ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ରାୟଗଡ଼ ବ୍ଲକ୍ କଇଁପୁର ପଞ୍ଚାୟତର ଦୁର୍ଗମ ଗାଁ ଉଡ଼ାଲିଂ। ଜିଲ୍ଲା ଗଠନର ୩୨ ବର୍ଷ ପରେ ବି ଏହି ଗାଁର ଲୋକଙ୍କ ପାଇଁ ରାସ୍ତା ଓ ବିଦ୍ୟୁତ୍ ଯେମିତି ସାତସପନ ହୋଇ ରହିଛି। ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଥିବା ଉଡ଼ାଲିଂ ଗ୍ରାମର ଲୋକେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି। ଗ୍ରାମରେ ୩୦ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନେ ରାସ୍ତା ସମସ୍ୟାରେ ସନ୍ତୁଳି ହେଉଛନ୍ତି। ପାହାଡ଼ିଆ ରାସ୍ତା ଦେଇ ଚାଲି ଚାଲି ସେମାନଙ୍କୁ ପଞ୍ଚାୟତ ସଦରମହକୁମାକୁ ଆସିବାକୁ ପଡ଼ୁଛି। ଆଉ ବର୍ଷା ହେଲେ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛି। ଗାଁକୁ ଆମ୍ବୁଲାନ୍ସ ଆସି ପାରୁ ନ ଥିବାରୁ ପ୍ରସୂତି ଓ ରୋଗୀଙ୍କୁ ଗ୍ରାମବାସୀ ଦୋଳାରେ ଆଣୁଥିବାର ଅନେକ ନଜିର ରହିଛି।
Student rescued: ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାତ୍ର ଉଦ୍ଧାର
ସେହିପରି ଶିକ୍ଷା ବ୍ୟବସ୍ଥା ବି ବିପର୍ଯ୍ୟସ୍ତ। ୪ କିଲୋମିଟର ଦୂରରେସ୍କୁଲ ଥିବାରୁ ପିଲାମାନଙ୍କୁ ଛାଡ଼ିବାକୁ ଅଭିଭାବକ ସୁରକ୍ଷିତ ମଣୁନାହାନ୍ତି। ଅଧିକାଂଶ ପିଲା ଛାତ୍ରାବାସରେ ରହି ପଢ଼ୁଛନ୍ତି। ଯଦି ଛାତ୍ରାବାସ ମିଳିଲା ତ ଭଲ ନ ହେଲେ ପାଠପଢ଼ା ବନ୍ଦ। ଗାଁର ଦୁଇ ସାହି ପାଇଁ ଗୋଟିଏ ମାତ୍ର ପଥରକୂଅ ଭରସା। ଯାହାକି ଖରାଦିନେ ପୂରା ଶୁଖିଯାଏ। ତା’ପରେ ପାନୀୟଜଳ ସଂଗ୍ରହ କରିବା ପାଇଁ ବହୁ କଷ୍ଟ କରିବାକୁ ପଡ଼ିଥାଏ। ମୌଳିକ ସମସ୍ୟାର ସମାଧାନ ପାଇଁ ବହୁବାର ଜିଲ୍ଲା ଓ ବ୍ଲକ୍ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ସ୍ଥିତି ଯେମିତିକୁ ସେମିତି। ସେହିପରି ଗାଁକୁ ବିଦ୍ୟୁତ୍ ବ୍ୟବସ୍ଥା ହୋଇପାରିନି। ସନ୍ଧ୍ୟା ହେଲେ ଡିବିରି ଆଲୁଅ ଭରସା। ବର୍ତ୍ତମାନ କିରାସିନି ମିଳୁ ନ ଥିବାରୁ ମହମବତି ଅଥବା କାଠ ଜାଳି ରାତି କଟାଇବାକୁ ପଡ଼ିଥାଏ। ସବୁବେଳେ ବନ୍ୟଜନ୍ତୁଙ୍କ ଭୟ ଘାରୁଥିବାରୁ ସନ୍ଧ୍ୟା ହେଲେ ତାଟିକବାଟ ପଡ଼ିଯାଉଛି। ବିକାଶ କେବଳ ପ୍ରତିଶ୍ରୁତିରେ ସୀମିତ ହୋଇ ରହିଛି। ଏଦିଗରେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରନ୍ତୁ ବୋଲି ସରପଞ୍ଚ କୈଳାସ ଶବର ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/18/untitled-14-2026-02-18-07-41-22.jpg)