Advertisment

Plane landing: ଚଳନ୍ତା ଟ୍ରେନ୍‌ରେ ବିମାନ ଅବତରଣ

Advertisment

ରନ୍‌ୱେ ଉପରେ ବିମାନ ଅବତରଣ କରିବା ନିଶ୍ଚିତ ଭାବେ ଏକ କଠିନ କାର୍ଯ୍ୟ। ତା’ ହେଲେ ଗୋଟିଏ ଚଳନ୍ତା ଟ୍ରେନ୍‌ ଡବା ଉପରେ ବିମାନଟିଏ ଅବତରଣ କରିବା କେତେ କଠିନ ହୋଇଥିବ ଭାବି ଦେଖନ୍ତୁ! ଅସମ୍ଭବ ମନେ ହେଉଥିବା ଏହି ଦୁଃସାଧ୍ୟ କାର୍ଯ୍ୟ....

ରନ୍‌ୱେ ଉପରେ ବିମାନ ଅବତରଣ କରିବା ନିଶ୍ଚିତ ଭାବେ ଏକ କଠିନ କାର୍ଯ୍ୟ। ତା’ ହେଲେ ଗୋଟିଏ ଚଳନ୍ତା ଟ୍ରେନ୍‌ ଡବା ଉପରେ ବିମାନଟିଏ ଅବତରଣ କରିବା କେତେ କଠିନ ହୋଇଥିବ ଭାବି ଦେଖନ୍ତୁ! ଅସମ୍ଭବ ମନେ ହେଉଥିବା ଏହି ଦୁଃସାଧ୍ୟ କାର୍ଯ୍ୟ....

plane landing

ରନ୍‌ୱେ ଉପରେ ବିମାନ ଅବତରଣ କରିବା ନିଶ୍ଚିତ ଭାବେ ଏକ କଠିନ କାର୍ଯ୍ୟ। ତା’ ହେଲେ ଗୋଟିଏ ଚଳନ୍ତା ଟ୍ରେନ୍‌ ଡବା ଉପରେ ବିମାନଟିଏ ଅବତରଣ କରିବା କେତେ କଠିନ ହୋଇଥିବ ଭାବି ଦେଖନ୍ତୁ! ଅସମ୍ଭବ ମନେ ହେଉଥିବା ଏହି ଦୁଃସାଧ୍ୟ କାର୍ଯ୍ୟ କରି ଦେଖାଇଛନ୍ତି ଇଟାଲୀର ଦୁଃସାହସିକ ପାଇଲଟ୍‌ ଡାରିଓ କୋଷ୍ଟା। 
ଏଥିପାଇଁ ଡାରିଓ ଓ ତାଙ୍କ ସହଯୋଗୀମାନେ ୨୦୨୪ରୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଟ୍ରେନ୍‌ର ଶେଷ ଡବାର ଉପରିଭାଗକୁ ଏକ ରନ୍‌ୱେରେ ରୂପାନ୍ତର କରାଯାଇଥିଲା। ଡାରିଓଙ୍କ ପାଇଁ ଆହ୍ବାନ ଥିଲା ସେହି ସ୍ବଳ୍ପ ଲମ୍ବର  ଚଳନ୍ତା ଟ୍ରେନ୍‌ର ଡବା ଉପରେ ଏକ ଛୋଟ ବିମାନକୁ ସୁରକ୍ଷିତ ଭାବେ ଓହ୍ଲାଇବା।

Flights suspended: ପଶ୍ଚିମ ଏସିଆକୁ ବିମାନ ଉଡ଼ାଣ ବନ୍ଦ: ଯିବାକୁ ଥିଲା କୁଏତ ୮ ଭାରତୀୟ ପାକିସ୍ତାନରେ ପହଞ୍ଚିଲେ

ଟ୍ରେନ୍‌ଟି ୧୨୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାତ୍ରା କରୁଥିଲା। ଅବତରଣ ବେଳେ ସେ ଟ୍ରେନ୍‌ ଡବାକୁ ସୁଦ୍ଧା ଦେଖିବା ସମ୍ଭବ ନଥିଲା। ଏହା ସତ୍ତ୍ବେ ସେ ଅନୁମାନ ଓ ଉଡ଼ାଣ ଦକ୍ଷତାକୁ ବିନିଯୋଗ କରି ଗତ ମାସରେ ଏହି ବିପଜ୍ଜନକ କାର୍ଯ୍ୟ କରିବାରେ ସଫଳ ହୋଇଥିଲେ। ଏଥି ସହିତ ଡାରିଓ କୋଷ୍ଟା ଚଳନ୍ତା ଟ୍ରେନ୍‌ ଉପରେ ବିମାନ ଅବତରଣ କରାଇଥିବା ପ୍ରଥମ ବ୍ୟକ୍ତି ପାଲଟିଛନ୍ତି। କେବଳ ଏତିକି ନୁହେଁ, ଅବତରଣ ପରେ ସେ ସେଇଠାରୁ ବିମାନଟିକୁ ପୁଣି ଉଡ଼ାଇ ନେଇଥିଲେ। 

Turkey Flight emergency landing : କୋଲକାତାରେ ତୁର୍କୀ ଏୟାରଲାଇନ୍ସ ବିମାନର ଜରୁରୀ ଅବତରଣ: ଅଳ୍ପକେ ବର୍ତ୍ତିଲେ ୨୩୬ ଯାତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe