ଟିଭିଏସ୍ର ନୂଆ ଆପାଚେ ଆର୍ଟିଏକ୍ସ ବଜାର ପ୍ରବେଶ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୯୯,୦୦୦ ଟଙ୍କା (ଏକ୍ସ ସୋ’ରୁମ୍)। ଏଥିରେ ୨୯୯.୧ ସିସିର ସିଙ୍ଗଲ ସିଲିଣ୍ଡର୍, ୪ ଭାଲ୍ଭ ଲିକ୍ବିଡ୍ କୁଲ୍ଡ ଇଂଜିନ୍ ରହିଛି। ଏହା ୨୮.୫ ଏନ୍ଏମ୍ ଟର୍କ, ୩୬ପିଏସ୍ ପାୱାର ଉତ୍ପାଦନ କରିଥାଏ। ଏହାସହିତ ଏଥିରେ ୬-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍, ଡୁଆଲ୍ ଚାନେଲ୍ ଏବିଏସ୍, ୩୨୦ ଏମ୍ଏମ୍ ଫ୍ରଣ୍ଟ ଓ ୨୪୦ ଏମ୍ଏମ୍ ରିୟର୍ ବ୍ରେକ୍ ରହିଛି। ଏହାର ତେଲ ଟାଙ୍କିର ଧାରଣ କ୍ଷମତା ୧୨.୫ ଲିଟର୍।
AI: ଏଆଇ ସମିଟ୍: ବିଶ୍ବନେତାଙ୍କୁ ସ୍ବାଗତ କରିବେ ମୋଦୀ
ଖାଲି ସେତିକି ନୁହେଁ, ଏଥିରେ ଟ୍ବିନ୍ କ୍ଲାସ୍ ଡି ସିମେନ୍ଟ୍ରିକ୍ ଏଲ୍ଇଡି ହେଡ୍ ଓ ଟେଲ୍ ଲାଇଟ୍, ୫ଇଞ୍ଚର ଟିଏଫ୍ଟି କ୍ଲଷ୍ଟର୍ ୱିଥ୍ ଟିଭିଏସ୍ ସ୍ମାର୍ଟଏକ୍ସକନେକ୍ଟ, ୧୨ଭି, ୮ଏଏଚ୍, ଭିଆର୍ଏଲ୍ଏ ବ୍ୟାଟେରି, ୪ଟି ରାଇଡ୍ ମୋଡ୍ ପରି ବୈଶିଷ୍ଟ୍ୟ ରହିଛି। ନୂଆ ଟିଭିଏସ୍ ଆର୍ଟିଏକ୍ସ ଲାଇଟ୍ନିଂ ବ୍ଲାକ୍ ଓ ପର୍ଲ ହ୍ବାଇଟ୍ ପରି ଦୁଇଟି ରଙ୍ଗରେ ଉପଲବ୍ଧ। ଏହାର ବେସ୍ ଓ ଟପ୍ ନାମକ ଦୁଇଟି ଭାରିଆଣ୍ଟ ରହିଛି।
NSD: ଭାରତ ରଙ୍ଗ ମହୋତ୍ସବ: ୧୯ଟି ସ୍ଥାନରେ ୧୩୦ରୁ ଅଧିକ ଜାତୀୟ, ଅନ୍ତର୍ଜାତୀୟ ପ୍ରଦର୍ଶନ
Follow Us