ଏ ମୋତେ କାମୁଡିଛି: ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ବ୍ୟକ୍ତି

ଲକ୍ଷ୍ମୀପୁର ଖେରୀରେ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିଥିଲା। ଏହା ପରେ ବ୍ୟକ୍ତି ଯାହା କରିଥିଲେ ତାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା।ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ବ୍ୟକ୍ତି।

ଅଦ୍ୟତନ ହୋଇଛି
At Hospital with snake

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିଥିଲା। ଏହା ପରେ ବ୍ୟକ୍ତି ଯାହା କରିଥିଲେ ତାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ ଏହି ଭିଡିଓ ୟୁପିର ଲାଖିମପୁରର ପାଲିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି)ର। 

ଜଣେ ବ୍ୟକ୍ତି ସାପକୁ ଏକ ଡବାରେ ରଖି ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କୁ କହିଥିଲେ ଯେ ତାଙ୍କୁ ଏହି ସାପ କାମୁଡ଼ି ଦେଇଛି। ସାପ ଦେଖିବା ମାତ୍ରେ ଡାକ୍ତରଖାନାରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ବ୍ୟକ୍ତିଙ୍କର ନାମ ହରି ମିଶ୍ର ବୋଲି କୁହାଯାଇଛି। ସାପ ହରି ମିଶ୍ରଙ୍କୁ କାମୁଡ଼ିବା ମାତ୍ରେ ସେ ତାକୁ ଧରି ଏକ ଡବାରେ ବନ୍ଦ କରି ଡାକ୍ତରଖାନାରେ ପହଞ୍ଚିଥିଲେ। ସେ ଏହା କରିଥିଲେ ଯାହା ଦ୍ବାରା ଡାକ୍ତରମାନେ ଜାଣିପାରିବେ କେଉଁ ସାପ ତାଙ୍କୁ କାମୁଡ଼ିଛି ଏବଂ ସେହି ଅନୁଯାୟୀ ଚିକିତ୍ସା କରିବେ।

ହରି ମିଶ୍ର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ଏବଂ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।  ତାଙ୍କ ଭାଇରାଲ ଭିଡ଼ିଓ ନେଇ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି।  ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ ସେ ଠିକ୍ କାର୍ଯ୍ୟ କରିଛନ୍ତି, ଏହା ଯୋଗୁ ହୁଏତ ତାଙ୍କ ଜୀବନ ରକ୍ଷା ହୋଇଥାଇପାରେ। ଅନ୍ୟ ଜଣେ ୟୁଜର ଲେଖଛନ୍ତି, କଳ୍ପନା କରନ୍ତୁ ହସ୍ପିଟାଲରେ ପରିସ୍ଥିତି କ’ଣ ହୋଇଥିବ?

ଅଧିକ ପଢ଼ନ୍ତୁ:https://sambad.in/india-and-beyond/mother-is-asking-for-the-death-of-her-son-supreme-court-gave-a-big-decision-1184028/

ଅଧିକ ପଢ଼ନ୍ତୁ:https://sambad.in/india-and-beyond/protest-over-bjp-mlas-comments-against-mayawati-akhilesh-demanded-to-file-case-6922038

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe