କୁନି ପିଲାଙ୍କ ଠିକଣା ବଦଳିଛି। ଅଙ୍ଗନବାଡ଼ି ବଦଳରେ ସ୍କୁଲରେ ପାଦ ଥାପିଛନ୍ତି। କଳାପଟା ବଦଳରେ ଆଜି ପିଲା ଡିଜିଟାଲ୍ ବୋର୍ଡ ଦେଖୁଛନ୍ତି। ଶିକ୍ଷାର ମୂଳଦୁଆ ସଜାଡ଼ିବାକୁ ପ୍ରୟାସ ଆରମ୍ଭ ହୋଇଛି। ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି ଲାଗୁ କରିବା ଭଳି ଚ୍ୟାଲେଞ୍ଜକୁ ଗ୍ରହଣ କରିଛି ଓଡ଼ିଶା। ଗବେଷଣା କ୍ଷେତ୍ରରେ ମଧ୍ୟ ସଫଳତା ମିଳିଛି। ଶିକ୍ଷାରେ ଏଭଳି ଗୋଟିଏ ଗୋଟିଏ ସଂସ୍କାରଧର୍ମୀ ପଦକ୍ଷେପ ମଧ୍ୟରେ ଅସଜଡ଼ା ଭିତ୍ତିଭୂମି ଆହ୍ବାନ ସାଜିଛି। କ୍ୟାମ୍ପସ୍ରେ ଛାତ୍ରୀଙ୍କ ଆତ୍ମାହୁତି କଳଙ୍କର ଟିକା ବୋଳିଛି। ଛାତ୍ରୀ ନିର୍ଯାତନା ଘଟଣା କିଛି କମ୍ ନ ଥିଲା। ମୁରବିଶୂନ୍ୟ ବିଶ୍ବବିଦ୍ୟାଳୟରେ ଅଚଳାବସ୍ଥା, ଗ୍ରାମାଞ୍ଚଳ ବିଦ୍ୟାଳୟରେ ଶିକ୍ଷକ ଅଭାବ, ହକ୍ ପାଇଁ ରାଜରାସ୍ତାରେ ଗୁରୁଙ୍କ ଲଢ଼େଇ ପରି ଘଟଣା ଏଥର ଚର୍ଚ୍ଚାରେ ରହିଥିଲା।
ପ୍ରସ୍ତୁତି କେଶବ ପାଣି
ସ୍କୁଲରେ ଶିଶୁ ବାଟିକା
ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇଛି। ଜାନୁଆରିରେ କର୍ମଶାଳା କରାଯିବା ପରେ ସେପ୍ଟେମ୍ବରରୁ ୬ ବର୍ଷରୁ ଅଧିକ ବୟସର ପିଲାଙ୍କ ନାମଲେଖା ପ୍ରଥମ ଶ୍ରେଣୀରେ ହୋଇଛି। ରାଜ୍ୟର ୪୬ ହଜାର ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଖୋଲିଛି। ଜାତୀୟ ପାଠ୍ୟକ୍ରମ ଆଧାରରେ ବିଦ୍ୟାଳୟ ଶିକ୍ଷା ପାଇଁ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରାଯାଇଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ନିୟମିତ ବ୍ୟବଧାନରେ ତାଲିମ ଦିଆଯାଉଛି। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ ହୋଇଛି। ରାଜ୍ୟର ସମସ୍ତ ପଞ୍ଚାୟତରେ ଗୋଟିଏ ଲେଖାଏଁ ପ୍ରାଥମିକ ବିଦ୍ୟାଳୟକୁ ଚିହ୍ନଟ କରାଯାଇ ତାହାର ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ସହାୟତା ମଞ୍ଜୁର ହୋଇଛି। ପିଏମ୍ଶ୍ରୀ ଯୋଜନାରେ ରାଜ୍ୟର ୭୩୬ଟି ହାଇସ୍କୁଲକୁ ସାମିଲ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଯୋଜନାରେ ୭୬୨ ବିଦ୍ୟାଳୟ ପାଇଁ ୭୪,୮୬୦.୫୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ୨୦୨୬-୨୭ ଶିକ୍ଷାବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ରୀଡ଼ାକୁ ଏକ ବିଷୟ ଭାବେ ସିଲାବସ୍ରେ ସ୍ଥାନିତ କରିବାକୁ ପଦକ୍ଷେପ ନିଆଯାଇଛି।
୨୦୨୫ରେ ମଧ୍ୟ ୟୁନିଫର୍ମ ବିବାଦ ପିଛା ଛାଡ଼ି ନ ଥିଲା। ଏପ୍ରିଲ ପହିଲାରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପିଲାଙ୍କୁ ୟୁନିଫର୍ମ ମିଳିପାରି ନାହିଁ। କେତେକ ବିଦ୍ୟାଳୟର ପିଲା ଜୋତା, ମୋଜା, ପୋଷାକ ପାଇ ନ ଥିବାରୁ ଅଭିଭାବକ ଅସନ୍ତୋଷ ଜାହିର କରିଛନ୍ତି। ବିବାଦ ଘନେଇଲା ପରେ ତଳିଆ କର୍ମଚାରୀଙ୍କ ଦରମା ବନ୍ଦ ହୋଇଛି। ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଖୋଲାଯାଇଥିଲେ ମଧ୍ୟ ପିଲାମାନଙ୍କୁ ୟୁନିଫର୍ମ ଦିଆଯାଇ ନାହିଁ। ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର(ଆଇ-କାର୍ଡ) ଗେରୁଆ ରଙ୍ଗ ହୋଇଛି। ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ(ପ୍ରଥମରୁ ଅଷ୍ଟମ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଆଇ-କାର୍ଡ ରଙ୍ଗ ବ୍ୟତୀତ ସେଥିରେ ଲେଖାଥିବା ସ୍ଲୋଗାନ୍ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ୍ ଲେଖାଥିଲା। ମାତ୍ର ଏବେ ସ୍ଲୋଗାନ୍ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ହୋଇଛି।
Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ
ବଦଳିଲାନି ଗାଁ ସ୍କୁଲ ଚିତ୍ର
ଗ୍ରାମାଞ୍ଚଳ ଶିକ୍ଷାର ବିକଳ ଚିତ୍ର ଏବର୍ଷ ମଧ୍ୟ ସାମନାକୁ ଆସିଛି। କେଉଁଠି ଶ୍ରେଣୀଗୃହ ନ ଥିବାରୁ ପିଲା ବାହାରେ ପଢ଼ୁଛନ୍ତି ତ ଆଉ କେଉଁଠି ଜଣେ ଶିକ୍ଷକରେ ଚାଲିଛି ୫ଟି ଶ୍ରେଣୀ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ଭଦ୍ରକରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ନବରଙ୍ଗପୁର ପର୍ଯ୍ୟନ୍ତ, ସବୁଠି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ତ ୧୦ବର୍ଷ ହେଲା ସ୍କୁଲ ଘର ନିର୍ମାଣ ଚାଲିଥିଲେ ମଧ୍ୟ ସରୁନାହିଁ। ରାଜ୍ୟର ୮୬ଟି ପ୍ରାଥମିକ ଓ ୨୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୌଚାଳୟ ନାହିଁ। ୧୨୮୯ଟି ପ୍ରାଥମିକ ଓ ୨୯୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ହୋଇନି। ନବମ ଶ୍ରେଣୀରେ ପଢ଼ୁଥିବା ସରକାରୀ ହାଇସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟର ୧୩ହଜାର ୪୧୩ଜଣ ବିଦ୍ୟାର୍ଥୀ ଫେଲ୍ ହେବା ଚର୍ଚ୍ଚାର ବିଷୟ ଥିଲା। ରାଜ୍ୟର ୪,୮୪୯ ସରକାରୀ ଉଚ୍ଚବିଦ୍ୟାଳୟ ମଧ୍ୟରୁ ୨,୫୮୫ଟିରେ ପ୍ରଧାନଶିକ୍ଷକ ପଦବି ଖାଲିପଡ଼ିଛି। ଗ୍ରାମାଞ୍ଚଳ ପିଲାଙ୍କୁ ସିବିଏସ୍ଇ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରିବାକୁ ନିର୍ମାଣ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବେ ବାଟବଣା। ମଞ୍ଜୁରିପ୍ରାପ୍ତ ୭,୦୩୬ ଶିକ୍ଷକ ପଦବି ମଧ୍ୟରୁ ୨,୪୬୭ ଖାଲି ପଡ଼ିଛି। ୨୬୧ ଅଧ୍ୟକ୍ଷ ଓ ୧୮୫ଟି ଉପାଧ୍ୟକ୍ଷ ପଦବିରେ କେହି ନାହାନ୍ତି। ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ପାଖାପାଖି ୨ ହଜାର ଅଧ୍ୟାପକ ପଦ ଖାଲି ରହିଛି।
/filters:format(webp)/sambad/media/media_files/2025/12/09/fshhfxvbbvbvr-2025-12-09-02-32-07.jpg)
ଚର୍ଚ୍ଚାରେ ‘ସକାରାତ୍ମକ’
ବର୍ଷ ସାରା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଯେତେବେଳେ ବି ପ୍ରଶ୍ନ କରାଗଲା ଛାତ୍ର ସଂସଦ ନିର୍ବାଚନ କେବେ ହେବ; ସମାନ ଉତ୍ତର ସବୁବେଳେ ଆସିଲା ରାଜ୍ୟ ସରକାର ସକାରାତ୍ମକ ଅଛନ୍ତି। ନିର୍ବାଚନ ଅନୁଷ୍ଠିତ ହେବାର ସମୟ କଣ୍ଟ ପୂରିଯାଇଥିଲେ ମଧ୍ୟ ନିର୍ବାଚନ ହୋଇପାରି ନ ଥିଲା। ବରଂ ବର୍ଷ ଶେଷ ଆଡ଼କୁ ବିଧାନସଭାରେ ଏହି ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀଙ୍କ ସମାନ ଉତ୍ତର ‘ସକାରାତ୍ମକ’ ଅଛନ୍ତି, ଯାହାକି ଏବେ ଚର୍ଚ୍ଚାରେ ରହିଛି। ଉତ୍ତର ଲେଖୁଥିବା ବିଭାଗୀୟ ଅଧିକାରୀମାନେ ନିର୍ବାଚନ କେବେ ହୁଏ ଜାଣି ନାହାନ୍ତି ନା ଜାଣିଣୁଣି ମନ୍ତ୍ରୀଙ୍କୁ ଭାଣ୍ଡିଆ କରୁଛନ୍ତି। ଲଗାତାର ୭ ବର୍ଷ ଧରି କ୍ୟାମ୍ପସ୍କୁ ନେତା ମିଳି ନ ଥିଲେ ମଧ୍ୟ କୌଣସି ବି ଛାତ୍ର ସଙ୍ଗଠନଙ୍କ ସ୍ବର ଶୁଭିଲା ନାହିଁ। ବରଂ ଅଧାବର୍ଷ ଗଣମାଧ୍ୟମରେ ଅସନ୍ତୋଷ ପ୍ରକାଶ କରି ରହିଗଲେ।
Questions On Quality Education: ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଶ୍ନ : ପୂରଣ ହେଉନି ୯୪୨ ଶିକ୍ଷକ ପଦବି
ବିଶ୍ବବିଦ୍ୟାଳୟ ବିକଳାଙ୍ଗ
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୪ଟିରେ କୁଳପତି ନାହାନ୍ତି। ଦୁଇ ବର୍ଷ ହେଲା ଭାରପ୍ରାପ୍ତ କୁଳପତିରେ କାର୍ଯ୍ୟ ଜାରି ରହିଛି। ନୂତନ ନିଯୁକ୍ତି ହେବା ନେଇ ବାରମ୍ବାର ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ପ୍ରକ୍ରିୟା ଶେଷ ହୋଇପାରି ନାହିଁ। ୨୦୨୫ରେ ବି ନୂଆ କୁଳପତି ମିଳିପାରି ନାହାନ୍ତି। ଏବେ ୨୦୨୬କୁ ପୁଣିଥରେ ଅପେକ୍ଷା କରିବାକୁ ପଡ଼ିବ। କେବଳ କୁଳପତି ନୁହନ୍ତି, ପ୍ରଫେସରଙ୍କଠାରୁ ଅଣଶିକ୍ଷକଙ୍କ ପର୍ଯ୍ୟନ୍ତ, ମାଳ ମାଳ ପଦବି ଖାଲି ପଡ଼ିଛି। ୧୭ଟି ବିଶ୍ବବିଦ୍ୟାଳୟ ପାଇଁ ଅନୁମୋଦିତ ୨୭୮ ପ୍ରଫେସର ପଦବି ମଧ୍ୟରୁ ୨୬୧ଟି ଖାଲିପଡ଼ିଛି। ସେହିପରି ୫୫୧ଟି ଆସୋସିଏଟ୍ ପ୍ରଫେସରଙ୍କ ମଧ୍ୟରୁ ୪୫୯ ପଦ, ୧,୧୧୦ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମଧ୍ୟରୁ ୭୧୦ଟି ପଦ ଖାଲି। ଅଣଶିକ୍ଷକଙ୍କ କଥା ନ କହିବା ଭଲ। ସାରା ରାଜ୍ୟ ପାଇଁ ମଞ୍ଜୁର ହୋଇଥିବା ୨୯୭୫ ପଦ ମଧ୍ୟରୁ ୨୨୩୧ ପଦ ଖାଲି ରହିଛି। ବିଶ୍ବବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବି ଦୁର୍ବଳ ହୋଇଛି। କେଉଁଠି କ୍ୟାମ୍ପସ୍ ସମସ୍ୟା ତ ଆଉ କେଉଁଠି କୋଠା ଅଭାବରୁ ପାଠପଢ଼ା ପ୍ରଭାବିତ ହୋଇଥିବା ନଜରକୁ ଆସିଥିଲା।
ଛାତ୍ରୀଙ୍କ ସୁରକ୍ଷାରେ ‘ଶକ୍ତିଶ୍ରୀ’
ଛାତ୍ରୀ ନିର୍ଯାତନା ଘଟଣା ଏଥର ଶିକ୍ଷାକ୍ଷେତ୍ରରେ କଳଙ୍କ ବୋଳିଛି। ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ସାରା ରାଜ୍ୟରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ। ଏବର୍ଷ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରି କଲେଜ, ଆଠମଲ୍ଲିକ କଲେଜରୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ଉପରେ ବଢ଼ୁଥିବା ନିର୍ଯାତନା ଘଟଣାରେ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷାନୁଷ୍ଠାନରେ ଯେପରି ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରାଯିବ ସେଥିପାଇଁ ରାଜ୍ୟ ସରକାର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୭ଟି ବିଶ୍ବବିଦ୍ୟାଳୟ, ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟକାରୀ ହେବ। ଏଥିରେ ଛାତ୍ରୀମାନେ ଶକ୍ତିଶ୍ରୀ ଭାବେ କାମ କରିବେ। ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା’, ୫ ମହିଳା ଶକ୍ତିଶ୍ରୀ ଅପା ଭାବେ କାର୍ଯ୍ୟକରିବେ। ଶକ୍ତିଶ୍ରୀ ମୋବାଇଲ ଆପ୍ ମାଧ୍ୟମରେ ଛାତ୍ରୀମାନେ ଅଭିଯୋଗ କରିପାରିବେ।
/filters:format(webp)/sambad/media/media_files/2025/12/09/sfhhfshfxvb-2025-12-09-02-32-21.jpg)
ଡିଜିଟାଲ୍ ମୁହାଁ ଶିକ୍ଷା
ଡିଜିଟାଲ୍ ଶିକ୍ଷାମୁହାଁ ହୋଇଛି ଓଡ଼ିଶା। କମ୍ପ୍ୟୁଟର ମାଧ୍ୟମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନକୁ ବ୍ୟାପକ କରାଯାଇଛି। ଇଣ୍ଟରନେଟ୍ ସଂଯୋଗ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପିଲାମାନଙ୍କୁ ପଢ଼ାଯାଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ‘ୟୁଡାଇଜ୍+’ ରିପୋର୍ଟ ଅନୁଯାୟୀ ବିଜେଡି ସରକାର ସମୟରେ ଯେତିକି ବିଦ୍ୟାଳୟରେ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ସୁବିଧା ରହିଥିଲା ତାହା ବିଜେପି ସରକାର ସମୟରେ ବୃଦ୍ଧି ପାଇଛି। ପ୍ରାୟ ୮ ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ଲାଗିଛି। ଏକ ହଜାର ନୂତନ ବିଦ୍ୟାଳୟରେ ଇଣ୍ଟରନେଟ୍ ସଂଯୋଗ ହୋଇଛି। ସିବିଏସ୍ଇ ଅଧୀନ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର ଉତ୍ତର ପତ୍ର ଡିଜିଟାଲ୍ ଭାବରେ ମୂଲ୍ୟାଙ୍କନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ୨୦୨୬-୨୭ ଶିକ୍ଷାବର୍ଷରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଣ୍ଟା ଭିଡ଼ିଛି। ଏବର୍ଷ ଶେଷ ସୁଦ୍ଧା ପାଠ୍ୟ ଉପକରଣ, ହ୍ୟାଣ୍ଡ୍ବୁକ୍ ଓ ଡିଜିଟାଲ୍ ସମ୍ବଳ ପ୍ରସ୍ତୁତି ସହ ନୂତନ ଶିକ୍ଷାବର୍ଷ ଆରମ୍ଭରୁ ପାଠପଢ଼ା ହେବ। ଓଡ଼ିଶା ସମେତ ଦେଶର ସମସ୍ତ ସ୍କୁଲରେ ପିଲାଙ୍କ ପାଇଁ ଏଆଇ ଆଧାରିତ ଶିକ୍ଷା ପ୍ରଦାନ କରାଯିବ। ତେଣୁ ହାଇସ୍କୁଲକୁ ଇଣ୍ଟରନେଟ୍ ଓ ବ୍ରଡ୍ବ୍ୟାଣ୍ଡ ସଂଯୋଗ ଯୋଗାଇ ଦେବାର ବ୍ୟବସ୍ଥା ହେଉଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି।
ବିଶ୍ବବିଦ୍ୟାଳୟ ବିକଳାଙ୍ଗ
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୪ଟିରେ କୁଳପତି ନାହାନ୍ତି। ଦୁଇ ବର୍ଷ ହେଲା ଭାରପ୍ରାପ୍ତ କୁଳପତିରେ କାର୍ଯ୍ୟ ଜାରି ରହିଛି। ନୂତନ ନିଯୁକ୍ତି ହେବା ନେଇ ବାରମ୍ବାର ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ପ୍ରକ୍ରିୟା ଶେଷ ହୋଇପାରି ନାହିଁ। ୨୦୨୫ରେ ବି ନୂଆ କୁଳପତି ମିଳିପାରି ନାହାନ୍ତି। ଏବେ ୨୦୨୬କୁ ପୁଣିଥରେ ଅପେକ୍ଷା କରିବାକୁ ପଡ଼ିବ। କେବଳ କୁଳପତି ନୁହନ୍ତି, ପ୍ରଫେସରଙ୍କଠାରୁ ଅଣଶିକ୍ଷକଙ୍କ ପର୍ଯ୍ୟନ୍ତ, ମାଳ ମାଳ ପଦବି ଖାଲି ପଡ଼ିଛି। ୧୭ଟି ବିଶ୍ବବିଦ୍ୟାଳୟ ପାଇଁ ଅନୁମୋଦିତ ୨୭୮ ପ୍ରଫେସର ପଦବି ମଧ୍ୟରୁ ୨୬୧ଟି ଖାଲିପଡ଼ିଛି। ସେହିପରି ୫୫୧ଟି ଆସୋସିଏଟ୍ ପ୍ରଫେସରଙ୍କ ମଧ୍ୟରୁ ୪୫୯ ପଦ, ୧,୧୧୦ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମଧ୍ୟରୁ ୭୧୦ଟି ପଦ ଖାଲି। ଅଣଶିକ୍ଷକଙ୍କ କଥା ନ କହିବା ଭଲ। ସାରା ରାଜ୍ୟ ପାଇଁ ମଞ୍ଜୁର ହୋଇଥିବା ୨୯୭୫ ପଦ ମଧ୍ୟରୁ ୨୨୩୧ ପଦ ଖାଲି ରହିଛି। ବିଶ୍ବବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବି ଦୁର୍ବଳ ହୋଇଛି। କେଉଁଠି କ୍ୟାମ୍ପସ୍ ସମସ୍ୟା ତ ଆଉ କେଉଁଠି କୋଠା ଅଭାବରୁ ପାଠପଢ଼ା ପ୍ରଭାବିତ ହୋଇଥିବା ନଜରକୁ ଆସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/09/fshhfhfxvbvb-2025-12-09-02-31-55.jpg)