Advertisment

Development: ଉଜୁଡ଼ିଯାଉଛି ବିରାଟ ଗାଦି ଓ ବୁଡ଼ାଲିଙ୍ଗ ପୀଠ: ବିକାଶ ବଦଳରେ ବିପର୍ଯ୍ୟସ୍ତ

Advertisment

ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ବଦ୍ଧି ପଡ଼ିଆରେ ରହିଛି ମହାଭାରତ ଯୁଗର ବିରାଟ ରାଜାଙ୍କ ବିରାଟ ଗାଦି ଓ ବିରାଟ ରାଜପରିବାର ପୂଜାର୍ଚ୍ଚନା କରୁଥିବା କେଦାରେଶ୍ବର ମୌଜାରେ ଥିବା ବୁଡ଼ାଲିଙ୍ଗ ପୀଠ। କଥିତ ଅଛି ପାଣ୍ଡବମାନେ ଅଜ୍ଞାତବାସରେ ଥିବାବେଳେ କିଛିଦିନ ଏହି ବିରାଟ ରାଜାଙ୍କ ଗଡ଼ରେ ଛଦ୍ମବେଶରେ ରହିଥିଲେ।

ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ବଦ୍ଧି ପଡ଼ିଆରେ ରହିଛି ମହାଭାରତ ଯୁଗର ବିରାଟ ରାଜାଙ୍କ ବିରାଟ ଗାଦି ଓ ବିରାଟ ରାଜପରିବାର ପୂଜାର୍ଚ୍ଚନା କରୁଥିବା କେଦାରେଶ୍ବର ମୌଜାରେ ଥିବା ବୁଡ଼ାଲିଙ୍ଗ ପୀଠ। କଥିତ ଅଛି ପାଣ୍ଡବମାନେ ଅଜ୍ଞାତବାସରେ ଥିବାବେଳେ କିଛିଦିନ ଏହି ବିରାଟ ରାଜାଙ୍କ ଗଡ଼ରେ ଛଦ୍ମବେଶରେ ରହିଥିଲେ।

dgdgadgzcvcv

ସୁବ୍ରତ କୁମାର ସାମଲ

ଚୌଦ୍ବାର: ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ବଦ୍ଧି ପଡ଼ିଆରେ ରହିଛି ମହାଭାରତ ଯୁଗର ବିରାଟ ରାଜାଙ୍କ ବିରାଟ ଗାଦି ଓ ବିରାଟ ରାଜପରିବାର ପୂଜାର୍ଚ୍ଚନା କରୁଥିବା କେଦାରେଶ୍ବର ମୌଜାରେ ଥିବା ବୁଡ଼ାଲିଙ୍ଗ ପୀଠ। କଥିତ ଅଛି ପାଣ୍ଡବମାନେ ଅଜ୍ଞାତବାସରେ ଥିବାବେଳେ କିଛିଦିନ ଏହି ବିରାଟ ରାଜାଙ୍କ ଗଡ଼ରେ ଛଦ୍ମବେଶରେ ରହିଥିଲେ। ଅର୍ଜୁନ ନୃତ୍ୟଗୁରୁ ଭାବେ ବିରାଟ ରାଜାଙ୍କ ଝିଅକୁ ନୃତ୍ୟ ଶିଖାଉଥିଲେ। ପ୍ରତ୍ନତାତ୍ତ୍ବିକ ବିଭାଗ ପକ୍ଷରୁ ଅଞ୍ଚଳର ଖନନ ପରେ ଏକ ଭଗ୍ନ ଦୁର୍ଗ ସାମନାକୁ ଆସିଥିଲା। କିନ୍ତୁ ଅଧିକ ଖନନ ଯୋଗୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହେବାରୁ କର୍ମଚାରୀମାନେ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ଫଳରେ ଖନନ ବନ୍ଦ ରହିଥିଲା। ସେହି ଅଞ୍ଚଳରୁ ସ୍ଥାନୀୟ ଲୋକେ ସୁନା ଓ ଅନ୍ୟ ମୂଲ୍ୟବାନ ଅଳଙ୍କାର ପାଇଥିବା ସଂପର୍କରେ ମଧ୍ୟ ଐତିହାସିକମାନେ ମତ ଦିଅନ୍ତି। ଏହି ଦୁର୍ଗଟି ମହଭାରତର ବିରାଟ ରାଜାଙ୍କ ରାଜଗାଦି ଥିବା ସହିତ ବୌଦ୍ଧଧର୍ମର ପ୍ରାର୍ଥନାସ୍ଥଳ ଭାବେ ବ୍ୟବହୃତ ହୋଇଥିବା ସଂପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀମାନେ ପ୍ରମାଣ ପାଇଥିଲେ।

Nature's wonder: ପ୍ରକୃତିର ବିସ୍ମୟ ଖପୁରି ଫୁଲ

ଫଳରେ ଏହାର ଚାରିପଟେ କୃଷି ବିଭାଗ ତରଫରୁ ତାରବାଡ଼ ଘେରାଯାଇ ଏକ ସୁରମ୍ୟ ପାର୍କ ନିର୍ମାଣ କରାଯାଇଥିଲା। ଅଞ୍ଚଳର ବିକାଶ ପରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଲା। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ପ୍ରଥମରୁ ରକ୍ଷଣାବେକ୍ଷଣ ପାଇଁ ୬ ଜଣଙ୍କୁ ନିୟୋଜିତ କରିଥିବା ବେଳେ ଏବେ ମାତ୍ର ଜଣେ ସୁରକ୍ଷାକର୍ମୀ ଅଛନ୍ତି। ଫଳରେ ଏହି ସ୍ଥାନ ଏବେ ଗୋରୁଗାଈଙ୍କର ଚରାଭୂଇଁ ପାଲଟିଛି।  ରାତିରେ ମଦ୍ୟପଙ୍କ ଆଡ଼ା ଜମୁଛି। ପାର୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଆଲୋକ ବ୍ୟବସ୍ଥା ଅଚଳ ହୋଇଯାଇଛି। ବିରାଟ ଗାଦି ନିକଟରେ କେଦାରେଶ୍ବର ମୌଜାରେ ଥିବା ବୁଡ଼ାଲିଙ୍ଗ ମନ୍ଦିରରେ ରାଜପରିବାର ପୂଜାର୍ଚ୍ଚନା କରୁଥିଲେ। କଳାପାହାଡ଼ ଏହି ମନ୍ଦିରକୁ ଭାଙ୍ଗି ଦେଇଥିବା କିଂବଦନ୍ତି ରହିଛି। ବିରାଟ ରାଜାଙ୍କ ରାଣୀ ସୁଦେଷ୍ଣା ଓ କନ୍ୟା ଉତ୍ତରା ଏହି ଗାଦି ନିକଟରୁ ସୁଡ଼ଙ୍ଗ ଦେଇ ଯାଇ ବୁଡ଼ାଲିଙ୍ଗକୁ ପୂଜା କରୁଥିଲେ। ଏହି ସୁଡ଼ଙ୍ଗର ଚିହ୍ନ ବି ରହିଛି। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ଏହି ଐତିହ୍ୟସ୍ଥଳର ବିକାଶ ହେବା ବଦଳରେ  ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏଠାରେ ପାନୀୟ ଜଳ, ଶୌଚାଳୟ, ଆଲୋକୀକରଣ ଭଳି ସର୍ବନିମ୍ନ ମୌଳିକ ସୁବିଧା ବି ନାହିଁ। ରାଜ୍ୟ ସରକାର ତୁରନ୍ତ ଏହାର ବିକାଶ କରି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳରେ ପରିଣତ କରିବାକୁ ଦାବି ହେଉଛି।

Weekly Market: ୨୦ ଏକରରୁ ୧୦ ଲାଇନ୍‌କୁ ସଂଙ୍କୋଚିତ ହୋଇଗଲା ନବରଂଗପୁର ସାପ୍ତାହିକ ହାଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe