ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସ୍ ଜିଲ୍ଲାର ଏକ ବିଦ୍ୟାଳୟ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ବିଦ୍ୟାଳୟର ପ୍ରିନ୍ସିପଲ ମାତ୍ର ୫ ମିନିଟ ବିଳମ୍ବରେ ଆସିଥିବା କ୍ଲର୍କଙ୍କୁ ଜୋତାରେ ପିଟୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଉପସ୍ଥାନ ରେଜିଷ୍ଟରରେ ଦସ୍ତଖତକୁ ନେଇ ପ୍ରିନ୍ସିପଲ ଏବଂ କ୍ଳର୍କଙ୍କ ମଧ୍ୟରେ ବିବାଦ ହୋଇଥିଲା।
ଏହାପରେ ପ୍ରିନ୍ସିପଲ କ୍ରୋଧରେ କ୍ଲର୍କଙ୍କୁ ଜୋତାରେ ପିଟିବା ଆରମ୍ଭ କଲିଥିଲେ। ଏହା ସହିତ ସେ କ୍ଲର୍କଙ୍କୁ ବିଧା ଗୋଇଠା ମଧ୍ୟ ମାରିବା ଆରମ୍ଭ କରିଥିଲେ। ଦୁହିଁଙ୍କ ମଧ୍ୟରେ ଝଗଡା ଦେଖି ବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ମଧ୍ୟ ସେଠାରେ ପହଞ୍ଚି ଦୁହିଁଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାଟି ବିଦ୍ୟାଳୟରେ ସ୍ଥାପିତ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ନିର୍ବାଚନ ପାଇଁ କର୍ଣ୍ଣାଟକରୁ ୭୦୦ କୋଟି ସଂଗ୍ରହ କରିଛି କଂଗ୍ରେସ: ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ
ରେଜିଷ୍ଟରରେ ଦସ୍ତଖତ କରିବା ପାଇଁ କ୍ଲର୍କ ପ୍ରିନ୍ସିପାଲଙ୍କ ସମ୍ମୁଖରେ ଠିଆ ହେବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।
କ୍ଲର୍କଙ୍କୁ ସ୍କୁଲ ପ୍ରିନ୍ସପଲଙ୍କ ଗାଳିଗୁଲଜ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ୟୁଜରମାନେ ମଧ୍ୟ ଭିନ୍ନଭିନ୍ନ ମନ୍ତବ୍ୟ ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଜନସଂଖ୍ୟା ବୃଦ୍ଧି ପାଇଁ ଅଜବ ମନ୍ତ୍ରଣାଳୟ ଗଠନ କରିବାକୁ ଯୋଜନା କରୁଛନ୍ତି ପୁଟିନ
Follow Us