Ruchi gave a different identity: ରୁଚି ଦେଲା ଭିନ୍ନ ଏକ ପରିଚୟ

Advertisment

ଅନେକ ସମୟରେ ରୁଚି ବାଟ କଢ଼େଇ ନିଏ ବୃତ୍ତି ଆଡ଼କୁ। ଜୀବିକାର୍ଜନ ପାଇଁ ପାଲଟେ ମାଧ୍ୟମ। ଏଲିନାଙ୍କ ଚିତ୍ରକଳା ପ୍ରତି ଆଗ୍ରହ ତାଙ୍କୁ ଜଣେ ସଫଳ କଳାକାରର ମର୍ଯ୍ୟାଦା ଦେଇଛି। ଉଚ୍ଚଶିକ୍ଷା ଲାଭ ପରେ ଜାତୀୟ ସ୍ବାସ୍ଥ୍ୟ ସେବାରେ ଜୁନିଅର ଅଧିକାରୀ ଭାବେ ସରକାରୀ ଚାକିରି ଛାଡ଼ି ଚିତ୍ରକଳାକୁ ଆପଣଇଛନ୍ତି ଏଲିନା।

ଅନେକ ସମୟରେ ରୁଚି ବାଟ କଢ଼େଇ ନିଏ ବୃତ୍ତି ଆଡ଼କୁ। ଜୀବିକାର୍ଜନ ପାଇଁ ପାଲଟେ ମାଧ୍ୟମ। ଏଲିନାଙ୍କ ଚିତ୍ରକଳା ପ୍ରତି ଆଗ୍ରହ ତାଙ୍କୁ ଜଣେ ସଫଳ କଳାକାରର ମର୍ଯ୍ୟାଦା ଦେଇଛି। ଉଚ୍ଚଶିକ୍ଷା ଲାଭ ପରେ ଜାତୀୟ ସ୍ବାସ୍ଥ୍ୟ ସେବାରେ ଜୁନିଅର ଅଧିକାରୀ ଭାବେ ସରକାରୀ ଚାକିରି ଛାଡ଼ି ଚିତ୍ରକଳାକୁ ଆପଣଇଛନ୍ତି ଏଲିନା।

sfhsfhxbv

ଅନେକ ସମୟରେ ରୁଚି ବାଟ କଢ଼େଇ ନିଏ ବୃତ୍ତି ଆଡ଼କୁ। ଜୀବିକାର୍ଜନ ପାଇଁ ପାଲଟେ ମାଧ୍ୟମ। ଏଲିନାଙ୍କ ଚିତ୍ରକଳା ପ୍ରତି ଆଗ୍ରହ ତାଙ୍କୁ ଜଣେ ସଫଳ କଳାକାରର ମର୍ଯ୍ୟାଦା ଦେଇଛି। 
ଉଚ୍ଚଶିକ୍ଷା ଲାଭ ପରେ ଜାତୀୟ ସ୍ବାସ୍ଥ୍ୟ ସେବାରେ ଜୁନିଅର ଅଧିକାରୀ ଭାବେ ସରକାରୀ ଚାକିରି ଛାଡ଼ି ଚିତ୍ରକଳାକୁ ଆପଣଇଛନ୍ତି ଏଲିନା। ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଗ୍ରାମର ୨୬ ବର୍ଷୀୟା ଏଲିନା ବେହେରା।  ‌ପେନ୍‌ସିଲ୍‌, ତୂଳୀ ଓ ବିଭିନ୍ନ ରଙ୍ଗ ସାହାଯ୍ୟରେ ଆଙ୍କୁଛନ୍ତି ଅନେକ ଚିତ୍ର। ସ୍କୁଲ ସମୟରୁ ତାଙ୍କର ଚିତ୍ରାଙ୍କନ ପ୍ରତି ଦୁର୍ବଳତା ରହିଥିଲା। ହେଲେ ପାଠପଢ଼ା ପରେ ଚାକିରି ଭିତରେ ବେଶୀ ସମୟ ଦେଇପାରୁ ନଥିଲେ। ‌ମାତ୍ର ଚିତ୍ର ପ୍ରତି ଥିବା ଆଗ୍ରହ ତାଙ୍କୁ ଚାକିରି ଛାଡ଼ିବା ପାଇଁ ବାଧ୍ୟ କରିଥିଲା। ତାଙ୍କର ଏହି ନିଷ୍ପତ୍ତିକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନଥିଲେ। ସମୟକ୍ରମେ ଏଲିନାଙ୍କ ସଫଳତା ଦେଖି ଘର ଲୋକ ମଧ୍ୟ ପ୍ରଶଂସା କରିଥିଲେ। ଏଲିନା କହନ୍ତି, “ମଁୁ  ସମସ୍ତଙ୍କ ଠାରୁ କିଛି ଭିନ୍ନ କରିବା ପାଇ ଚ‌ାହୁଥିଲି; ସେଥିପାଇଁ ଚାକିରି ଛାଡ଼ି ନିଜ ରୁଚିକୁ ପାଥେୟ କରି ରୋଜଗାରକ୍ଷମ ହେବା ପାଇଁ ନିଷ୍ପତ୍ତି ନେଇଥିଲି।” ପ୍ରଥମେ ସେ ଯେତେବେଳେ ତାଙ୍କ କଳାକୃତିକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କଲେ, ଦର୍ଶକମାନେ ତାଙ୍କ କଳାକୁ ବେଶ୍‌ ପ୍ରଶଂସା କଲେ। ପ୍ରଶଂସକଙ୍କ ସମର୍ଥନ ତାଙ୍କ ଆତ୍ମବିଶ୍ବାସ ବଢ଼ାଇବା ସହ ତାଙ୍କୁ ସଫଳତା ମଧ୍ୟ ଦେଇଥିଲା। 

Domestic Animal: ୧୩ବର୍ଷରେ ୬୬ହଜାର ୫୮୦ ଗୃହପାଳିତ ପଶୁ ହ୍ରାସ

ସେ କହନ୍ତି, ସେ ଛୋଟବେଳୁ ଆଜି ପର୍ଯ୍ୟନ୍ତ କୌଣସି ଚିତ୍ରକଳା ଅନୁ‌ଷ୍ଠାନକୁ ଶିଖିବା ପାଇଁ ଯାଇନାହାନ୍ତି। ଯାହା ମନ ଛୁଏଁ ବା ଆକୃଷ୍ଟ କରେ ତାକୁ ସେ ରଙ୍ଗତୂଳୀରେ ରୂପ ଦିଅନ୍ତି। ପ୍ରାୟ ଦୁଇ ବର୍ଷ ହେବ ସେ ସୋସିଆଲ୍‌ ମିଡିଆ ମାଧ୍ୟମରେ ତାଙ୍କ ଚିତ୍ରକଳାକୁ ବିକ୍ରି କରି ମାସକୁ ପ୍ରାୟ ୩୦ ହଜାରରୁ ୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ତାଙ୍କର ମାଣ୍ଡଲା ଚିତ୍ର ଓ ଲିପନ୍‌ ଚିତ୍ର ‌ଗ୍ରାହକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଭାରତ ଓ ଭାରତ ବାହାରେ ତାଙ୍କ ଚିତ୍ରର ଚାହିଦା ରହିଛି। ସେ ଅନ୍‌ଲାଇନ୍‌ ମାଧ୍ୟମରେ ବିଦେଶରେ ମଧ୍ୟ ତାଙ୍କ ଚିତ୍ରକୁ ବିକ୍ରି କରୁଛନ୍ତି। ଏପର୍ଯ୍ୟନ୍ତ ସେ ଆମେରିକା, ଦୁବାଇ, କାନାଡା ଓ ଭାରତର ଅନେକ ସ୍ଥାନରେ ତାଙ୍କ ଚିତ୍ରକଳା ବିକ୍ରି କରିଛନ୍ତି। ଏଲିନା ୨୦୨୪ ମସିହାରେ ୩ଏମ୍‌ଏମ୍‌ର ବିଶ୍ବର ସବୁଠାରୁ ଛୋଟ ଜଗନ୍ନାଥ ପ୍ରତିମା ତିଆରି କରି ଏସିଅା ବୁକ୍‌ ଅଫ୍‌ ‌ରେକର୍ଡସ୍‌ ଓ ଆନ୍ତର୍ଜାତୀୟ ବୁକ୍ ଅଫ୍‌ ରେକର୍ଡସ୍‌ରେ ନିଜ ସ୍ଥାନ ଦାଖଲ କରିଛନ୍ତି। ବର୍ତ୍ତମାନ ସେ ଅନ୍‌ଲାଇନ୍‌ ମାଧ୍ୟମରେ ଅନେକ ପିଲାଙ୍କୁ ଚିତ୍ରକଳାର ତାଲିମ ଦେଉଛନ୍ତି। ଏହାସହ ସେ ଭବିଷ୍ୟତରେ ଚିତ୍ରକଳାକୁ ନେଇ ନୂଆ କିଛି କରିବା ପାଇଁ ଯୋଜନା ମଧ୍ୟ ରଖିଛନ୍ତି।

OECD predicts: ୨୦୪୦ ସୁଦ୍ଧା ଆମେରିକା ତୃତୀୟ ସ୍ଥାନକୁ ଖସିଯିବ: ଓଇସିଡି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe