‘‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନକର ଆଉ।’’ ବର୍ଣ୍ଣବୋଧରେ ଥିବା ଏହି ଲୋକପ୍ରିୟ ପଂକ୍ତିରୁ ଏହା ସ୍ପଷ୍ଟ ପ୍ରତିପାଦିତ ହୁଏ କି କାଉ କିଭଳି ଭାବେ ଆମ ଜନଜୀବନ ସହ ଜଡ଼ିତ। ଗାଁରୁ ନେଇ ସହର ଯାଏ, ସବୁଠି କାଉମାନଙ୍କୁ ରାତି ପାହିଲେ ରାବୁଥିବାର ଦେଖିବାକୁ ମିଳେ। କାଉ ଏକ ବୁଦ୍ଧିମାନ୍ ଓ ଚତୁର ପକ୍ଷୀ ବୋଲି ଆମର ଧାରଣା ବି ରହିଛି। ମାଠିଆରେ ପାଣି ତଳେ ଥିବା ବେଳେ ବୁଦ୍ଧି ପ୍ରୟୋଗ କରି ଗୋଡ଼ି ପକାଇ ପାଣିସ୍ତର ଉପରକୁ ଆଣିବା ଭଳି କାହାଣୀ ବି କାଉର ବୁଦ୍ଧିମତାର ଉଦାହରଣ।
ଅନୁଧ୍ୟାନରୁ ଜଣାଯାଇଛି ଯେ ଭାରତୀୟ କାଉ ପୃଥିବୀର ସବୁଠାରୁ ବୁଦ୍ଧିମାନ୍ ପକ୍ଷୀ ପ୍ରଜାତି ମଧ୍ୟରୁ ଅନ୍ୟତମ। ମଧ୍ୟପ୍ରଦେଶ ଜବଲପୁରସ୍ଥିତ ଏନ୍.ଡି.ଭି.ଏସ୍.ୟୁ.ର ପଶୁଧନ ଔଷଧୀୟ ବିଭାଗର ପ୍ରଫେସର୍ ତଥା ମୁଖ୍ୟ ଡକ୍ଟର ଦେବେନ୍ଦ୍ର କୁମାର ଗୁପ୍ତାଙ୍କ ମତରେ କାଉମାନଙ୍କର ବୌଦ୍ଧିକ କ୍ଷମତା ରହିଛି, ଯାହାକି କେତେକ ସ୍ତନ୍ୟପାୟୀ ପ୍ରାଣୀଙ୍କ ସହ ତୁଳନୀୟ।
କାଉ କାହିଁକି ବୁଦ୍ଧିମାନ୍?
କାଉମାନେ ସେମାନଙ୍କର ସ୍ମୃତିଶକ୍ତି, ସମସ୍ୟା ସମାଧାନ ଦକ୍ଷତା ଓ ପ୍ରତିକୂଳ ପରିସ୍ଥିତି ସହ ଖାପଖୁଆଇବା କ୍ଷମତା ପାଇଁ ପରିଚିତ। କେବଳ ଆଣ୍ଟାର୍ଟିକାକୁ ଛାଡ଼ିଦେଲେ ବିଶ୍ବର ଅନ୍ୟ ସବୁ ମହାଦେଶରେ କାଉ ଦେଖାଯାଆନ୍ତି। ଏମାନେ ପ୍ରତିକୂଳ ପରିବେଶରେ ବି ବେଶ୍ ସଫଳ ଭାବରେ ନିଜକୁ ଖାପଖୁଆଇ ପାରନ୍ତି। ଘଞ୍ଚ ଜଙ୍ଗଲରୁ ନେଇ ଜନଗହଳିପୂର୍ଣ୍ଣ ସହରାଞ୍ଚଳ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପରିବେଶରେ ସେମାନେ ସହଜ ଭାବେ ଚଳିପାରନ୍ତି। ଡା. ଗୁପ୍ତା କହନ୍ତି, ‘‘ମଣିଷର ପ୍ରାଧାନ୍ୟ ଥିବା ଅଞ୍ଚଳରେ ଭଲଭାବରେ ବଢ଼ିବାର କ୍ଷମତା କାଉମାନଙ୍କର ଜ୍ଞାନାତ୍ମକ ବୈଶିଷ୍ଟ୍ୟର ଏକ ସ୍ପଷ୍ଟ ସୂଚକ।’’ କାଉର ବୁଦ୍ଧିମତ୍ତାର ବିଭିନ୍ନ ଦିଗ ମଧ୍ୟରୁ ଗୋଟିଏ ହେଉଛି ସେମାନଙ୍କର ଉପକରଣ ବ୍ୟବହାର ଏବଂ ନିର୍ମାଣ କରିବାର କ୍ଷମତା। ଗବେଷଣାରୁ ଜଣାପଡ଼ିଛି ଯେ କାଉମାନେ କାଠି, ତାର କିମ୍ବା ପତ୍ରକୁ ବ୍ୟବହାର କରି କଷ୍ଟକର ସ୍ଥାନରୁ ଖାଦ୍ୟ ସଂଗ୍ରହ କରିପାରନ୍ତି। ଉପକରଣର ବ୍ୟବହାର ଉନ୍ନତ ଜ୍ଞାନର ଏକ ସୂଚକ ଏବଂ କାଉମାନେ ସଠିକ୍ ଭାବେ ଏହି ଦକ୍ଷତା ପ୍ରଦର୍ଶନ କରିଥାଆନ୍ତି।
Bird Census: ନବରଙ୍ଗପୁର ବନଖଣ୍ଡରେ ୪୦୮୬ ପକ୍ଷୀ ଚିହ୍ନଟ, ଆସିନାହାନ୍ତି ବିଦେଶୀ
ଜଟିଳ ସମସ୍ୟାର ସମାଧାନ କରିପାରନ୍ତି
କାଉମାନେ ସମସ୍ୟା ସମାଧାନ କ୍ଷେତ୍ରରେ ବିରଳ କ୍ଷମତା ପ୍ରଦର୍ଶନ କରିଥାଆନ୍ତି। ଡକ୍ଟର ଗୁପ୍ତା ଦର୍ଶାଇଛନ୍ତି ଯେ କାଉମାନେ କାର୍ଯ୍ୟ ଓ ପରିଣତି ମଧ୍ୟରେ ଥିବା ସଂପର୍କକୁ ଭଲଭାବରେ ବୁଝିଥାଆନ୍ତି। ତେଣୁ ସେମାନେ କାର୍ଯ୍ୟଗୁଡ଼ିକ ସକାଶେ ଯୋଜନା ପ୍ରସ୍ତୁତ କରିଥାଆନ୍ତି। ଲକ୍ଷ୍ୟ କରାଯାଇଛି ଯେ ସେମାନେ କଠିନ ଆବରଣଯୁକ୍ତ ମଞ୍ଜି/ବାଦାମଗୁଡ଼ିକୁ ବ୍ୟସ୍ତବହୁଳ ରାସ୍ତାରେ ପକାଇ ଥାଆନ୍ତି, ଯାହା ଯାତାୟାତ କରୁଥିବା ଯାନଗୁଡ଼ିକର ଚକ ମାଡ଼ି ଫାଟିଯାଇଥାଏ ଏବଂ ମଞ୍ଜିକୁ ସହଜରେ ସେମାନେ ଖାଇପାରନ୍ତି। ସେ କହନ୍ତି, ‘‘ଯୋଜନା ପ୍ରସ୍ତୁତି, କାର୍ଯ୍ୟଗୁଡ଼ିକୁ ଆଗପଛ କରି ସଜାଡ଼ିବା ଏବଂ କାର୍ଯ୍ୟାବଳୀକୁ ମନେରଖିବା ପରି ସ୍ମୃତିଶକ୍ତି କାଉ ପ୍ରଦର୍ଶନ କରିଥାଏ। ଏକଦା କେବଳ ମଣିଷ, ବଣମଣିଷ ଓ ମାଙ୍କଡ଼ମାନଙ୍କ ଠାରେ ଏପରି ସ୍ମୃତି ରହିଛି ବୋଲି ବିଶ୍ବାସ କରାଯାଉଥିଲା। କାଉମାନେ ବହୁସ୍ତରୀୟ ଗୋଲକଧନ୍ଦାର ସମାଧାନ କରିପାରିବେ, ଏହି ସମାଧାନଗୁଡ଼ିକୁ ମନେ ରଖିପାରିବେ ଏବଂ ନୂତନ ପରିସ୍ଥିତିରେ ସେଗୁଡ଼ିକୁ ପ୍ରୟୋଗ କରିପାରିବେ। ଏପରି କ୍ଷମତାକୁ ଜ୍ଞାନାତ୍ମକ ନମନୀୟତା ବୋଲି କୁହାଯାଇଥାଏ।’’
Cricket: ଆଜି ୟୁନିଲାଇଟ୍ କପ୍ ଫାଇନାଲ୍: ବିଜେଇଏମ୍ ବନାମ ଡିଏଭି ଚନ୍ଦ୍ରଶେଖରପୁର
ଭାରତୀୟ କାଉମାନେ କାହିଁକି ଭିନ୍ନ?
ଭାରତୀୟ କାଉମାନେ, ବିଶେଷକରି ଘରୁଆ କାଉ (କର୍ଭସ୍ ସ୍ପେଣ୍ଡେନ୍ସ), ଜଟିଳ ସହରାଞ୍ଚଳ ପରିସଂସ୍ଥାନରେ ଦିଗ ନିର୍ଣ୍ଣୟ କରିବାର ଦକ୍ଷତା ହାସଲ କରିଛନ୍ତି। ମଣିଷମାନଙ୍କର ଦିନଚର୍ଯ୍ୟା ସଂପର୍କରେ ଶିକ୍ଷା, ଖାଦ୍ୟ ମିଳିବାର ସୁଯୋଗଗୁଡ଼ିକୁ ଚିହ୍ନଟ କରିପାରିବା ଏବଂ ଅଭିଜ୍ଞତା ଆଧାରରେ ଆଚରଣରେ ପରିବର୍ତ୍ତନ ଆଣିବା ଏହି କାଉମାନଙ୍କର ସଫଳତା। ସାଧାରଣ ପକ୍ଷୀମାନଙ୍କ ତୁଳନାରେ ଯଥେଷ୍ଟ ଆଗକୁ ଯାଇ କାଉମାନେ ଏକ ଗୁରୁତର ପାରିବେଶିକ ଭୂମିକା ତୁଲାଇ ଥାଆନ୍ତି।
Follow Us