The Path of Shri Ram: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ରାମ-ବନଗମନ ପଥ

Advertisment

ଆର୍ଯ୍ୟଋଷିମାନେ ସାଧାରଣତଃ ପରିବ୍ରାଜକ ଥିଲେ। କିଛିଦିନ କୌଣସି ଏକ ସ୍ଥାନରେ ରହିବା ପରେ, ପୁନଶ୍ଚ ତୀର୍ଥାଟନରେ ବହିର୍ଗତ ହେଉଥିଲେ। କିଛି ମୁନିଋଷି ଗୁରୁକୁଳ ସ୍ଥାପନ କରି ନିର୍ଦ୍ଦିଷ୍ଟ ସ୍ଥାନରେ ରହୁଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଶିଷ୍ୟମାନଙ୍କୁ ଗୁରୁକୁଳର ଦାୟିତ୍ବ ପ୍ରଦାନ....

ଆର୍ଯ୍ୟଋଷିମାନେ ସାଧାରଣତଃ ପରିବ୍ରାଜକ ଥିଲେ। କିଛିଦିନ କୌଣସି ଏକ ସ୍ଥାନରେ ରହିବା ପରେ, ପୁନଶ୍ଚ ତୀର୍ଥାଟନରେ ବହିର୍ଗତ ହେଉଥିଲେ। କିଛି ମୁନିଋଷି ଗୁରୁକୁଳ ସ୍ଥାପନ କରି ନିର୍ଦ୍ଦିଷ୍ଟ ସ୍ଥାନରେ ରହୁଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଶିଷ୍ୟମାନଙ୍କୁ ଗୁରୁକୁଳର ଦାୟିତ୍ବ ପ୍ରଦାନ....

ddadgcvczvzcv

ଗୌତମମୁନି ଆଶ୍ରମ: ଆର୍ଯ୍ୟଋଷିମାନେ ସାଧାରଣତଃ ପରିବ୍ରାଜକ ଥିଲେ। କିଛିଦିନ କୌଣସି ଏକ ସ୍ଥାନରେ ରହିବା ପରେ, ପୁନଶ୍ଚ ତୀର୍ଥାଟନରେ ବହିର୍ଗତ ହେଉଥିଲେ। କିଛି ମୁନିଋଷି ଗୁରୁକୁଳ ସ୍ଥାପନ କରି ନିର୍ଦ୍ଦିଷ୍ଟ ସ୍ଥାନରେ ରହୁଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଶିଷ୍ୟମାନଙ୍କୁ ଗୁରୁକୁଳର ଦାୟିତ୍ବ ପ୍ରଦାନ କରି ତପସ୍ୟା କରିବାପାଇଁ ଅନ୍ୟତ୍ର ଗମନ କରୁଥିଲେ। ଏହି ହେତୁ ଜଣେ ଜଣେ ଋଷିଙ୍କର ବିଭିନ୍ନ ସ୍ଥାନରେ ଆଶ୍ରମ ଥିବାର ସୂଚନା ମିଳିଥାଏ। ସେହିପରି ଜଣେ ଋଷି ଥିଲେ ଗୌତମ।

ଗୌତମଙ୍କର ପ୍ରସିଦ୍ଧ ଆଶ୍ରମ ମିଥିଳା ନଗରୀ ନିକଟରେ ଥିଲେ ମଧ୍ୟ, ସିହବାର ସପ୍ତଋଷି ଆଶ୍ରମ ମଧ୍ୟରେ ଥିବା ଏକ ଆଶ୍ରମ ଗୌତମଙ୍କର ବୋଲି ଚିହ୍ନିତ। ସେହିଠାରେ‌ ଗୋଦାବରୀ ନଦୀର ଜନ୍ମଦାତା ଭାବରେ ମଧ୍ୟ ଗୌତମ ପୂଜିତ। ସୀତାନଦୀ ବନକ୍ଷେତ୍ର ଓ ମାନ୍ଦାଗିରି ପର୍ବତ ଉପରେ ଗୌତମ ମୁନିଙ୍କ ଆଶ୍ରମ ରହିଛି। ସେଠାର ମୂର୍ତ୍ତି, ଗୁମ୍ଫା, ଝୁଲନ୍ତା ପଥର ଓ କୁଣ୍ଡ ଆଦି ପର୍ଯ୍ୟଟକଙ୍କୁ ପୁଲକିତ କରେ। ମହାନଦୀ ଓ ବରକା ନଦୀତଟରେ କର୍ଣ୍ଣେଶ୍ବର ଶିବଲିଙ୍ଗ ରହିଛି। ଏହି ଆଶ୍ରମ ସଂପର୍କରେ କଥିତ ଅଛି, ଯେ ଏକସମୟରେ ପ୍ରାୟ ଚବିଶ ବର୍ଷ ଧରି ଦୁର୍ଭିକ୍ଷ ପଡ଼ିଲା। ମୁନିଋଷିମାନେ କ୍ଷୁଧାରେ ଆତୁର ହେଲେ। କିନ୍ତୁ ବରୁଣଦେବଙ୍କ କୃପାରୁ ଗୌତମଙ୍କ ଆଶ୍ରମରେ ପର୍ଯ୍ୟାପ୍ତ ପରିମାଣରେ ଜଳ ଉପଲବ୍‌ଧ ହେଉଥିଲା। ସେଥିରେ ଗୌତମ ଶସ୍ୟ ଉତ୍ପାଦନ କରି ଦୁର୍ଭିକ୍ଷପୀଡ଼ିତ ମୁନିଋଷିମାନଙ୍କୁ ଅନ୍ନଦାନ କରୁଥିଲେ।
ଦିନେ ଗୌତମ ଦେଖିଲେ, ‌ଗୋଟିଏ ଗାଈ ଆସି ତାଙ୍କର ଶସ୍ୟସବୁ ଖାଇଯାଉଛି। ବାରମ୍ବାର ଏପରି କରିବାରୁ ଗୌତମ ସେହି ଗାଈକୁ ଘଉଡ଼ାଇ ଦେବାପାଇଁ ଏକ ଦୁର୍ବାଦଳ ତା’ ଉପରକୁ ଫିଙ୍ଗିଦେଲେ। ଆଶ୍ଚର୍ଯ୍ୟର କଥା, ସାମାନ୍ୟ ଦୁର୍ବାଦଳର ଆଘାତରେ ଗାଈଟି ମରିଗଲା। ଗୌତମ ଏହାର ରହସ୍ୟ ଜାଣି ପାରିଲେ ନାହିଁ।

New Year: ନୂଆବର୍ଷରେ ଧର୍ମପୀଠରେ ପ୍ରବଳ ଭିଡ଼

ପ୍ରକୃତ କଥା ହେଲା- ଗାଈଟି ଥିଲା ଦେବୀ ପାର୍ବତୀଙ୍କର ସଖୀ ଜୟା। ଗଙ୍ଗା ସର୍ବଦା ଶିବଙ୍କର ଜଟା ମଧ୍ୟରେ ବାସ କରୁଥିଲେ। କିନ୍ତୁ ବ୍ରହ୍ମାଙ୍କ ଅନୁରୋଧରେ ସେ ନାରୀ ଶରୀର ଧାରଣ କରି ଶିବଙ୍କ ସେବାରେ ରତ ରହିଲେ। ପାର୍ବତୀଙ୍କୁ ଏହା ଆଦୌ ଭଲ ଲାଗିଲା ନାହିଁ। ଗଙ୍ଗାଙ୍କୁ କିପରି ଶଙ୍କରଙ୍କଠାରୁ ଅଲଗା କରିବେ, ଏହା ଚିନ୍ତାକରି ସେ ଗୌତମଙ୍କ ଆଶ୍ରମ ନିକଟରେ ବାସ କରୁଥିବା ତାଙ୍କ ବାନ୍ଧବୀ ଜୟାଙ୍କ ନିକଟରେ ପହଞ୍ଚିଲେ। ଜୟା କପଟ-ଗାଭୀ ରୂପ ଧାରଣ କରି ଗୌତମଙ୍କ କ୍ଷେତରେ ପ୍ରବେଶ କରି ମୃତ ହେବାର ଅଭିନୟ କଲେ। କିନ୍ତୁ ଗୌତମ ଏହାକୁ ସତ୍ୟ ମନେ କରି ଗୋହତ୍ୟା ପାପରୁ ମୁକ୍ତି ପାଇବାପାଇଁ ଶିବଙ୍କୁ ତପସ୍ୟା କରିବାକୁ ବ୍ରହ୍ମଗିରି ଗମନ କଲେ। ସେଠାରେ କଠୋର ତପସ୍ୟା କରି ପାପନାଶିନୀ ଗଙ୍ଗାଙ୍କୁ ତାଙ୍କୁ ପ୍ରଦାନ କରିବାପାଇଁ ନିବେଦନ କଲେ। ଗୌତମଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ତାଙ୍କୁ ଗଙ୍ଗାଙ୍କୁ ପ୍ରଦାନ କଲେ।

Winter: ଶୀତରେ ଥରୁଛନ୍ତି ୫୨ହଜାର ଅନ୍ତେବାସୀ

ଗଙ୍ଗା କିନ୍ତୁ ଶିବଙ୍କୁ ଛାଡ଼ି ଆସିବାକୁ ପ୍ରସ୍ତୁତ ନ ଥିଲେ। ସେ ବ୍ରହ୍ମଗିରି ଆସିଲେ- କିନ୍ତୁ ଗୋଟିଏ ସ୍ଥାନରେ ଦେଖାଦେଇ, ସେଠାରୁ ଅପସୃତ ହୋଇ ଅନ୍ୟ ଏକ ସ୍ଥାନରେ ଦେଖା ଦେଉଥିଲେ। ଫଳରେ ଗୌତମ ଗଙ୍ଗାଙ୍କ ପଛରେ ଦୌଡ଼ିବାରେ ଲାଗିଲେ, ହେଲେ ଗଙ୍ଗ‌ାସ୍ନାନ କରିପାରିଲେ ନାହିଁ। ଶେଷରେ ଗୌତମ, ସେ ଯେଉଁ ସ୍ଥାନରେ ଆବିର୍ଭୂତ ହେଉଥିଲେ ସେ ସମସ୍ତ ସ୍ଥାନକୁ ମନ୍ତ୍ରପୂତ ଦୁର୍ବାଦ୍ବାରା ବନ୍ଧନ କରିଦେଲେ। ଏହାଫଳରେ ସେହି କ୍ଷେତ୍ର ବାହାରକୁ ଗଙ୍ଗା ଆଉ ଯାଇ ପାରିଲେ ନାହିଁ। ଗୌତମ ଗଙ୍ଗାସ୍ନାନ କଲେ। ତାହାପରେ ଗୋଟିଏ ଧାର ସୃଷ୍ଟି କଲେ, ଯେଉଁବାଟେ ଗଙ୍ଗା ବହି ଚାଲିଲେ। ତାହାର ନାମ ହେଲା ଗୌତମୀ ଗଙ୍ଗା, ଦକ୍ଷିଣ ଗଙ୍ଗା। ପରବର୍ତ୍ତୀ କାଳରେ ତାହାର ନାମ ହେଲା ଗୋଦାବରୀ। ଏବଂ ଯେଉଁ କ୍ଷେତ୍ରଟିକୁ ଦୁର୍ବାବନ୍ଧଦ୍ବାରା ଗୌତମ ବନ୍ଦୀ କରି ରଖିଥିଲେ, ସେ ସ୍ଥାନ ପ୍ରସିଦ୍ଧ ଦୁର୍ବାତୀର୍ଥ ବା କୁଶାବର୍ତ୍ତ ହେଲା। ଶ୍ରୀରାମ ଯେତେବେଳେ ପଞ୍ଚବଟୀରେ ଆଶ୍ରମ ପ୍ରତିଷ୍ଠା କରି ରହିଲେ, ପ୍ରତ୍ୟହ ସେ ଏହି ଦକ୍ଷିଣ ଗଙ୍ଗା ବା ଗୋଦାବରୀରେ ସ୍ନାନ କରୁଥିଲେ। ମହାମୁନି ଗୌତମ ଏହାପରେ ମହାରାଜ ଜନକଙ୍କ ଅନୁରୋଧରେ ମିଥିଳା ନଗର ନିକଟରେ ଯାଇ ଆଶ୍ରମ ପ୍ରତିଷ୍ଠା କରି ରହିଲେ। ସଂପ୍ରତି ଏହି ଆଶ୍ରମର ଭଗ୍ନାବ‌େଶଷ ଦୃଷ୍ଟିଗୋଚର ହୋଇଥାଏ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe