Photograph: (Yahoo Finance)
କିଛି ଦିନ ତଳେ ମୁମ୍ବାଇର ରୟାଲ୍ ଅପେରା ହାଉସ୍ରେ ପୃଥିବୀର ସବୁଠାରୁ ଲମ୍ବା ଶାଢ଼ି ଉନ୍ମୋଚିତ ହୋଇଥିଲା। ୪ କିଲୋମିଟର ଦୀର୍ଘ ଏହି ଶାଢ଼ିର ନାମ ‘ଦି ଇନ୍ଫିନିଟି ଶାଢ଼ି’ ଏବଂ ଏହାକୁ ପ୍ରସ୍ତୁତ କରିଛନ୍ତି ଡିଜାଇନର୍ ନିବେଦିତା ସାବୁ ଓ ରେଟ୍ ଡଟ୍ ଫାଉଣ୍ଡେସନ୍ର ମୁଖ୍ୟ ସୁପ୍ରୀତ କେ. ସିଂହ। ଏହି ଶାଢ଼ି ପ୍ରସ୍ତୁତି ପଛର ଉଦ୍ଦେଶ୍ୟ ହେଲା ଭାରତରେ ବୈବାହିକ ବଳାତ୍କାରକୁ ଦଣ୍ଡନୀୟ ଅପରାଧରେ ପରିଣତ କରିବା ପାଇଁ ଦାବି ଉପସ୍ଥାପନ କରିବା। ବୈବାହିକ ବଳାତ୍କାର ବିରୋଧରେ ଅଗଣିତ ଲୋକଙ୍କ ସ୍ବାକ୍ଷର ଏହି ଶାଢ଼ିଟି ବହନ କରୁଛି। ସୁପ୍ରୀତ କେ. ସିଂହଙ୍କ ସ୍ପଷ୍ଟ ମତ ହେଲା- ଏହି ଦାବିର ଉଦ୍ଦେଶ୍ୟ ପରିବାର ଭାଙ୍ଗିବା ନୁହେଁ, ବରଂ ମହିଳାଙ୍କ ପାଇଁ ଆତ୍ମସମ୍ମାନ ଓ ନ୍ୟାୟ ସୁନିଶ୍ଚିତ କରିବା। ବିବାହ ପରେ ମହିଳାଙ୍କ ନା କହିବାର ଅଧିକାର ସମାପ୍ତ ହୋଇଯାଏ ନାହିଁ।
Odisha Parab: ଗୁଆହାଟୀରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନର ଭବ୍ୟ ପ୍ରଦର୍ଶନୀ ସମାପ୍ତ
ଉଲ୍ଲେଖଯୋଗ୍ୟ ଯେ ସ୍ତ୍ରୀଙ୍କ ବୟସ ୧୮ରୁ ଅଧିକ ବର୍ଷ ହୋଇଥିଲେ, ସ୍ବାମୀଙ୍କ ଦ୍ବାରା ବଳାତ୍କାର ଏକ ଅପରାଧ ରୂପେ ଭାରତୀୟ ଆଇନ ଗ୍ରହଣ କରେ ନାହିଁ। ଭାରତରେ ପ୍ରତି ତିନିଜଣରୁ ଜଣେ ମହିଳା ସ୍ବାମୀଙ୍କ ଦ୍ବାରା ଶାରୀରିକ ବା ଯୌନ ହିଂସାର ଶିକାର ହେଉଥିବା ବେଳେ ସେଥିରୁ ପତ୍ନୀଙ୍କୁ ସୁରକ୍ଷା ଦେବା ଲାଗି କୌଣସି ଆଇନ ନାହିଁ। ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଜନସଚେତନତା ସୃଷ୍ଟି କରିବା ଏବଂ ଆଇନରେ ଆବଶ୍ୟକ ସଂଶୋଧନ କରିବା ଲାଗି ଏହି ଶାଢ଼ି ହେଉଛି ଏକ ଅଭିନବ ନିବେଦନ। ଆସନ୍ତା ୮ ତାରିଖ ଯାଏ ଶାଢ଼ିଟି ମୁମ୍ବାଇର କାଲା ଘୋଡ଼ା ଆର୍ଟ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହେବ।
Budget 2026: ଆଇଟି ସେବା ପାଇଁ ସ୍ୱୟଂଚାଳିତ ନିୟମ-ଆଧାରିତ ସୁରକ୍ଷା ଅନୁମୋଦନ
Follow Us