ମରୁଭୂମିର ଦେଶ କହିଲେ ମିଶର କଥା ବି ମନକୁ ଆସେ। ଏଠାକାର କେତେକ ମରୁ ଅଞ୍ଚଳରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ସେଥିରୁ କେତେକ ପର୍ଯ୍ୟଟନସ୍ଥଳୀ ଭାବେ ସାରା ପୃଥିବୀରେ ଜଣାଶୁୁଣା। ସେହିଭଳି ଏକ ଜାଗା ହେଉଛି ସିୱା ଲବଣ ହ୍ରଦ। ଏହି ହ୍ରଦ ଯେତେ ଗଭୀର ହେଲେ ମଧ୍ୟ ଏଥିରେ କେହି ବୁଡ଼ିନଥାନ୍ତି। ଆପଣ ପହଁରା ଜାଣିନଥିଲେ ମଧ୍ୟ ଏହାର ପାଣିରେ ଆପଣଙ୍କର ବୁଡିବାର ଭୟ ନାହିଁ, ବରଂ ସେଥିରେ ପଶୁ ପଶୁ ଆପଣ ଆପେ ପହଁରିବେ। ତେଣୁ ଏହା ସବୁବେଳେ ଆଶ୍ଚର୍ଯ୍ୟର କାରଣ ହୋଇ ରହିଆସିଛି।
GDP: ବିଶ୍ବର ଅଭିବୃଦ୍ଧିରେ ଭାରତର ଅବଦାନ ୧୭% ହେବ: ଆଇଏମ୍ଏଫ୍
ବୈଜ୍ଞାନିକମାନେ ଗବେଷଣା କରି ଜାଣିଛନ୍ତି ଯେ, ଏହି ହ୍ରଦର ପାଣି ଅତ୍ୟଧିକ ଲବଣାକ୍ତ। ଏତେ ଲବଣାକ୍ତ ଯେ, ସେତେ ପରିମାଣର ଲବଣ ଅଂଶ ଆଉ କେଉଁଠି ଦେଖିବାକୁ ମିଳେନାହିଁ। ଅଧିକ ଲବଣ ଅଂଶ ରହିବା ଫଳରେ ଏଠାକାର ପାଣିର ଘନତ୍ବ ଅଧିକ ରହିଥାଏ। ତେଣୁ ଏଠାରେ ପହଁରିବା ଅନୁଭବ ଖୁବ୍ ନିଆରା ଓ ସୁରକ୍ଷିତ ମଧ୍ୟ। ବିଶାଳ ଓ ବିସ୍ତୃତ ଏହି ମରୁଭୂମି ଅଞ୍ଚଳରେ ଖଣିଜ ଓ ଲବଣ ଖନନ ଫଳରେ ଏହି ହ୍ରଦ ସୃଷ୍ଟି ହୋଇଥିବା ଅନୁମାନ କରାଯାଏ। ତେବେ ଏଠାକାର ଘନ ନୀଳ ପାଣି ସବୁବେଳେ ଆକର୍ଷଣୀୟ ହୋଇ ରହିଆସିଛି। ବୈଜ୍ଞାନିକଙ୍କ ଅନୁସାରେ, ଏହି ପାଣିରେ ୭୫ ଭାଗ ଲବଣ ଅଂଶ ରହିଛି।
Encroachment: ରାସ୍ତା ସମ୍ପ୍ରସାରଣ ପାଇଁ ହଟୁଛି ୭୦ ବର୍ଷର ଗଛ
‘ସାଇନ୍ସ ଡାଇରେକ୍ଟ’ର ଏକ ରିପୋର୍ଟ ଅନୁସାରେ, ଏହି ଅଞ୍ଚଳରୁ ବହୁ ପୁରାତନ ମମିର ଆବିଷ୍କାର କରାଯାଇଛି। ତେଣୁ ଖ୍ରୀଷ୍ଟପୂର୍ବ ୨୦୦୦ ପୂର୍ବରୁ ମଧ୍ୟ ଏଠାରେ ଜନବସତି ଥିବାର ଅନୁମାନ କରାଯାଉଛି। ଏପରିକି ଲୁଣ, ବାଲି ଓ ମାଟିର ମିଶ୍ରଣରେ ଏଠାରେ ପୁରାତନ କାଳରେ ପାଞ୍ଚମହଲା ଅଟ୍ଟାଳିକା ନିର୍ମିତ ହୋଇଥିବା କୁହାଯାଏ। ସେହିପରି ଏହି ହ୍ରଦ ଅଞ୍ଚଳର ଲୁଣ ଖୁବ୍ ସ୍ବାସ୍ଥ୍ୟପ୍ରଦ ବୋଲି କୁହାଯାଏ। ଆସବାବପତ୍ର ନିର୍ମାଣରେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ। ତେବେ ଖାଲି ଆଖିରେ ଏହି ହ୍ରଦର ପାଣି ପକାଇବା ହାନିକାରକ ସାବ୍ୟସ୍ତ ହୋଇଥାଏ। ଏଥିପ୍ରତି ସଜାଗ ରହିବା ଦରକାର। ଶହ ଶହ ବର୍ଷ ଧରି ଏହି ହ୍ରଦ ବାହାର ଦୁନିଆ ପାଇଁ ଅପରିଚିତ ଥିଲା। ତେବେ ୧୯୮୦ରେ ଏହି ଅଞ୍ଚଳରେ ହାଇୱେ ନିର୍ମାଣ ପରେ ଏହା ଧୀରେ ଧୀରେ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/08/fshfshvxb-2026-03-08-00-48-07.jpg)