୨୦୨୫ ଏଭଳି ଏକ ବର୍ଷ ଥିଲା ଯାହା ଦରଦାମ୍‌ ବୃଦ୍ଧିରୁ ଆଶ୍ବସ୍ତି ପ୍ରଦାନ କରିଥିଲା। ବର୍ଷ ଆରମ୍ଭରୁ ଖୁଚୁରା ମୁଦ୍ରା‌ସ୍ଫୀତି ହାରରେ ହ୍ରାସର ଯେଉଁ ଧାରା ‌ଆରମ୍ଭ ହୋଇଥିଲା ତାହା ବର୍ଷତମାମ ବଜାୟ ରହିଥିଲା। ରାଜ୍ୟରେ ମୁଦ୍ରାସ୍ଫୀତି ହାର ବିଯୁକ୍ତ ସ୍ତରକୁ ଖସିଯାଇଥିଲା। ଅନ୍ୟପକ୍ଷରେ ଓଡ଼ିଶାକୁ ଏକ ୫୦୦ ବିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ରାଜ୍ୟ ସରକାର ବଦ୍ଧପରିକର ହେବା ରାଜ୍ୟର ପ୍ରଗତିକୁ ଏକ ନିର୍ଦ୍ଦିଷ୍ଟ ବାଟ ଦେଖାଇଥିଲା। ନୂଆନୂଆ କ୍ଷେତ୍ରକୁ ନିବେଶ ଆଣିବା ଲାଗି ସରକାରଙ୍କ ଉଦ୍ୟମ ଓଡ଼ିଶାକୁ ଏକ ଖଣିଜ ଓ ଧାତବ ଅର୍ଥନୀତିଠାରୁ ଅଲଗା କରି ବ୍ୟାପକ ଅର୍ଥନୀତିରେ ପରିଣତ କରିବାର ପ୍ରତିବଦ୍ଧତାକୁ ଦର୍ଶାଇଥିଲା। ଅବଶ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦% ଶୁଳ୍କ ରାଜ୍ୟର ଚିଙ୍ଗୁଡ଼ି ରପ୍ତାନିକାରୀଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିଲା।
ପ୍ରସ୍ତୁତି: ରୁଦ୍ର ପ୍ରସାଦ ଜେନା, ପ୍ରଭାତ ପଟ୍ଟନାୟକ
ଅଳଙ୍କରଣ: ଦୀପ୍ତି ରଞ୍ଜନ ଆଚାର୍ଯ୍ୟ

Advertisment

ଭାରତ ସରକାରଙ୍କ ବିକଶିତ ଭାରତ ଲକ୍ଷ୍ୟକୁ ଅନୁସରଣ କରି ରାଜ୍ୟ ସରକାର ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ନକ୍ସା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ‘ଓଡ଼ିଶା ଭିଜନ୍‌: ୨୦୩୬ ଓ ୨୦୪୭’ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ୧୦୦ ବିଲିୟନ୍‌ ଡଲାର ଅତିକ୍ରମ କରିଥିବା ରାଜ୍ୟର ଅର୍ଥନୀତିକୁ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍‌ ଡଲାରରେ ପରିଣତ କରିବାକୁ ସରକାର ମହତ୍ତ୍ବାକାଂକ୍ଷୀ ଲକ୍ଷ୍ୟ ରଖିଛନ୍ତି। ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରାଯିବ ଏବଂ ୨୦୪୭ରେ ଦେଶ ସ୍ବାଧୀନ ହେବାର ୧୦୦ ବର୍ଷ ପାଳନ କରାଯିବ। ଏହି ଦୁଇ ମହତ୍ବପୂର୍ଣ୍ଣ କ୍ଷଣରେ ଓଡ଼ିଶା ଏହାର ଅର୍ଥନୀତିକୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରାଇବାକୁ ଚାହୁଛି। ୨୦୩୬ ସୁଦ୍ଧା ଏହା ଏକ ୫୦୦ ବିଲିଅନ୍‌ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଚାହୁଛି। ଅର୍ଥାତ୍‌ ରାଜ୍ୟ ଅର୍ଥନୀତି ଏହାର ବର୍ତ୍ତମାନ ଆକାରଠାରୁ ୧୫ ଗୁଣା ଅଧିକ ବଡ଼ ହେବ।

Mining Safety : ଜାମଖାନୀ କୋଇଲା ଖଣିରେ ଖଣି ସୁରକ୍ଷା ପକ୍ଷ ଆୟୋଜିତ

୨୦୨୪-୨୫ରେ ରାଜ୍ୟର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ଅଭିବୃଦ୍ଧି (ନୋମିନାଲ୍‌) ୯.୫ ପ୍ରତିଶତ ଥିଲା। ସେହି ଅନୁସାରେ ଦେଶର ଜିଡିପିକୁ ପ୍ରତି ରାଜ୍ୟର ଅବଦାନ ହେଉଛି ୨.୮ ପ୍ରତିଶତ। ୨୦୩୬ ସୁଦ୍ଧା ସେହି ଅବଦାନକୁ ୪ ପ୍ରତିଶତ ଓ ୨୦୪୭ ସୁଦ୍ଧା ୫ ପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ରାଜ୍ୟରେ ମୁଣ୍ଡପିଛା ଆୟ ୧.୮ ଲକ୍ଷ ଟଙ୍କା ରହିଛି ଯାହା ଜାତୀୟ ହାରଠାରୁ କମ୍। ୨୦୩୬ ସୁଦ୍ଧା ତାହାକୁ ୯.୬ ଲକ୍ଷ ଟଙ୍କା ଓ ୨୦୪୭ ସୁଦ୍ଧା ୩୨ ଲକ୍ଷ ଟଙ୍କା କରିବାକୁ ସରକାର ସଂକଳ୍ପ ନେଇଛନ୍ତି। ଏହା ବ୍ୟତୀତ ସବୁଜ ଶକ୍ତି, ସୂଚନା ପ୍ରଯୁକ୍ତି, ପେଟ୍ରୋକେମିକାଲ୍ସ, ଇଲେକ୍ଟ୍ରୋନିକ୍ସ ଓ ନୀଳ ଅର୍ଥନୀତିରେ ନିବେଶ ଜରି‌ଆରେ ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବାକୁ ଓଡ଼ିଶା ଅଭିଳାଷ ରଖିଛି। ଆଗାମୀ ଦିନରେ ଓଡ଼ିଶା ପେଟ୍ରୋକେମିକାଲ୍ସ, ଜାହାଜ ନିର୍ମାଣ, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ମେଡିକାଲ୍ ଡିଭାଇସ୍‌ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏକ ବିନିର୍ମାଣ ହବ୍ ହେବାକୁ ଲକ୍ଷ୍ୟ ରଖିଛି। ସବୁଜ ଶକ୍ତି କ୍ଷେତ୍ରରେ ଏହା ବିପୁଳ ପୁଞ୍ଜିନି‌ବେଶ ହାସଲ କରୁଥିବା ବେଳେ ଗ୍ରିନ ହାଇଡ୍ରୋଜେନ, ଗ୍ରିନ ଆମୋନିଆ, ପମ୍ପ୍‌ଡ ଷ୍ଟୋରେଜ୍ ପ୍ରକଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ହାସଲ କରୁଛି। ୨୦୪୭ ସୁଦ୍ଧ ବିମାନବନ୍ଦର ସଂଖ୍ୟା ୧୫ରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଶୃଙ୍ଖଳିତ ଆର୍ଥିକ ପରିଚାଳନା ଓଡ଼ିଶା ଅର୍ଥନୀତିର ପ୍ରମୁଖ ବିଶେଷତ୍ବ। ବହୁବର୍ଷ ଧରି ଏହା ରାଜସ୍ବ ବଳକା ରାଜ୍ୟ ହୋଇରହିଛି। 

dagdgazccv

ଶୁଳ୍କ ପ୍ରଭାବରେ ରପ୍ତାନି କମିଲା 
ସାମଗ୍ରୀ ମୂଲ୍ୟରେ ପରିବର୍ତ୍ତନ, ଭୂରାଜନୈତିକ ଅସ୍ଥିରତା, ସ୍ବଚ୍ଛ ଶକ୍ତିକୁ ପରିବର୍ତ୍ତନ ଓ ଯୋଗାଣ ଶୃଙ୍ଖଳ ସମସ୍ୟା ଓଡ଼ିଶା ଅର୍ଥନୀତିକୁ ପ୍ରଭାବିତ କରିଥିଲା। ଏକ ଖଣିଜ ସମ୍ପଦ ବହୁଳ ରାଜ୍ୟ ଭାବେ ଅନ୍ତର୍ଜାତୀୟ ବଜାର ସହ ଓଡ଼ିଶାର ଗଭୀର ସମ୍ପର୍କ ରହିଛି। ବିଶ୍ବସ୍ତରରେ ସାମଗ୍ରୀ ମୂଲ୍ୟ ଅସ୍ଥିରତା ରାଜ୍ୟରେ ଲୁହାପଥର, ଇସ୍ପାତ ଓ ଆଲୁମିନିୟମ କ୍ଷେତ୍ରକୁ ପ୍ରଭାବିତ କରିଥିଲା। ଚୀନ, ଆମେରିକା ଓ ୟୁରୋପ ବଜାରରେ ସୁଧାର ଆସିବା ପରେ ରାଜ୍ୟର ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନକାରୀମାନଙ୍କ ରପ୍ତାନିରେ ଉନ୍ନତି ଘଟିଥିଲା। ଦର ବଢ଼ିବା ପରେ ପେଲେଟ୍ ନିର୍ମାତାଙ୍କଠାରୁ ଆଲୁମିନିୟମ କମ୍ପାନି ପର୍ଯ୍ୟନ୍ତ ଧାତବ କ୍ଷେତ୍ର ଉପକୃତ ହୋଇଥିଲା। ତେବେ ଏହିସବୁ ପ୍ରସଙ୍ଗ ଖଣି ରାଜସ୍ବକୁ ବିଶେଷ ପ୍ରଭାବିତ କରିନଥିଲା।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଏବଂ ବିଶ୍ବର ବିଭିନ୍ନ ସ୍ଥାନରେ ଲାଗିରହିଥିବା ଭୂରାଜନୈତିକ ସଙ୍କଟ ରାଜ୍ୟରୁ ଲୁହାପଥର, ଫେରୋଆଲୟଜ, ଆଲୁମିନିୟମ ଓ ସିଫୁଡ୍ ରପ୍ତାନି ହ୍ରାସ କରିଥିଲା। କିନ୍ତୁ ମୂଲ୍ୟଯୁକ୍ତ ଧାତବ ରପ୍ତାନି ଓ ଦେଶ ଭିତରେ ଉପଯୋଗିତାରେ ବୃଦ୍ଧି ସେହି ପ୍ରଭାବକୁ ଅନେକାଂଶରେ ପ୍ରତିହତ କରିପାରିଥିଲା। ତେବେ ଅନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଘଟଣାଗୁଡ଼ିକୁ ସବୁଜ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ସକାରାତ୍ମକ ଢଙ୍ଗରେ ପ୍ରଭାବିତ କରିଥିଲା।

ଜୀବାଶ୍ମ ଇନ୍ଧନ ଉତ୍ସକୁ ପରିହାର କରି ସ୍ବଚ୍ଛ ଶକ୍ତି ଆଡ଼କୁ ପରିବର୍ତ୍ତନରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଅକ୍ଷୟ ଶକ୍ତି, ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ, ପମ୍ପ୍‌ଡ ଷ୍ଟୋରେଜ୍ ପ୍ରକଳ୍ପ, ସୌର ଓ ପବନ ଶକ୍ତି କ୍ଷେତ୍ରରେ ରାଜ୍ୟରେ ବିପୁଳ ପୁଞ୍ଜିନିବେଶ ଘୋଷଣା କରାଯାଇଛି। ଜାତୀୟ ଗ୍ରିନ୍ ହାଇଡ୍ରୋଜେନ୍ ମିସନ୍‌ ଅଧୀନରେ ପ୍ରକଳ୍ପ ସହିତ ପ୍ରସ୍ତାବିତ ଅକ୍ଷୟ ଶକ୍ତି ପାର୍କ ରାଜ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା। ଆମେରିକା ଚାପରେ ଚୀନ ବାହାରେ ସମ୍ପ୍ରସାରଣ କରିବାକୁ ଚାହୁଥିବ‌ା ଅନେକ ସଂସ୍ଥା ଓଡ଼ିଶା ଆସିଥିଲେ। ବିଶେଷ କରି ରସାୟନ, ପେଟ୍ରୋକେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଓ ଆଲୋକ ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ନିବେଶ ବଢ଼ିଥଲା। ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ଭିତ୍ତିଭୂମିରେ ଉନ୍ନତି ଘଟିଥିଲା। କିନ୍ତୁ, ବିଶ୍ବସ୍ତରରେ ସୁଧ ହାର ଉଚ୍ଚ ରହିଥିବା କାରଣରୁ ଅଣମୌଳିକ କ୍ଷେତ୍ରଗୁଡ଼ିକରେ ନିବେଶ କମ୍ ହୋଇଥିଲା। ବିଦେଶରୁ ମେସିନ୍‌ ମଗାଇବା ମହଙ୍ଗା ହୋଇଥିବାରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ)ର ସମ୍ପ୍ରସାରଣ ଯୋଜନା ପ୍ରଭାବିତ ହୋଇଥିଲା। ୨୦୨୫ରେ କିନ୍ତୁ ଓଡ଼ିଶାର କୃଷିଜାତ ସାମଗ୍ରୀ ରପ୍ତାନି ବଢ଼ିଥିଲା। ରାଜ୍ୟର ଡ୍ରାଗନ ଫ୍ରୁଟ୍‌ଠାରୁ ଆରମ୍ଭ କରି ଅମୃତଭଣ୍ଡା ପର୍ଯ୍ୟନ୍ତ ବିଶ୍ବର ବିଭିନ୍ନ ବଜାରରେ ପ୍ରବେଶ କରିଥିଲା।

Mining Safety : ଜାମଖାନୀ କୋଇଲା ଖଣିରେ ଖଣି ସୁରକ୍ଷା ପକ୍ଷ ଆୟୋଜିତ

ଖୁଚୁରା ବଜାରର ହୃତ୍‌ପିଣ୍ଡ

ଗାଁର ଛୋଟ କ୍ୟାବିନ ହେଉ କିମ୍ବା ସହରର ଗଳିକନ୍ଦିରେ ଥିବା ଦୋକାନ ପର୍ଯ୍ୟନ୍ତ ଦେଶର ଖୁଚୁରା ବଜାରକୁ ଆଗକୁ ବଢ଼ାଇବାରେ ଦୋକାନୀମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଦ୍ରୁତ ଗତିରେ ବଦଳୁଥିବା ଏକ ଦୁନିଆରେ ସେମାନେ ସାମାଜିକ ଯୋଗାଯୋଗ, ବିଶ୍ବାସ ଓ ପ୍ରତ୍ୟକ୍ଷ ଭାବ ବିନିମୟ ଜରିଆରେ ପିଢ଼ିପିଢ଼ି ଧରି ପ୍ରାସଙ୍ଗିକ ରହିଛନ୍ତି। ଡିଜିଟାଲ୍‌ କାରବାର ଗ୍ରହଣୀୟତା ବଢ଼ିବା, ଦୋକାନ ଚଳାଇବା ଖର୍ଚ୍ଚରେ ବୃଦ୍ଧି, ଗ୍ରାହକଙ୍କ ଆଚରଣରେ ପରିବର୍ତ୍ତନ ଓ ଅନ୍‌ଲାଇନ୍‌ ବଜାରଠାରୁ କଡ଼ା ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ଛୋଟ ଦୋକାନ ତି‌ଷ୍ଠି ରହିଛି। ୨୦୨୫ରେ ଦୋକାନୀମାନଙ୍କ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ତାହା ହେଉଛି ପ୍ରଯୁକ୍ତିର ଗ୍ରହଣୀୟତା। ପ୍ରାୟ ସବୁ ବେପାରୀଙ୍କ ପାଖରେ ୟୁପିଆଇ କାରବାର ପାଇଁ କ୍ୟୁଆର୍‌ କୋଡ୍ ଓ ସାଉଣ୍ଡବକ୍ସ ରହିଥିଲା। ଏହା ଜରିଆରେ ସେମାନେ ଯୁବଗୋଷ୍ଠୀଙ୍କୁ ନିଜ ଆଡ଼କୁ ଟାଣିବାରେ ସଫଳ ହୋଇଥିଲେ। ତେବେ ସହରାଞ୍ଚଳରେ ଦୋକାନ ଖୋଲିଥିବା ‌ବ୍ୟବସାୟୀମାନଙ୍କୁ ବର୍ଦ୍ଧିତ ଭଡ଼ା, ବିଦ୍ୟୁତ୍‌ ବିଲ୍‌ ବୃଦ୍ଧି, ପରିବହନ ଖର୍ଚ୍ଚ ଭଳି ଆହ୍ବାନ ସାମନା କରିବାକୁ ପଡ଼ିଥିଲା। ଦୋକାନୀମାନଙ୍କ ସପକ୍ଷରେ ଯାହା ସକାରାତ୍ମକ ଢଙ୍ଗରେ କାର୍ଯ୍ୟ କରୁଛି ତାହା ହେଉଛି ସ୍ଥାନୀୟ ଲୋକମାନଙ୍କ ସହ ପରିଚୟ। ପାଖ ପଡ଼ୋଶୀମାନଙ୍କୁ ସେମାନେ ଭଲ ଭାବେ ଚିହ୍ନିଛନ୍ତି। ତେଣୁ କିଛି ବାକିରେ ମାଗିଲେ ଦେବାରେ କୌଣସି ଅସୁବିଧା ନାହିଁ। ମାନବିକ ସ୍ପର୍ଶ ମଧ୍ୟ ରହୁଛି। ଗ୍ରାମାଞ୍ଚଳରେ ଦୋକାନୀମାନେ ଉନ୍ନତ ସଡ଼କ ସଂଯୋଗ, ସରକାରୀ ଯୋଜନା, ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ଓ ଡିଜିଟାଲ୍‌ ସେବାର ପ୍ରସାର ଏବଂ ମାଇକ୍ରୋଫାଇନାନ୍ସ ଜରିଆରେ ଋଣ ସୁବିଧା ଦ୍ବାରା ଉପକୃତ ହୋଇଛନ୍ତି। ଗାଁର ସେହି ଛୋଟ ଦୋକାନରେ ତେଜରାତିଠାରୁ ଆରମ୍ଭ କରି ‌ସାର, ଫ୍ୟାସନ ସାମଗ୍ରୀ ଏଭଳିକି ମୋବାଇଲ ରିଚାର୍ଜ ସୁବିଧା ମଧ୍ୟ ମିଳୁଛି। ୨୦୨୫ ଛୋଟ ଦୋକାନୀମାନଙ୍କୁ କେବଳ ଜିନିଷ ବିକ୍ରେତା ଭାବେ ନୁହେଁ, ବରଂ ଜଣେ ‌ଉଦ୍ୟୋଗୀ ଭାବେ ପ୍ରତିଷ୍ଠା ଦେଇଛି।

ଆର୍ଥିକ ଦୁନିଆର ମହିଳା ମହାଶକ୍ତି
ବ୍ୟବସାୟ ଦୁନିଆରେ ବହୁ ସଂଖ୍ୟାରେ ମହିଳା ଈର୍ଷଣୀୟ ସଫଳତା ହାସଲ କରିଛନ୍ତି। ସେମାନେ ହେଉଛନ୍ତି ବ୍ୟାଙ୍କ ଅଫ୍‌ ଆମେରିକା ଏନ୍‌.ଏ.ର ଭାରତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାକୁ ନଖାଟେ। ବିଶ୍ବସ୍ତରୀୟ କମ୍ପାନି ଚ୍ୟାନେଲ୍‌ର ବିଶ୍ବ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ହାସଲ କରି ଲୀନା ନାୟାର ଭାରତକୁ ଗର୍ବିତ କରିଛନ୍ତି। ଅନ୍ୟତମ ସଫଳ ମହିଳା ଉଦ୍ୟୋଗୀ ହେଉଛନ୍ତି ମୀରା କୁଲକର୍ଣ୍ଣି। ଫରେଷ୍ଟ ଏସେନ୍ସିଆଲର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରୁଛନ୍ତି। ପ୍ରକୃତିର ଉପହାରକୁ ସେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ମନୋରଞ୍ଜନ ଦୁନିଆରେ ଚର୍ଚ୍ଚା ସାଉଁଟିଥିବା ମହିଳା ହେଉଛନ୍ତି ମଲ୍ଟିପଲ୍‌ସ ଅଲ୍‌ଟରନେଟ୍‌ ଆସେଟ୍‌ ମ୍ୟାନେଜମେଣ୍ଟ୍‌ର ପ୍ରତିଷ୍ଠାତା ରେଣୁକା ରାମନାଥ, ରେନ୍ ରେଇନ୍ ଗ୍ରୁପ୍‌ର ପ୍ରତିଷ୍ଠାତା ରୋହିଣୀ ଆୟାର, ଟାଟା ଟେକ୍ନୋଲୋଜିସ୍‌ର ମୁଖ୍ୟ ବିତ୍ତ ଅଧିକାରୀ ସବିତା ବାଲଚନ୍ଦ୍ରନ ଓ ଡେଲୋଏଟ୍‌ ସାଉଥ୍‌ ଏସିଆର ଅଧ୍ୟକ୍ଷା ଶେଫାଳି ଗୋରାଡିଆ। ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଫିକ୍ସଡ୍‌ ଇନ୍‌କମ୍‌ର ମୁଖ୍ୟ ବିତ୍ତ ଅଧିକାରୀ ‌ସୋନାଲ ଦେଶାଇ, ଜେଏମ୍ ଫାଇନାନ୍ସିଆଲ୍‌ର ସିଇଓ ସୋନିଆ ଦାସଗୁପ୍ତା ଓ ଆଦିତ୍ୟ ବିର୍ଲା କ୍ୟାପିଟାଲ୍ ଲିମିଟେଡ୍‌ର ସିଇଓ ବିଶାଖା ମୁଲ୍ୟେ ମଧ୍ୟ ଶକ୍ତିଶାଳୀ ମହିଳା ପ୍ରତିଭାଙ୍କ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ଶୁଳ୍କ ପ୍ରଭାବରେ ରପ୍ତାନି କମିଲା 
ସାମଗ୍ରୀ ମୂଲ୍ୟରେ ପରିବର୍ତ୍ତନ, ଭୂରାଜନୈତିକ ଅସ୍ଥିରତା, ସ୍ବଚ୍ଛ ଶକ୍ତିକୁ ପରିବର୍ତ୍ତନ ଓ ଯୋଗାଣ ଶୃଙ୍ଖଳ ସମସ୍ୟା ଓଡ଼ିଶା ଅର୍ଥନୀତିକୁ ପ୍ରଭାବିତ କରିଥିଲା। ଏକ ଖଣିଜ ସମ୍ପଦ ବହୁଳ ରାଜ୍ୟ ଭାବେ ଅନ୍ତର୍ଜାତୀୟ ବଜାର ସହ ଓଡ଼ିଶାର ଗଭୀର ସମ୍ପର୍କ ରହିଛି। ବିଶ୍ବସ୍ତରରେ ସାମଗ୍ରୀ ମୂଲ୍ୟ ଅସ୍ଥିରତା ରାଜ୍ୟରେ ଲୁହାପଥର, ଇସ୍ପାତ ଓ ଆଲୁମିନିୟମ କ୍ଷେତ୍ରକୁ ପ୍ରଭାବିତ କରିଥିଲା। ଚୀନ, ଆମେରିକା ଓ ୟୁରୋପ ବଜାରରେ ସୁଧାର ଆସିବା ପରେ ରାଜ୍ୟର ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନକାରୀମାନଙ୍କ ରପ୍ତାନିରେ ଉନ୍ନତି ଘଟିଥିଲା। ଦର ବଢ଼ିବା ପରେ ପେଲେଟ୍ ନିର୍ମାତାଙ୍କଠାରୁ ଆଲୁମିନିୟମ କମ୍ପାନି ପର୍ଯ୍ୟନ୍ତ ଧାତବ କ୍ଷେତ୍ର ଉପକୃତ ହୋଇଥିଲା। ତେବେ ଏହିସବୁ ପ୍ରସଙ୍ଗ ଖଣି ରାଜସ୍ବକୁ ବିଶେଷ ପ୍ରଭାବିତ କରିନଥିଲା।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଏବଂ ବିଶ୍ବର ବିଭିନ୍ନ ସ୍ଥାନରେ ଲାଗିରହିଥିବା ଭୂରାଜନୈତିକ ସଙ୍କଟ ରାଜ୍ୟରୁ ଲୁହାପଥର, ଫେରୋଆଲୟଜ, ଆଲୁମିନିୟମ ଓ ସିଫୁଡ୍ ରପ୍ତାନି ହ୍ରାସ କରିଥିଲା। କିନ୍ତୁ ମୂଲ୍ୟଯୁକ୍ତ ଧାତବ ରପ୍ତାନି ଓ ଦେଶ ଭିତରେ ଉପଯୋଗିତାରେ ବୃଦ୍ଧି ସେହି ପ୍ରଭାବକୁ ଅନେକାଂଶରେ ପ୍ରତିହତ କରିପାରିଥିଲା। ତେବେ ଅନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଘଟଣାଗୁଡ଼ିକୁ ସବୁଜ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ସକାରାତ୍ମକ ଢଙ୍ଗରେ ପ୍ରଭାବିତ କରିଥିଲା।

ଜୀବାଶ୍ମ ଇନ୍ଧନ ଉତ୍ସକୁ ପରିହାର କରି ସ୍ବଚ୍ଛ ଶକ୍ତି ଆଡ଼କୁ ପରିବର୍ତ୍ତନରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଅକ୍ଷୟ ଶକ୍ତି, ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ, ପମ୍ପ୍‌ଡ ଷ୍ଟୋରେଜ୍ ପ୍ରକଳ୍ପ, ସୌର ଓ ପବନ ଶକ୍ତି କ୍ଷେତ୍ରରେ ରାଜ୍ୟରେ ବିପୁଳ ପୁଞ୍ଜିନିବେଶ ଘୋଷଣା କରାଯାଇଛି। ଜାତୀୟ ଗ୍ରିନ୍ ହାଇଡ୍ରୋଜେନ୍ ମିସନ୍‌ ଅଧୀନରେ ପ୍ରକଳ୍ପ ସହିତ ପ୍ରସ୍ତାବିତ ଅକ୍ଷୟ ଶକ୍ତି ପାର୍କ ରାଜ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା। ଆମେରିକା ଚାପରେ ଚୀନ ବାହାରେ ସମ୍ପ୍ରସାରଣ କରିବାକୁ ଚାହୁଥିବ‌ା ଅନେକ ସଂସ୍ଥା ଓଡ଼ିଶା ଆସିଥିଲେ। ବିଶେଷ କରି ରସାୟନ, ପେଟ୍ରୋକେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଓ ଆଲୋକ ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ନିବେଶ ବଢ଼ିଥଲା। ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ଭିତ୍ତିଭୂମିରେ ଉନ୍ନତି ଘଟିଥିଲା। କିନ୍ତୁ, ବିଶ୍ବସ୍ତରରେ ସୁଧ ହାର ଉଚ୍ଚ ରହିଥିବା କାରଣରୁ ଅଣମୌଳିକ କ୍ଷେତ୍ରଗୁଡ଼ିକରେ ନିବେଶ କମ୍ ହୋଇଥିଲା। ବିଦେଶରୁ ମେସିନ୍‌ ମଗାଇବା ମହଙ୍ଗା ହୋଇଥିବାରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ)ର ସମ୍ପ୍ରସାରଣ ଯୋଜନା ପ୍ରଭାବିତ ହୋଇଥିଲା। ୨୦୨୫ରେ କିନ୍ତୁ ଓଡ଼ିଶାର କୃଷିଜାତ ସାମଗ୍ରୀ ରପ୍ତାନି ବଢ଼ିଥିଲା। ରାଜ୍ୟର ଡ୍ରାଗନ ଫ୍ରୁଟ୍‌ଠାରୁ ଆରମ୍ଭ କରି ଅମୃତଭଣ୍ଡା ପର୍ଯ୍ୟନ୍ତ ବିଶ୍ବର ବିଭିନ୍ନ ବଜାରରେ ପ୍ରବେଶ କରିଥିଲା।

dgdagczvczvzc

ଛୋଟରୁ ହେଲେ ବଡ଼

ଓଡ଼ିଶାରେ ଛୋଟ ଆକାରର ବ୍ୟବସାୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କାହାଣୀର କୌଣସି ଅଭାବ ନାହିଁ। କୋରାପୁଟର ନମିତା ପାଟ୍ଟଯୋଶୀ ଗୋଟିଏ ଗାଈ ବନ୍ଧକ ସୂତ୍ରରେ ଆଣି ନିଜ ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ୧.୫ କୋଟି ଟଙ୍କାର ଦୁଗ୍ଧ ବ୍ୟବସାୟ କରୁଛନ୍ତି। ସେହିପରି ରାୟଗଡ଼ାର ଲଳିତା ଦେବୀ ସିଂହ କାଗଜରେ ପ୍ଲେଟ୍‌ ତିଆରିକୁ ଏକ ସଫଳ ବ୍ୟବସାୟରେ ପରିଣତ କରିଛନ୍ତି। ନିଜ ସହ ସେ ଅନ୍ୟମାନଙ୍କୁ ଯୋଡ଼ି ସେମାନଙ୍କୁ କର୍ମନିଯୁକ୍ତି ପ୍ରଦାନ କରୁଛନ୍ତି। ରାଜ୍ୟର ହସ୍ତତନ୍ତକୁ ଅନ୍‌ଲାଇନ୍‌ ମାଧ୍ୟମରେ ଜାତୀୟ ବଜାର ପର୍ଯ୍ୟନ୍ତ ପହଞ୍ଚାଇବାରେ ବିଶ୍ବଜିତ ସ୍ବାଇଁଙ୍କ ଭଳି ନବସୃଜନକାରୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି।  ତାଙ୍କ ସଂସ୍ଥା ହସ୍ତିକା ପକ୍ଷରୁ ଆମାଜନ୍‌ ଜରିଆରେ ହସ୍ତତନ୍ତ ପଦାର୍ଥକୁ ଉପଲବ୍ଧ କରାଯାଉଛି। ପୁରୀର ଚନ୍ଦନ ଖୁଣ୍ଟିଆଙ୍କ ଭଳି ଚାଷୀ ଚାଷ କାମରେ ଆଧୁନିକୀକରଣ ଆଣିବାର ବାଟ ଦେଖାଇଛନ୍ତି। ‌‌

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ୍‌ର ପୂର୍ବତନ କର୍ମଚାରୀ ଶ୍ରୀ ଖୁଣ୍ଟିଆ ୧୨ ଏକର ଜମିରେ ପନିପରିବା ଚାଷ କରି ଏକ ଲାଭଜନକ ସଂସ୍ଥା ଗଢ଼ିଛନ୍ତି। ଏହିସବୁ ଉଦ୍ୟୋଗୀମାନେ ସ୍ଥାନୀୟ ଦକ୍ଷତା, ସରକାରୀ ସହାୟତା ଓ ଅନଲାଇନ୍ ପ୍ଲାଟଫର୍ମକୁ ଉପଯୋଗ କରି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛନ୍ତି। ନିଷ୍ଠା ଓ ନବସୃଜନ ଜରିଆରେ ଛୋଟ ଆରମ୍ଭକୁ କିଭଳି ସ୍ଥାୟୀ ସଂସ୍ଥାରେ ପରିଣତ କରାଯାଏ ତାହା ସେମା‌ନେ ପ୍ରମାଣ କରି ଦେଖାଇଛନ୍ତି। ଛୋଟରୁ ବଡ଼ ‌ହୋଇଥିବା ଅନ୍ୟଜଣେ ଉଦ୍ୟୋଗୀ ହେଉଛନ୍ତି ଯାଜପୁରର ଗୀତାଞ୍ଜଳି ବେହେରା। ସେ ଛୋଟ ଦୁଗ୍ଧ ବ୍ୟବସାୟକୁ ସମ୍ପ୍ରସାରଣ କରି ଏବେ ପନିର୍‌ ଆଦି ବିକ୍ରି କରିବା ସହ ଅନ୍ୟ ଚାଷୀମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେହିପରି ପଦ୍ମାଳୟା ଡିଜାଇନ୍‌ ହାଉସ୍‌ର ହରପ୍ରିୟା ବେହେରା ଏକ ଛୋଟ ଦୋକାନରୁ ଯାତ୍ରା ଆରମ୍ଭ କରି ‌ପୋଷାକ ଡିଜାଇନ୍‌ ସଂସ୍ଥ‌ା ଖୋଲିବା ସହ ସେଥିରେ ସ୍ଥାନୀୟ ମହିଳାଙ୍କୁ ନିଯୁକ୍ତି ଦେଇ ସଶକ୍ତ କରିଛନ୍ତି। ରଶ୍ମିତା ଚୌଧୁରୀ ଡିଏସ୍‌ସିଆର୍‌ ଟେକ୍ନୋ ସଲ୍ୟୁସନ୍ସ ପ୍ରତିଷ୍ଠା କରିଥିବା ବେଳେ ସନ୍ତୋଷ ପଣ୍ଡା ଏକ୍ସପ୍ଲାରା ନାମରେ ଅଭିନବ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ସ୍ଥାପନ କରି ସଫଳ ହୋଇଛନ୍ତି।

ଦରବୃଦ୍ଧିରୁ ଆଶ୍ବସ୍ତି

୨୦୨୪ ବର୍ଷସାରା ଦରବୃଦ୍ଧିର ପ୍ରଭାବ ଲାଗି ରହିଥିଲା। ଓଡ଼ିଶା ମଧ୍ୟ ସେଥିରୁ ବର୍ତ୍ତି ନଥିଲା। ସେହିବର୍ଷ ନଭେମ୍ବର ବେଳକୁ ଓଡ଼ିଶା ଦେଶର ସବୁଠୁ ମହଙ୍ଗା ବଜାର ହୋଇଥିଲା। ରାଜ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ସାଢ଼େ ୭ ପ୍ରତିଶତଠାରୁ ଅଧିକ ହୋଇଯାଇଥିଲା। ସ୍ଥିତିର ଗମ୍ଭୀରତାକୁ ଦେଖି କେନ୍ଦ୍ର ସରକାର ସଜାଗ ହେବା ସହ ରାଜ୍ୟକୁ ଦରବୃଦ୍ଧିର ମୁକାବିଲା କଥା ମନେପକାଇଥିଲେ। ୨୦୨୫ ଆରମ୍ଭ ‌ବେଳକୁ କିନ୍ତୁ ସ୍ଥିତିରେ ନାଟକୀୟ ପରିବର୍ତ୍ତନ ହୋଇଥିଲା। ଦରବୃଦ୍ଧିର ଗତି ମନ୍ଥର ହେବା ଆରମ୍ଭ ହୋଇଥିଲା। ବର୍ଷ ଆରମ୍ଭ ବେଳକୁ ମୁଦ୍ରାସ୍ଫୀତି ହାର ଦେଶରେ ୪ ପ୍ରତିଶତ ପର୍ଯ୍ୟନ୍ତ ଖସିଥିଲା। ବିଶେଷ କରି ତୈଳ ଓ ଖାଦ୍ୟ ସାମଗ୍ରୀ ଦରରେ ହୋଇଥିବା ପରିବର୍ତ୍ତନ ପାଇଁ ସ୍ଥିତିରେ ସୁଧାର ଘଟିଥିଲା। ନଭେମ୍ବର ସୁଦ୍ଧା ମୁଦ୍ରାସ୍ଫୀତି ହାର ବିଯୁକ୍ତ ୧.୨୯ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଆସିଥିଲା। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୁଧହାର କମ୍ କରିବାର ସୁଯୋଗ ଦେଇଥିଲା। ୟୁକ୍ରେନ ଓ ରୁଷ୍‌ ମଧ୍ୟରେ ୨୦୨୨ରେ ଆରମ୍ଭ ହୋଇଥିବା ଯୁଦ୍ଧ ପ୍ରଭାବରେ ବିଶ୍ବବ୍ୟାପୀ ଦରବୃଦ୍ଧିର ଯେଉଁ ଧାରା ଆରମ୍ଭ ହୋଇଥିଲା ତାହା ୨୦୨୪ ଶେଷ ପର୍ଯ୍ୟନ୍ତ ବଜାୟ ରହିଥିଲା। ୨୦୨୫ରେ କିନ୍ତୁ ଦରବୃଦ୍ଧି ଏକ ସମସ୍ୟା ନଥିଲା।

dadgcvzcvzcv

ଅଗଷ୍ଟ ମାସ ବେଳକୁ ଖୁଚୁରା ମୁଦ୍ରାସ୍ଫୀତି ହାର ୨.୦୭ ପ୍ରତିଶତକୁ ଖସିଯାଇଥିଲା। ସେପ୍ଟେମ୍ବରରେ ସେହି ହାର ୧.୫୪ ପ୍ରତିଶତକୁ ଖସିଯାଇଥିଲା। ୨୦୧୭ ଜୁନ୍ ପରେ ପ୍ରଥମ ଥର ପାଇଁ ଖୁଚୁରା ମୁଦ୍ରାସ୍ଫୀତିକୁ ଏଭଳି ନିମ୍ନ ସ୍ତରରେ ଦେଖିବାକୁ ମିଳିଥିଲା। ଅକ୍ଟୋବର ମାସରେ ତାହା ରେକର୍ଡ ୦.୨୫ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ସେଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହା ପରବର୍ତ୍ତୀ ମୁଦ୍ରାନୀତି ସମୀକ୍ଷା ବେଳେ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଥିଲା। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦରଦାମ୍ ସ୍ଥିତି ପ୍ରାୟ ନିୟନ୍ତ୍ରଣରେ ରହିବା ସହ ପ୍ରତି ମାସରେ ସେଥିରେ ସୁଧାର ହୋଇଥିଲା। ବର୍ଷା ଋତୁ ସମୟରେ କିଛିଦିନ ପାଇଁ ପନିପରିବା ଓ ଖାଦ୍ୟ ସାମଗ୍ରୀ ମୂଲ୍ୟରେ କିଛିଟା ବୃଦ୍ଧି ହୋଇଥିଲା। କିନ୍ତୁ ସେହି ଦରବୃଦ୍ଧି ଅଧିକ ଦିନ ବଜାୟ ରହି ନ ଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ବିଭିନ୍ନ ଜିନିଷର ଦର ବଢ଼ିଯିବ ବୋଲି ଆଶଙ୍କା କରାଯାଉଥିଲା। ଏହି ଶୁଳ୍କ ଅଗଷ୍ଟ ମାସରୁ ଲାଗୁ ହୋଇଥିଲେ ମଧ୍ୟ ପରବର୍ତ୍ତୀ ମାସଗୁଡ଼ିକରେ ଦରଦାମ୍‌ରେ କୌଣସି ବୃଦ୍ଧି ଘଟି ନ ଥିଲା। ଭାରତୀୟ ଅର୍ଥନୀତି ଆଶାଠାରୁ ଉନ୍ନତ ପ୍ରଦର୍ଶନ କରିବା ମଧ୍ୟ ବଜାରକୁ ସୁହାଇଥିଲା। ଭାରତୀୟ ଅର୍ଥନୀତି ଏକ ଚମତ୍କାର ପର୍ଯ୍ୟାୟରେ ରହିଛି ଯାହାକୁ ‘ଗୋଲ୍ଡିଲକ୍ସ ସ୍ଥିତି’ କୁହାଯାଉଛି। ଏଥିରେ ମୁଦ୍ରାସ୍ଫୀତି କମ୍ ଥିବା ବେଳେ ଅଭିବୃଦ୍ଧି ଉଚ୍ଚ ରହିଥାଏ। ଏହି ସ୍ଥିତି ହାସଲ କରିବାକୁ ପ୍ରତିଟି ଦେଶ ନିରବଚ୍ଛିନ୍ନ ଉଦ୍ୟମ କରିଥାନ୍ତି।

ସରଳ ହେଲା ଜିଏସ୍‌ଟି, ଆୟକର

ଅର୍ଥନୀତିର ଗତି ତ୍ବରାନ୍ବିତ କରିବାକୁ କେନ୍ଦ୍ର ସରକାର ଚଳିତ ବର୍ଷ ଅନେକ ଗୁରୁତ୍ବପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ସେଥିରୁ ସବୁଠୁ ବଡ଼ ସଂସ୍କାର ଥିଲା ଆୟକର ବ୍ୟବସ୍ଥା‌ର ସରଳୀକରଣ, ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଢାଞ୍ଚାରେ ପରିବର୍ତ୍ତନ। ସର୍ବାଧିକ ଦୃଷ୍ଟି ଆକର୍ଷଣ କରିଥିଲା ଜିଏସ୍‌ଟି ସଂସ୍କାର। ପୂର୍ବରୁ ପ୍ରଚଳିତ ଥିବା ୫%, ୧୨%, ୧୮% ଓ ୨୮% ଜିଏସ୍‌ଟି ଢାଞ୍ଚାକୁ ପରିବର୍ତ୍ତନ କରି ଦୁଇଟି ପ୍ରମୁଖ ସ୍ଲାବ୍ ୫ ପ୍ରତିଶତ ଓ ୧୮ ପ୍ରତିଶତ ରଖାଯାଇଛି। ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍‌କୁ ଉଚ୍ଛେଦ କରାଯାଇଥିଲା।  ଏହା ବଦଳରେ ହାନିକାରକ ଓ ବିଳାସପୂର୍ଣ୍ଣ ପଦାର୍ଥ ଉପରେ ୪୦ ପ୍ରତିଶତର ଏକ ନୂଆ ସ୍ଲାବ୍‌ ଲାଗୁ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସଂସ୍କାର ରାଜସ୍ବହାନିର କାରଣ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ମାସଗୁଡ଼ିକରେ ଜିଏସ୍‌ଟି ଆଦାୟ ତଥ୍ୟ ସେହି ଆଶଙ୍କାକୁ ଭୁଲ ପ୍ରମାଣିତ କରିଥିଲା। ଆମେରିକା ରାଷ୍ଟ୍ରପତି ଲଗାଇଥିବା ଶୁଳ୍କ ପ୍ରଭାବକୁ ପ୍ରତିହତ କରିବା ସହ ଘରୋଇ ଅର୍ଥନୀତିକୁ ଦୃଢ଼ ରଖିବାରେ ମଧ୍ୟ ଏହା ବିଶେଷ ସହାୟକ ହୋଇଥିଲା।

ଆୟକରରେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ନ ଦେବା ଭଳି ବ୍ୟବସ୍ଥା ବେତନଭୋଗୀ ଓ ପେସାଦାରମାନଙ୍କୁ ସୁହାଇଥିଲା। ସେମାନଙ୍କ ପାଖରେ ଖର୍ଚ୍ଚ କରିବା ଲାଗି ପୂର୍ବାପେକ୍ଷା ଅଧିକ ଟଙ୍କା ରହିଥିଲା। ଏଥି ସହିତ ନୂଆ ଆୟକର ନିୟମ ମଧ୍ୟ ପ୍ରଚଳନ କରାଯାଇଥିଲା। ୧୯୬୧ର ପୁରୁଣା ଆୟକର ନିୟମକୁ ବଦଳାଇ ‌ପ୍ରସ୍ତୁତ କରାଯାଇଥିବା ଏହି ନୂଆ ନିୟମକୁ ବେଶ୍‌ ସରଳ ଭାଷାରେ ପ୍ରସ୍ତୁତ କରାଯାଇଥିଲା। ନିୟମକୁ ଅଧିକ ଛୋଟ କରାଯିବା ସହ ବୁଝିହେବା ଭଳି ବାକ୍ୟ ବ୍ୟବହାର କରାଯାଇଥିଲା। ପୂର୍ବରୁ ଅପରାଧ ଭାବେ ବିବେଚନା କରାଯାଉଥିବା ଅନେକ ବ୍ୟବସ୍ଥା  ନିୟମକୁ ଉଚ୍ଛେଦ କରାଯାଇଥିଲା ଯାହା ଫଳରେ ନିୟମ ପାଳନ କରିବା ଟିକସଦାତାଙ୍କ ପାଇଁ ସହଜ ହୋଇପାରିଛି। ଶ୍ରମକ୍ଷେତ୍ରରେ ମଧ୍ୟ ବ୍ୟାପକ ସଂସ୍କାର ଭାବେ ଚାରିଟି ଶ୍ରମ ସଂହିତା ଲାଗୁ କରାଯାଇଥିଲା। ସେହି ସଂହିତାଗୁଡ଼ିକରେ ଶ୍ରମିକ ଓ କର୍ମଚାରୀଙ୍କ କଲ୍ୟାଣ ପ୍ରତି ଗୁରୁତ୍ବାରୋପ କରାଯାଇଛି। ନୂଆ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେବା, ଚାକିରିର ଏକ ବର୍ଷ ପୂରଣ ହେବା ପରେ ଗ୍ରାଚୁଇଟି ପାଇଁ ଯୋଗ୍ୟ ବିବେଚିତ ହେବା, ମହିଳାମାନଙ୍କୁ ରାତିରେ କାମ କରିବାର ଅନୁମତି, କର୍ମଚାରୀଙ୍କ ବାଧ୍ୟତାମୂଳକ ସ୍ବାସ୍ଥ୍ୟ ଯାଞ୍ଚ ଭଳି ସୁବିଧା ସଂହିତାରେ ରହିଛି।