Ramsha Sultan: ଭାରତର ପ୍ରଥମ ହିଜାବି ଇନଫ୍ଲୁଏନ୍ସର

Advertisment

ମହିଳା ସଶକ୍ତୀକରଣ ତଥା ସମାଜରେ ଉତ୍ତମ ଚରିତ୍ର ଗଠନ ପାଇଁ ବିଭିନ୍ନ ପ୍ରେରଣାଦାୟୀ ବିଷୟବସ୍ତୁ ସୃଷ୍ଟି କରୁଛନ୍ତି ରମ୍‌ଶା ସୁଲତାନ୍। ଦିଲ୍ଲୀର ଆଲିଗଡ଼ରେ ଜନ୍ମିତା ରମ୍‌ଶାଙ୍କର ପିଲାବେଳୁ ମଞ୍ଚ ଓ ଖେଳ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା।

ମହିଳା ସଶକ୍ତୀକରଣ ତଥା ସମାଜରେ ଉତ୍ତମ ଚରିତ୍ର ଗଠନ ପାଇଁ ବିଭିନ୍ନ ପ୍ରେରଣାଦାୟୀ ବିଷୟବସ୍ତୁ ସୃଷ୍ଟି କରୁଛନ୍ତି ରମ୍‌ଶା ସୁଲତାନ୍। ଦିଲ୍ଲୀର ଆଲିଗଡ଼ରେ ଜନ୍ମିତା ରମ୍‌ଶାଙ୍କର ପିଲାବେଳୁ ମଞ୍ଚ ଓ ଖେଳ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା।

Untitled-27

Ramsha Sultan Photograph: (sambad.in)

ରମ୍‌ଶା ସୁଲତାନ୍। ଆଜିକାଲିର ଯୁବପିଢ଼ିଙ୍କ ପାଖରେ ଏକ ପରିଚିତ ନାମ। ୟୁଟ୍ୟୁବରେ ତାଙ୍କର ୩.୬ ମିଲିୟନ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ୧.୫ ମିଲିୟନ୍‌ ଫଲୋଅର୍ସ ଅଛନ୍ତି। ମହିଳା ସଶକ୍ତୀକରଣ ତଥା ସମାଜରେ ଉତ୍ତମ ଚରିତ୍ର ଗଠନ ପାଇଁ ବିଭିନ୍ନ ପ୍ରେରଣାଦାୟୀ ବିଷୟବସ୍ତୁ ସୃଷ୍ଟି କରୁଛନ୍ତି ରମ୍‌ଶା। ଦିଲ୍ଲୀର ଆଲିଗଡ଼ରେ ଜନ୍ମିତା ରମ୍‌ଶାଙ୍କର ପିଲାବେଳୁ ମଞ୍ଚ ଓ ଖେଳ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା। ବଡ଼ ହେଲାପରେ ସେ ବିଭିନ୍ନ ମଞ୍ଚରେ ନିଜର କଳା ପ୍ରଦର୍ଶନ କରିବା ସହିତ ଜାତୀୟ ସ୍ତରର ଭଲିବଲ୍ ଖେଳାଳି ମଧ୍ୟ ରହିସାରିଛନ୍ତି। ନୂଆଦିଲ୍ଲୀର ଭଗବାନ ପର୍ଶୁରାମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିବା ସହ ଏମ୍‌ବିଏ ପାଠପଢ଼ା ଶେଷ କରିଛନ୍ତି ସେ।

ରମ୍‌ଶାଙ୍କ ଯାତ୍ରା:

ଇଞ୍ଜିନିୟରିଂ ପାଠପଢ଼ା ବାଦ୍ ସେ ୨୦୧୭ରୁ ମହିଳାଙ୍କ ସୌନ୍ଦର୍ଯ୍ୟକୁ ନେଇ ଭିଡିଓ ବନାଇବା ଆରମ୍ଭ କଲେ। ରମଜାନ୍‌ରୁ ତାଙ୍କ ପ୍ରଥମ ଭିଡିଓ ଆରମ୍ଭ ହୋଇଥିଲା ଏବଂ ସାରା ବିଶ୍ବର ଲୋକେ ଏହାକୁ ପସନ୍ଦ କରିଥିଲେ। ଏହି କାମରେ ହାସଲ କରିଥିବା‌ ଇଞ୍ଜିନିୟରିଂ ଓ ଏମ୍‌ବିଏ ଡିଗ୍ରୀ ତାଙ୍କୁ ସାହାଯ୍ୟ କଲା। ୨୦୨୦ରେ ବିବାହ ପରେ ସେ ଅଷ୍ଟ୍ରେଲିଆରେ ରହିଲେ। ହେଲେ ଭାରତକୁ ଭୁଲିପାରୁ ନଥିଲେ। ମଝିରେ ମଝିରେ ତାଙ୍କ ପରିବାରକୁ ଭେଟିବାକୁ ଦିଲ୍ଲୀ ଆସୁଥିଲେ। ଭବିଷ୍ୟତରେ ଜଣେ ଭିଡିଓ ଇନ୍‌ଫ୍ଲୁଏନ୍ସର ହେବେ ବୋଲି କେବେ ବି ଭାବି ନଥିଲେ ରମ୍‌ଶା। କାରଣ ସେ ତାଙ୍କ ବାପାଙ୍କ ଭଳି ପାଠ ପଢ଼ି ଇଞ୍ଜିନିୟର୍ ହେବାକୁ ଚାହୁଥିଲେ। ହେଲେ ଜୀବନ କିଛି ନୂଆ ଭାବିଥିଲା ତାଙ୍କ ପାଇଁ। ଏହି କାମରେ ଅନେକ ପ୍ରଶଂସା ସାଉଁଟିଛନ୍ତି ସେ। ଲୋକଙ୍କ ତାତ୍ସଲ୍ୟ ବି କିଛି କମ୍ ମିଳିନି ତାଙ୍କୁ। ଏହାକୁ ମଧ୍ୟ ମଥାପାତି ସ୍ବୀକାର କରିଛନ୍ତି ରମ୍‌ଶା।

କ’ଣ କହନ୍ତି ରମ୍‌ଶା:

ଜଣେ ଇନ୍‌ଫ୍ଲୁଏନ୍ସର୍ ଭାବରେ ଜୀବନରେ କିଛି ଘଟଣାରୁ ଶିଖିବା ନିହାତି ଜରୁରୀ, ଯାହାକି ତୁମ ଜୀବନ ଯାତ୍ରାରେ ତୁମକୁ ସାହାଯ୍ୟ କରିପାରିବ ବୋଲି ତାଙ୍କର ମତ। ତାଙ୍କ ଭାଷାରେ, କୌଣସି ଧର୍ମ ଆମକୁ କେବେ ନକାରାତ୍ମକ କିମ୍ବା ଖରାପ ଶିକ୍ଷା ଦିଏନାହିଁ। ଓଲଟା ଏହା କିପରି ଭାବେ ତୁମ ଜୀବନର ଜିପିଏସ୍ ହୋଇପାରେ ଏ ବିଷୟରେ ସେ ବର୍ଣ୍ଣନା କରିଛନ୍ତି। ‘ଧର୍ମ ଜୀବନରେ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଏ। ଏହା ଜୀବନରେ ଭଲ କଥା ଶିଖାଏ, ଜୀବନର ମୂଲ୍ୟବୋଧ ଓ ଚେତନାକୁ ଜାଗ୍ରତ କରାଏ। ମଣିଷକୁ ଉତ୍ତମ ସ୍ବଭାବ ଓ ହୃଦୟବାନ ହେବାକୁ ବାଟ କଢ଼ାଏ। କିନ୍ତୁ ମଣିଷ ଏସବୁକୁ କେତେ ସକାରାତ୍ମକ ଦିଗରେ ଗ୍ରହଣ କରୁଛି ଏହା ନିଜ ଉପରେ ନିର୍ଭର କରେ। ଏଣୁ ପ୍ରଥମେ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରିବା ଉଚିତ ଏବଂ ପ୍ରତ୍ୟେକ ମଣିଷ ସମାଜରେ ଏକ ସୁନ୍ଦର ସକାରାତ୍ମକ ବାର୍ତ୍ତା ଦେବା ଉଚିତ’ ବୋଲି କୁହନ୍ତି ରମ୍‌ଶା। ଜଣେ ଇନ୍‌ଫ୍ଲୁଏନ୍ସର୍ ଭାବେ ସେ ତାଙ୍କ କଥା ମାଧ୍ୟମରେ ସାରା ବିଶ୍ବରେ ସକାରାତ୍ମକ ଚିନ୍ତାଧାରା ଦ୍ବାରା ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe