ପଣ୍ଡୁ ଓଷାଓଡ଼ିଶାର କେତେକ ଅଞ୍ଚଳରେ ପାଳିତ ହେଉଥିବା ଏକ ଓଷା। ଏହି ଓଷା ପାଳିତ ହୁଏ ମାର୍ଗଶିର ମାସର ପୂର୍ଣ୍ଣିମାରେ। ତେଣୁ ମାର୍ଗଶିର ମାସର ପୂର୍ଣ୍ଣିମା‌ର ନାମ ପଣ୍ଡୁପୂର୍ଣ୍ଣିମା। ଲୋକମୁଖରେ ଏହା ପଣ୍ଡୁ ପୂନେଇଁ। ଏହି ପୂର୍ଣ୍ଣମୀର ନାମ କାହିଁକି ପଣ୍ଡୁ ପୂର୍ଣ୍ଣିମା ହୋଇଛି, ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାଯାଏ ନାହିଁ। ତେବେ ଏ ବିଷୟରେ ସ୍ବପ୍ନେଶ୍ବର ଦାସ କବିଭୂଷଣ ମତ ଦେଇଛନ୍ତି, ଯେ ସମ୍ଭବତଃ ‘ମହାଭାରତ’ବର୍ଣ୍ଣିତ ପଣ୍ଡୁ ମାର୍ଗଶିର ମାସର ପୂର୍ଣ୍ଣିମାରେ, ବ୍ୟାସଦେବଙ୍କ ଔରସରୁ ଓ ଅମ୍ବାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କରି ନାମରେ ଏହି ଓ‌ଷା ପ୍ରଚଳିତ। କିନ୍ତୁ ପାଣ୍ଡବବଂଶ ଯାହାଙ୍କ ନାମରେ ନାମିତ, ସେ ହେଉଛନ୍ତି ପାଣ୍ଡୁ।

Advertisment

Indian Railways: ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ନବୀକରଣ

ପଣ୍ଡୁ ଓଷା କଥାରୁ ଜଣାଯାଏ, ଯେ ଏହା ଯମରାଜଙ୍କର ବ୍ରତ ଓ ପୂଜା। ବ୍ରତକଥା ଅନୁସାରେ, ଜମ୍ବୁଦ୍ବୀପର ଗୋଟିଏ ନଗର ହେଉଛି କଳିଙ୍ଗ। ସେ ରାଜା ସୁଶାସକ। ତାଙ୍କର ଧନଧାନ୍ୟ, ଗୋପଲକ୍ଷ୍ମୀରେ କିଛି ଅଭାବ ନ ଥିଲା। କିନ୍ତୁ ଗୋଟିଏ ଦୁଃଖ ଥିଲା। ତାହା ହେଉଛି, ସେ ଥିଲେ ଅପୁତ୍ରକ। ଦିନେ ସକାଳେ ରାଜାଙ୍କୁ ଦେଖି ଗୋଟିଏ ହାଡ଼ିଆଣୀ କହିଲା-  କି ଯୋଗରେ ଅପୁତ୍ରକର ମୁହଁ ଚାହିଁଲି!’’ ତାହା ଶୁଣି ମନ କଷ୍ଟରେ ରାଜା ମନ୍ତ୍ରୀଙ୍କୁ ରାଜ୍ୟଭାର ଦେଇ ରାଣୀଙ୍କ ସହ ବନକୁ ଚାଲିଗଲେ। ସେଠାରେ ଜୀବନ ହାରିଦେବାକୁ ଚେଷ୍ଟା କଲେ, ମାତ୍ର ଅସଫଳ ହେଲେ।

Asim Munir : ଅସୀମ ମୁନୀର ହେଲେ ପାକିସ୍ତାନର ପ୍ରଥମ ସିଡିଏଫ, ପ୍ରଧାନମନ୍ତ୍ରୀ ସରିଫ ଦେଲେ ମଂଜୁରୀ

ଦିନେ ରାଣୀଙ୍କ ସହ ଗୋଟିଏ ପାଖ ଗାଆଁକୁ ଯାଇଥିବା ବେଳେ ଦେଖିଲେ, ସ୍ତ୍ରୀଲୋକମାନେ ପଣ୍ଡୁ ଓଷା କରୁଛନ୍ତି। ସେହି ଓଷା କଲେ ପୁତ୍ରଲାଭ ହୁଏ ଜାଣି, ସଂକଳ୍ପ କରି ରାଣୀ ସେହି ବ୍ରତ କଲେ ଓ ପୁଅଟିଏ ପାଇଲେ। ତା’ପରେ ରାଜା ଓ ରାଣୀ ରାଜପୁତ୍ରଙ୍କୁ ନେଇ ରାଜ୍ୟକୁ ‌ଫେରିଲେ। ରାଜପ୍ରାସାଦକୁ ଆସି ରାଣୀ କିନ୍ତୁ ଓଷା କଥା ଭୁଲିଗଲେ। ଫଳରେ ଯମରାଜଙ୍କ ଦୂତମାନେ ତାଙ୍କର ଯୁବା ପୁଅକୁ ବାନ୍ଧି ଆଣିଲେ। ମାତ୍ର ଯମଙ୍କ ମାଆ ଏଥିରେ ଅସନ୍ତୁଷ୍ଟ ହେଲେ। କିନ୍ତୁ ଯମ ତାଙ୍କୁ ରାଣୀ ପ୍ରତିଜ୍ଞାଭଙ୍ଗ କରିଥିବା କଥା ବୁଝାଇ‌ଦେଲେ। ରାଜପୁତ୍ରକୁ ନେଇ ଛାଡ଼ିଆସିବାକୁ ମାଆ ପରାମର୍ଶ ଦେଲେ। ତାହା ମାନି ଯମ ତାଙ୍କୁ ନେଇ ରାଜା ଓ ରାଣୀଙ୍କ ପାଖରେ ଛାଡ଼ିଦେଲେ। ଏଣିକି ରାଜାରାଣୀ ସେମାନଙ୍କର ପ୍ରତିଜ୍ଞା ଅନୁସାରେ ବ୍ରତ କରିବାକୁ କହିଲେ। ରାଜାରାଣୀ ନିଜର ଭୁଲ୍‌ ବୁଝିପାରି ବ୍ରତ କରିବାରୁ, ପୁଅ ସହ ଆନନ୍ଦରେ ରହିଲେ।