ନୂଆଦିଲ୍ଲୀ: ଅନେକ ଲୋକ ଜୀବନ ଯୁଦ୍ଧରେ ହାରି ନିଜ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥାନ୍ତି। ସୋସିଆଲ ମିଡ଼ିଆରେ ଏହିପରି ଅନେକ ଲୋକଙ୍କ ଭିଡିଓ ଦେଖିବାର ମିଳିଥାଏ। ଏହା ମଣିଷଙ୍କ କ୍ଷେତ୍ରରେ ପ୍ରାୟତଃ ଘଟିଥାଏ। କିନ୍ତୁ  କେବେ କୌଣସି ପ୍ରାଣୀ ନିଜ ଜୀବନ ନେଉଥିବାର ଜଣାଯାଇ ନ ଥାଏ।  କିନ୍ତୁ ଏବେ ସୋସିଆଲ ମଡ଼ିଆରେ ଭାଇରାଲ ହେଉଥିବା ଏକ ସାପର ଫଟେରେ ଏହା ଦେଖିବାକୁ ମିଳୁଛି। 

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ସାପ ନିଜ ଗଳାକୁ ଚିପି ଜୀବନ ହାରୁଥିବାର ଦେଖିବାକୁ ମିଳୁଛି।  ଫଟୋ ସେୟାର କରି ଦାବି କରାଯାଉଛି ଯେ ଏହି ସାପଟି ନିଜକୁ ଗଳା ଚିପି  ୧୦ ମିନିଟ୍ ମଧ୍ୟରେ ମରି ଯାଇଥିଲା। 

ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟକୁ ୭୪ହଜାରରୁ ଅଧିକ ଲୋକ ପସନ୍ଦ କରିଥିବାବେଳେ ପାଞ୍ଚ ହଜାର କମେଣ୍ଟ ଦେଇଛନ୍ତି। କିଛି ଲୋକ ଏହାକୁ ମିଥ୍ୟା ବୋଲି କହୁଛନ୍ତି ଏବଂ କେହି କେହି ଏହାକୁ ମଜା କରୁଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ ଜୀବନ ହାରୁଛି ଏବଂ ଆପଣମାନେ ଫଟୋ ଏବଂ ଭିଡିଓ ତିଆରି କରୁଛନ୍ତି? ଏ ସମ୍ପର୍କରେ ପୁଲିସକୁ ଅବଗତ କରାଯିବା ଉଚିତ୍।

https://www.reddit.com/r/interestingasfuck/comments/1erx4hc/yesterday_i_found_a_snake_which_was_strangling/?utm_source=share&utm_medium=mweb3x&utm_name=post_embed&utm_term=1&utm_content=1

ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ ସାପ ଜୀବନ ନେବାକୁ ଚାହୁଁଛି ନା ଏହା କେବଳ ଗୁଜବ। ଜଣେ ଲେଖିଛନ୍ତି ଯେ ନିଜର ଗଳା ଚିପି  ଜୀବନ ହାରିବା ସମ୍ଭବ କି? ଜଣେ ଲେଖିଛନ୍ତି ଯେ ତୁମେ ସେଠାରେ ଠିଆ ହୋଇ ୧୦ ମିନିଟ ପାଇଁ ଏକ ସାପ ନିଜକୁ ମାରୁଥିବାର ଦେଖୁଥିଲ ଏବଂ ତା’ପରେ ଏହାକୁ ମନେ ରଖିବା  ପାଇଁ ଏହାର ଫଟୋ ଉଠାଇଥିଲ କି? ଜଣେ ଲେଖିଛନ୍ତି ଯେ ସାପଟି ମରୁଥିବାବେଳେ  ଏହି ବ୍ୟକ୍ତି ଫଟୋ କ୍ଲିକ୍ କରିବାରେ ବ୍ୟସ୍ତ ଥିଲେ।

ଅଧିକ ପଢ଼ନ୍ତୁ:ଚାର୍ଜର ଯୋଗୁ ଫୋନ୍ ବିସ୍ଫୋରଣ! ବିଆଇଏସ କେୟାର ଆପ୍ କରିବ ସଚେତନ,କରନ୍ତୁ ଇନଷ୍ଟଲ୍

ଏହି ବିଷୟରେ ସୂଚନା ସଂଗ୍ରହ କରିବାବେଳେ ଏହା ଜଣାପଡିଥିଲା ​​ଯେ ସର୍ପଟାଇନ୍ ଅଟୋଫାସିକ୍ସିଏସନ୍ ସିଣ୍ଡ୍ରୋମ (ଏସଏଏସ) ଏକ ବିରଳ ତଥା ସାଂଘାତିକ ବ୍ୟାଧି ଅଟେ। ଯେଉଁଥିପାଇଁ ସାପମାନେ ଅଜାଣତରେ ନିଜ ଶରୀର ଚିପି ଧରନ୍ତି। ଫଳସ୍ୱରୂପ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହେବା ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଥାଏ। ​ କୁହାଯାଉଛି ଯେ ଏହି ସାପ ସହିତ ମଧ୍ୟ ସମାନ ଘଟଣା ଘଟିଥାଇପାରେ, ଯେଉଁ କାରଣରୁ ଏହା ମରିଗଲା।

ଅଧିକ ପଢ଼ନ୍ତୁ:ଶୀଘ୍ର ବିବାହ କରି ଅଧିକ ସନ୍ତାନ ଜନ୍ମ କରିବାକୁ ଏହି ଦେଶ ସରକାରଙ୍କ ନିର୍ଦ୍ଦେଶ