Science-Based Child Care: ଆଜିର ଆବଶ୍ୟକତା: ବିଜ୍ଞାନଭିତ୍ତିକ ଶିଶୁ ଯତ୍ନ

Advertisment

ଶିଶୁଙ୍କର ଯତ୍ନ ନେବା ଏବଂ ସେମାନଙ୍କୁ ସୁସ୍ଥ ଓ ସୁଖୀ ଭାବେ ବଡ଼ କରିବା ଏକ ଆହ୍ବାନପୂର୍ଣ୍ଣ କାମ। ତେବେ ଅନେକ ସମୟରେ ପିତାମାତା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁଙ୍କ ସ୍ବାସ୍ଥ୍ୟକୁ ଅଜାଣତରେ କ୍ଷତିଗ୍ରସ୍ତ କରିଦିଅନ୍ତି।

ଶିଶୁଙ୍କର ଯତ୍ନ ନେବା ଏବଂ ସେମାନଙ୍କୁ ସୁସ୍ଥ ଓ ସୁଖୀ ଭାବେ ବଡ଼ କରିବା ଏକ ଆହ୍ବାନପୂର୍ଣ୍ଣ କାମ। ତେବେ ଅନେକ ସମୟରେ ପିତାମାତା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁଙ୍କ ସ୍ବାସ୍ଥ୍ୟକୁ ଅଜାଣତରେ କ୍ଷତିଗ୍ରସ୍ତ କରିଦିଅନ୍ତି।

dgdgdzvvvccv

ଶିଶୁଙ୍କର ଯତ୍ନ ନେବା ଏବଂ ସେମାନଙ୍କୁ ସୁସ୍ଥ ଓ ସୁଖୀ ଭାବେ ବଡ଼ କରିବା ଏକ ଆହ୍ବାନପୂର୍ଣ୍ଣ କାମ। ତେବେ ଅନେକ ସମୟରେ ପିତାମାତା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁଙ୍କ ସ୍ବାସ୍ଥ୍ୟକୁ ଅଜାଣତରେ କ୍ଷତିଗ୍ରସ୍ତ କରିଦିଅନ୍ତି। ଆମ ଦେଶରେ ଏପରି ଅନେକ ପାରମ୍ପରିକ ରୀତି ଓ ଅଭ୍ୟାସ ପ୍ରଚଳିତ,ଯାହା ବୈଜ୍ଞାନିକ ଚିନ୍ତାଧାରାର ବିପରୀତ ଏବଂ ଶିଶୁର ସମଗ୍ର ବିକାଶକୁ ବାଧା ଦିଏ। ତେଣୁ ଆମକୁ ବିଜ୍ଞାନ-ଭିତ୍ତିକ ଶିଶୁ ଯତ୍ନ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। 

Bhadrak News: ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ

ଆମ ଦେଶରେ ଶିଶୁଯତ୍ନକୁ ନେଇ ଅନେକ ପାରମ୍ପରିକ ରୀତିନୀତି ରହିଛି, ଯାହା ଦୃଢ଼ ସାମାଜିକ ଏବଂ ପାରିବାରିକ ସମ୍ପର୍କ ଗଠନ କରିବାରେ ସାହାଯ୍ୟ କରେ। ତେବେ ସେଥି ମଧ୍ୟରୁ କିଛି ଶିଶୁର ଶାରୀରିକ ଓ ମାନସିକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ସେଭଳି କିଛି ଅଭ୍ୟାସ ବାବଦରେ ଜାଣିବା। ପାରମ୍ପରିକ ଅଭ୍ୟାସ ସ୍ବରୂପ ପ୍ରସବ ପରେ ପ୍ରସୂତିଙ୍କ ଖାଦ୍ୟ ଉପରେ ଅନେକ କଟକଣା ଜାରି କରାଯାଇଥାଏ, ଯାହା କୁପୋଷଣ ଓ ଅପପୁଷ୍ଟିର ପ୍ରମୁଖ କାରଣ ଭାବରେ ଚିହ୍ନଟ କରାଯାଇଛି। ଅନେକ ପିତାମାତା ଶିଶୁର ଖେଳ-ଆଧାରିତ ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷାକୁ ବାଦ ଦେଇ ପ୍ରାରମ୍ଭିକ ସ୍ତରରୁ ପରୀକ୍ଷାରେ ସଫଳତା ଏବଂ ଘୋଷିବା ମାଧ୍ୟମରେ ତଥ୍ୟ ମନେ ରଖିବା ଉପରେ ଧ୍ୟାନ ଦେଇଥାନ୍ତି। କିନ୍ତୁ ଗବେଷଣାରୁ ପ୍ରମାଣିତ ହୋଇଛି ଯେ ଖେଳ-ଆଧାରିତ ଓ ପୂର୍ଣ୍ଣାଙ୍ଗ ଶିକ୍ଷା ଉପରେ ଗୁରୁତ୍ବ ସେମାନଙ୍କ ଠାରେ ତାର୍କିକ ଚିନ୍ତନ ଏବଂ ସମସ୍ୟା ସମାଧାନ ଦକ୍ଷତା ବିକାଶ କରିଥାଏ। 

India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌

ନବଜାତ ଶିଶୁଙ୍କ ଯତ୍ନ ନିମନ୍ତେ ନାକରେ ତେଲ ଲଗାଇବା, ରୋଗ ପ୍ରତିରୋଧକ ଶକ୍ତି ପାଇଁ ଶିଶୁକୁ ମହୁ ପିଆଇବା, ଦୃଷ୍ଟିଶକ୍ତି ଉନ୍ନତ କରିବା ପାଇଁ ଆଖିରେ କଜଳ ଲଗାଇବା, ମା’ ଅସୁସ୍ଥ କିମ୍ବା ଜ୍ୱରାକ୍ରାନ୍ତ ଥିଲେ ସ୍ତନ୍ୟପାନ ବନ୍ଦ କରାଇବା, ଡିହାଇଡ୍ରେସନ ପାଇଁ ପାଣି ବଦଳରେ ଗ୍ଲୁକନ୍-ଡି, ଓଆର୍‌ଏସ୍ କିମ୍ବା ଏନର୍ଜି ଡ୍ରିଙ୍କ୍‌ ଦେବା, ହାକୁଟି ବନ୍ଦ ହେବା ପାଇଁ ପେଟରେ ମୁଦ୍ରା, ଗରମ ଚାମଚ କିମ୍ବା ଷ୍ଟିଲ୍ ପାତ୍ର ରଖିବା, କାଶ/ଥଣ୍ଡା ହୋଇଥିବା ପିଲାଙ୍କୁ ଅଣ୍ଡା, ମାଛ କିମ୍ବା ମାଂସ ନଦେବା, ପିଲାଙ୍କ ପାଇଁ ଘୁଟି, ଜନ୍ମ ଘୁଟି କିମ୍ବା ଘରୋଇ ଟନିକ୍‌କୁ ନିରାପଦ ବିଚାରିବା ପରି କିଛି ପୁରୁଣା ପଦ୍ଧତି ପିଢ଼ି ପରେ ପିଢ଼ି ଅନୁସୃତ ହେଉଛି। ମାତ୍ର ସେଗୁଡ଼ିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ଶିଶୁ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଅପରପକ୍ଷେ, ବିଜ୍ଞାନ-ଭିତ୍ତିକ ଶିଶୁ ଯତ୍ନ ଶିଶୁ ବିକାଶର ଉପଯୁକ୍ତ ଅଭ୍ୟାସକୁ ଉତ୍ସାହିତ କରେ, ଯାହା ପିଲାର ଜ୍ଞାନାତ୍ମକ, ସାମାଜିକ ଓ ଆେବଗିକ ବିକାଶ ପାଇଁ ଜରୁରି। ସେଥି ମଧ୍ୟରେ ଖେଳ-ଭିତ୍ତିକ ଶିକ୍ଷା, କେବଳ ଶିକ୍ଷାଗତ ସଫଳତା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ପିଲାର ଶାରୀରିକ, ଆବେଗିକ, ବୌଦ୍ଧିକ ଓ ସାମାଜିକ ଦିଗକୁ ବିକଶିତ କରିବା, ଅଭିଭାବକ ଏବଂ ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ଶିଶୁ ସ୍ୱାସ୍ଥ୍ୟ ଓ ପୁଷ୍ଟି ବାବଦରେ ସୂଚନା ଦେବା ସମେତ ବିକାଶରେ ବିଳମ୍ବ ଓ ଅଭାବକୁ ଚିହ୍ନଟ କରି ସେଗୁଡ଼ିକର ତ୍ବରିତ ସମାଧାନ ଅନ୍ତର୍ଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe