ଖୁବ୍‌ କମ୍‌ ଦିନରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ତୃପ୍ତି ଡିମ୍ରି। ସେ ନିଜର ବୃତ୍ତିଗତ ଜୀବନ ଅପେକ୍ଷା ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ। ପୂର୍ବରୁ ତାଙ୍କର ଏକାଧିକ ଡେଟିଂ ଖବର ଚର୍ଚ୍ଚାରେ ଥିବା ବେଳେ ଏବେ ସେ ବାସ୍ତବ ପ୍ରେମକୁ ଖୋଜି ପାଇଛନ୍ତି। ନିକଟରେ ନିଜ ଜନ୍ମଦିନକୁ ଧୁମଧାମରେ ପାଳନ କରିଛନ୍ତି ତୃପ୍ତି। ତାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ କଥିତ ପ୍ରେମିକ ତଥା କୋଟିପତି ବ୍ୟବସାୟୀ ଶ୍ୟାମ୍‌ ମର୍ଚ୍ଚେଣ୍ଟ। ଦୁହେଁ ଦୁହିଁଙ୍କୁ ଖୁବ୍‌ ଆନନ୍ଦର ସହ କୋଳେଇ ନେଇ ଫଟୋ ପୋଜ୍‌ ଦେଇଥିବା ବେଳେ ତାହା ଏବେ ସୋସିଆଲ୍‌ ମିିଡିଆରେ ଝଡ଼ ସୃଷ୍ଟି କରିଛି। 

Advertisment

Road: ନିର୍ମାଣର ୬ମାସ ପୁରିନି, ରାସ୍ତାରୁ ଉଠିଗଲାଣି ପିଚୁ

ଦୁହିଁଙ୍କର ପରସ୍ପର ପ୍ରତି ଥିବା ସହଜବୋଧ ପ୍ରଶଂସକଙ୍କୁ ‘ରିସ୍ତା ପକ୍କା’ ବୋଲି କହିବାର ସୁଯୋଗଟିଏ ଦେଇଛି। ଦୁହିଁଙ୍କୁ ଦେଖି ପ୍ରଶଂସକ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଯେତିକି ଦୃଢ଼ତାର ସହ କହିଛନ୍ତି, ସେତିକି ଦୃଢ଼ତାର ସହ ସେମାନଙ୍କ ଯୋଡ଼ିକୁ ପସନ୍ଦ ବି କରୁଛନ୍ତି। ଯଦିଓ ଏହି ଯୋଡ଼ିଙ୍କୁ ନେଇ ଅନେକ ପୂର୍ବରୁ ଆଲୋଚନା ଆରମ୍ଭ ହୋଇସାରିଥିଲା, ଏବେ ଦୁହେଁ ବାହୁରେ ବାହୁ ଛନ୍ଦି ଫଟୋ ପୋଜ୍‌ ଦେବା ପରେ ଆନୁଷ୍ଠାନିକ ଭାବେ ତୃପ୍ତି ତାଙ୍କ ସଂପର୍କକୁ ସାର୍ବଜନୀନ କଲେ ବୋଲି ପ୍ରଶଂସକ ଦାବି କରିଛନ୍ତି। ସେମାନଙ୍କର ପୂର୍ବରୁ ଅନେକ ସ୍ଥାନରେ ଏକତ୍ର ଛୁଟି କାଟିବାର ଫଟୋ ଭାଇରାଲ୍‌ ହୋଇଛି। ହେଲେ ଦୁହେଁ ନିଜ ସଂପର୍କକୁ ନେଇ ଏଯାବତ୍‌ ମୁହଁ ଖୋଲି ନାହାନ୍ତି।

Narendra Modi: ଦୃଢ଼ ଏବଂ ସଶକ୍ତ ଯୁବଶକ୍ତି ଆମ ବିକାଶର ମୂଳଦୁଆ: ପ୍ରଧାନମନ୍ତ୍ରୀ