ନାଁ ତାଙ୍କର ପ୍ରଜ୍ଞା ପରିମିତା ପଟ୍ଟନାୟକ। ଲୋକଙ୍କ ପାଖରେ ସେ ପୂଜା ପଟ୍ଟନାୟକ ଭାବେ ବେଶ୍ ଲୋକପ୍ରିୟ। ପିଲାଦିନୁ ସଂଗୀତ ଶୁଣିଶୁଣି ଗୁଣୁଗୁଣୁ ହେଉଥିଲେ, ଏବେ ସେଇ ସ୍ବପ୍ନ ସତ ହୋଇଛି। ସଂଗୀତ ଆଜି ତାଙ୍କର ନିଶା ପାଲଟିଛି। ଶରଣ ଗଲି ତୋ ପାଦେ... ଗୀତରୁ କ୍ୟାରିୟର୍ ଆରମ୍ଭ କରିଥିବା ପୂଜା ବାପଘର ଖେଳ ସରିଗଲା..., ଭାଇ ତୁ ମୋ ଦୁନିଆ..., କାଳି ମାଆ ଆସ..., ଏମିତି ଡୋରିରେ ବାନ୍ଧିଛୁରେ ମୋତେ... ଆଦି କିଛି ଲୋକପ୍ରିୟ ସଂଗୀତ ଗାଇ ବେଶ୍ ସଫଳତା ସାଉଁଟିଛନ୍ତି।
ସଂଗୀତ ଯାତ୍ରା:
ଖଲ୍ଲିକୋଟ ନିବାସୀ ଶ୍ରୀଯୁକ୍ତ ପ୍ରବେଶ କୁମାର ପଟ୍ଟନାୟକ ଓ ଅନୁପମା ପଟ୍ଟନାୟକଙ୍କ ଝିଅ ହେଉଛନ୍ତି ପୂଜା। ପିଲାଦିନୁ ପୂଜା ଓ ତାଙ୍କ ବଡ଼ଭାଇ ପ୍ରାନ୍ତପ୍ରତୀକ ପଟ୍ଟନାୟକ କଳାକୁ ବହୁତ ଭଲ ପାଉଥିଲେ। ଏଣୁ ଦୁହିଁଙ୍କ ପ୍ରତିଭା ଦେଖି ବାପାମା’ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ଆଜି ସେହି ପ୍ରେରଣା ତାଙ୍କ ପାଇଁ ଆଶୀର୍ବାଦ ହୋଇଛି ଏବଂ ସେ ସଂଗୀତ ଜଗତର ପ୍ରଚ୍ଛଦପଟର ଗାୟିକା ଭାବେ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି। ବିଭିନ୍ନ ମଞ୍ଚ ଓ ରିଆଲିଟି ସୋ’ରେ ଅଂଶଗ୍ରହଣ କରି ଖ୍ୟାତି ଅର୍ଜନ କରିଛନ୍ତି ବୋଲି କହନ୍ତି ପୂଜା। ଗୁରୁ କୃଷ୍ଣଚନ୍ଦ୍ର ମାନାଙ୍କଠାରୁ ସେ ହିନ୍ଦୁସ୍ତାନୀ ଶିକ୍ଷା କରିଛନ୍ତି।
ଆହୁରି ପଢ଼ନ୍ତୁ- Aravalli Hills Controversary : ନିଜ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ବାପଘର ଓ ଶାଶୂଘରୁ ମିଳିଛି ପ୍ରୋତ୍ସାହନ:
କ୍ୟାରିୟର୍ ଭିତରେ ତାଙ୍କର ବିବାହ ହୋଇଥିଲା ସ୍ମୃତିରଂଜନ ମହାନ୍ତିଙ୍କ ସହ। ବାପଘର ପରି ଶାଶୁଘରେ ମଧ୍ୟ ତାଙ୍କୁ ଉତ୍ସାହିତ କରିଥିଲେ। ଏବେଯାଏ ପୂଜା ପାଖାପାଖି ଏକଶହରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। ବିଭିନ୍ନ ଓଡ଼ିଆ ଟିଭି ଚ୍ୟାନେଲ୍ରେ ସେ ସାମ୍ନାକୁ ଆସନ୍ତି। କେବେ ଅତିଥି ହେଇ ତ କେବେ ବିଚାରକ ହେଇ। ପରିବାରରେ ଆଧ୍ୟାତ୍ମିକତା ଭରି ରହିଥିବାରୁ ପୂଜା ଆଧ୍ୟାତ୍ମିକ ଭଜନ ଓ ଜଣାଣ ଗାଇବାକୁ ଖୁବ୍ ପସନ୍ଦ କରନ୍ତି। ଭଜନ ସମାରୋହରେ ମଧ୍ୟ ଗାଆନ୍ତି।
ଆହୁରି ପଢ଼ନ୍ତୁ- 🔴 LIVE | News Updates 29th Dec 2025: ୬୬ ବର୍ଷରେ ପାଦ ଥାପିଲା ନନ୍ଦନକାନନ,ଜିରୋ ନାଇଟ୍ କଟକଣା, ମଧ୍ୟରାତ୍ରି ପରେ ନାଚଗୀତ ବନ୍ଦ
ପୂଜାଙ୍କର ନୂଆବର୍ଷ ପାଇଁ ଅନେକ ନୂଆ ଗୀତ ରେକର୍ଡିଂ ହୋଇସାରିଛି। ଏସବୁ ଆଗକୁ ୟୁଟ୍ୟୁବ୍ରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିପାଇଁ ସମସ୍ତ ଦର୍ଶକମାନଙ୍କୁ ଆଶୀର୍ବାଦ କାମନା କରି ଆସୁଥିବା ନୂତନବର୍ଷ ୨୦୨୬ ମସିହା ପାଇଁ ଅଭିନନ୍ଦନ ଜଣାଇଛନ୍ତି ପୂଜା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/29/puja-pattnaik-2025-12-29-17-55-53.jpeg)