାଧ ବିଭାଗରେ ଜଣାଇବାକୁ ପରାମର୍ଶ କରାଯାଇଛି।

ଆହୁରି ପଢନ୍ତୁ-Health Tips, High Blood Pressure: ନିଜର ଭୁଲ ପାଇଁ ହିଁ ବିପଦ ପାଲଟେ ବ୍ଲଡପ୍ରେସର ! ଜାଣନ୍ତୁ ଉଚ୍ଚ ରକ୍ତଚାପର କାରଣ ଆମେ ନିଜେ କେମିତି ?

ରିପୋର୍ଟ- ପ୍ରଜ୍ଞା ନିବେଦିତା ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe