ନେଲ୍ପଲିସ୍ ଲଗାଇବା ଓ ବଦଳାଇବା ଏକ ସମୟସାପେକ୍ଷ କାମ। ଏହି ଝିଞ୍ଜଟରୁ ମୁକ୍ତି ପାଇଁ ‘ଆଇପଲିସ୍’ କମ୍ପାନି ସ୍ମାର୍ଟ ନଖ ବାହାର କରିଛି। ଏହି କୃତ୍ରିମ ନଖଗୁଡ଼ିକୁ ଅଠାରେ ନିଜର ନଖ ଉପରେ ଲଗାଇବାକୁ ପଡ଼େ। ସ୍ମାର୍ଟଫୋନ୍ ଆପ୍ ଜରିଆରେ ଶହଶହ ରଙ୍ଗ ଭିତରୁ ପସନ୍ଦର ରଙ୍ଗ ବାଛିବା ପରେ ପାଵାର୍ ବ୍ୟାଙ୍କ୍ ଆକାରର ଗୋଟିଏ ଗ୍ୟାଜେଟ୍ ଭିତରେ ନିଜ ନଖ ରଖିବାକୁ ପଡ଼େ। କିଛି ସେକେଣ୍ଡ ମଧ୍ୟରେ ନିଜ ପସନ୍ଦର ରଙ୍ଗ ନଖ ଉପରେ ଉତୁରିଯାଇଥାଏ।
Pongal: ପୋଙ୍ଗଲ ପାଇଁ ଉତ୍ସବମୁଖର ନବରଙ୍ଗପୁର
ଯେତେ ଥର ଇଚ୍ଛା ଏହି ପ୍ରକ୍ରିୟାରେ ନଖର ରଙ୍ଗ ବଦଳାଇ ହେବ। ଏହା ପଛରେ ଯେଉଁ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟ କରେ ତାହା କିଣ୍ଡଲ୍ ପରି ଇ-ବୁକ୍ ରିଡର୍ର ପ୍ରଯୁକ୍ତି ସହିତ ସମାନ। ତେଣୁ ଏହି କୃତ୍ରିମ ନଖଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ଛୋଟ ଡିଜିଟାଲ୍ ପରଦା। ଆଇପଲିସ୍ କମ୍ପାନି ପ୍ରକାଶ କରିଛି ଯେ ୨୪ଟି ନଖ ବିଶିଷ୍ଟ କିଟ୍କୁ ୮,୫୦୦ ଟଙ୍କାରେ ପ୍ରିଅର୍ଡର୍ କରିହେବ। ଏ ବର୍ଷ ଶେଷ ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।
Iran: ପ୍ରମୁଖ ମଧ୍ୟପ୍ରାଚ୍ୟ ଘାଟିରୁ ସୈନ୍ୟ ପ୍ରତ୍ୟାହାର କଲା ଆମେରିକା
Follow Us