ନୂଆଦିଲ୍ଲୀ: ସହର ହେଉ କି ଗାଁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ବଜାର ଓ ମେଳା ବସିଥାଏ। କିଏ ଫଳ ତ କିଏ ପନିପରିବା, କିଏ ପୋଷାକ, ଘର ସଜା ସାମଗ୍ରୀ, ମାଛ, ମାଂସ ଇତ୍ୟାଦି ଇତ୍ୟାଦି ବିକ୍ରୟ କରିଥାଆନ୍ତି।
ମାଂସାହାରୀ ବଜାର କଥା କହିବାକୁ ଗଲେ ଏଠାରେ ସାଧାରଣତଃ ଚିକେନ୍, ମଟନ୍ ଏବଂ ମାଛ ବିକ୍ରୟ ହୋଇଥାଏ। ଏହି କ୍ରମରେ ଦେଖିବାକୁ ଗଲେ ବିଦେଶରେ ଏପରି ଅନେକ ବଜାର ଅଛି ଯେଉଁଠାରେ କେବଳ ମାଛ, ମାଂସ, ଅଣ୍ଡା ନୁହେଁ ବରଂ ବେଙ୍ଗ ଏବଂ ସାପ ମଧ୍ୟ ବିକ୍ରୟ କରାଯାଏ।
सांपों का बाज़ार लगा है भाई
— Er. Aamir malik (@AamirMalick605) November 9, 2025
कौन-सा चाहिए कोबरा या नागराज ?
डिस्काउंट भी मिलेगा अगर डर नहीं लगा तो, बस पकड़ने की हिम्मत होनी चाहिए।
😂😂 pic.twitter.com/KpnCt9A1V4
ବିପୁଳମାତ୍ରାରେ ସାପ ବିକ୍ରି ହେଉଥିବା ମେଳା
ସୋସିଆଲ ମିଡିଆରେ ଏପରି ଏକ ଅସାଧାରଣ ବଜାରର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠାରେ ସାପ, ବେଙ୍ଗ ଏବଂ କଇଁଛ ବିପୁଳମାତ୍ରାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏହାକୁ କିଣିବା ପାଇଁ ମହିଳା ଗ୍ରାହକମାନଙ୍କର ପ୍ରବଳ ଭିଡ଼ ବି ଲାଗିଛି।
ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏହି ଭିଡିଓରେ ଦେଖାଯାଉଥିବା ଦୃଶ୍ୟ ବାସ୍ତବ ନୁହେଁ ଏହା ଏକ ଏଆଇ ଜେନେରେଟ ଭିଡିଓ ଅଟେ।
ଅଧିକପଢ଼ନ୍ତୁ:ବିସ୍ଫୋରଣସ୍ଥଳରୁ ସଂଗ୍ରହ କରାଗଲା ଅନେକ ପ୍ରମାଣ ଓ ନମୁନା
ଅଧିକପଢ଼ନ୍ତୁ:ଦିଲ୍ଲୀ ବିସ୍ଫୋରଣର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଲିଙ୍କ୍:ଜୈସ୍ ଦ୍ୱିତୀୟ ଥର ପାଇଁ VBIED ବ୍ୟବହାର କରିଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/12/untitled-27-2025-11-12-16-05-08.jpg)