ବାଲିକୁଦା: ବୌଦ୍ଧ ସଭ୍ୟତାର ସମୃଦ୍ଧ ଇତିହାସକୁ ଝୁରୁଛି ଯାଜପୁର ଜିଲ୍ଲାର ଉଦୟଗିରି। ଜଙ୍ଗଲୀ ଗଛଲତା ଓ ଘାସବଣରେ ଲୁଚିଯାଉଥିବା ସ୍ତୂପ ଖୋଜୁଛି ପରିଚୟ। ଐତିହ୍ୟ କୀର୍ତ୍ତିରାଜି ଧ୍ବଂସାଭିମୁଖୀ। ସପ୍ତମ ଶତାବ୍ଦୀରେ ଜ୍ଞାନର ଆଲୋକ ବିତରଣ କରୁଥିବା ପୁଷ୍ପବିହାର ଏବେ ଅଲୋଡ଼ା। ‘ହୀରକ ତ୍ରିଭୁଜ’ ନାମରେ ପରିଚିତ ରତ୍ନଗିରି-ଉଦୟଗିରି-ଲଳିତଗିରିର ବିକାଶ କେବଳ କାଗଜପତ୍ରରେ ସୀମିତ। ଗତ ଦୁଇବର୍ଷ ଧରି ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାବେଶ ଆୟୋଜନ କିଛିଦିନ ପାଇଁ ଉଦୟଗିରିକୁ ଚଳଚଞ୍ଚଳ କରୁଛି। ବାକି ଦିନ ଖାଁଖାଁ ପରିବେଶ। ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏହି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ଗରିମା ହରାଉଛି।
Buddhist stupa : ପରିତ୍ୟକ୍ତ ପୋଖରୀର ଭ୍ରମ ସୃଷ୍ଟି କରୁଛି ବୌଦ୍ଧ ଗଡ଼ଖାଇ
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅସିଆ ପର୍ବତମାଳା ପାଦଦେଶରେ ବିଶ୍ବବିଦିତ ଉଦୟଗିରିର ଅବସ୍ଥିତି। ଇଂରାଜୀ ‘ୟୁ’ ଆକୃତିର ଉକ୍ତ ସ୍ଥାନର ତିନିପଟେ ପାହାଡ଼ ଓ ସବୁଜବନାନୀ। ସପ୍ତମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଥିଲା ପ୍ରାଚୀନ ଉତ୍କଳର ଶିକ୍ଷା, ସଂସ୍କୃତି ଓ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର। ପ୍ରାଚୀନ ପୁଷ୍ପଗିରି ବିଶ୍ବବିଦ୍ୟାଳୟରେ ଦେଶବିଦେଶର ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଆସୁଥିଲେ। ଗୁରୁ ପଦ୍ମସମ୍ଭବ ମଧ୍ୟ ଏଠାରେ ଶିକ୍ଷା ଗ୍ରହଣ ପରେ ବିଭିନ୍ନ ଦେଶରେ ବୌଦ୍ଧଧର୍ମର ପ୍ରଚାରପ୍ରସାର କରିଥିଲେ। ଏଠାରେ ତାଙ୍କର ଦେହାବସାନ ହୋଇଥିଲା ବୋଲି ଗବେଷକ ମତ ଦିଅନ୍ତି। ମାତ୍ର ବିକାଶ କ୍ଷେତ୍ରରେ ଦେଶର ଅନ୍ୟ ବୌଦ୍ଧପୀଠ ତୁଳନାରେ ଉଦୟଗିରି ବହୁ ପଛରେ ପଡ଼ିଛି।
Chitrakonda: ବୁଲାବୁଲି: ଚାଲ ଯିବା ଚିତ୍ରକୋଣ୍ଡା
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ସୂଚନା ଅନୁସାରେ ୧୮୭୦ ମସିହାରେ ତତ୍କାଳୀନ ଜିଲ୍ଲା ଡେପୁଟି ମାଜିଷ୍ଟ୍ରେଟ୍ ବାବୁ ଚନ୍ଦ୍ରଶେଖର ବାନାର୍ଜୀ ପ୍ରଥମେ ଏହି ଅର୍ଦ୍ଧଚନ୍ଦ୍ରାକୃତି ପାହାଡ଼କୁ ଲୋକଲୋଚନକୁ ଆଣିଥିଲେ। ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏହାର ଦାୟିତ୍ୱ ନେଇଥିଲା। ୧୯୮୫-୮୯ ଓ ୧୯୯୭-୨୦୦୩ରେ ଦୁଇଟି ପର୍ଯ୍ୟାୟରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମ ଖନନରେ ମାଧବପୁର ମହାବିହାର ଓ ଦ୍ବିତୀୟ ଖନନରେ ସିଂହପ୍ରସ୍ଥ ମହାବିହାର ଆବିଷ୍କୃତ ହୋଇଥିଲା। ସେହିଦିନଠାରୁ ଆଉ ଖନନ କାର୍ଯ୍ୟ କରାଯାଇ ନାହିଁ। ଖନନ ହେଲେ ମାଟି ତଳେ ଲୁଚି ରହିଥିବା ଅନେକ ଐତିହ୍ୟ ଲୋକଲୋଚନକୁ ଆସିପାରନ୍ତା। ନିକଟସ୍ଥ ରତ୍ନଗିରି ଓ ଲଳିତଗିରିରେ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଥିବାବେଳେ ଏଠାରେ ନାହିଁ। ଏଠାରୁ ଆବିଷ୍କୃତ ଅନେକ କୀର୍ତ୍ତିରାଜି କୋଲକାତା ସଂଗ୍ରହାଳୟ, ଭୁବନେଶ୍ବର ଗୋଦାମ ଘରେ ଓ ବିହାରରେ ରହିଛି। ୧୦ କୋଟି ଟଙ୍କାରେ ଲୁହା ଗ୍ରିଲ୍ ପାଚେରି ପୂର୍ଣ୍ଣାଙ୍ଗ ହୋଇପାରିଲାନି। ବାକି ଲୁହାବାଡ଼କୁ ଦୁର୍ବୃତ୍ତ କାଟି ନେଇଗଲେ। ଖୋଲା ଥିବାରୁ ବୁଲା ଗୋରୁଗାଈ ଅନାୟାସରେ ପୀଠ ମଧ୍ୟକୁ ପ୍ରବେଶ କରୁଛନ୍ତି। ଫୁଲଗଛ ରୋପଣ ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏଥିରୁ ହାତଗଣତି କେତୋଟି ଗଛ ପଡ଼ିଆରେ ରହିଛି। ସବୁଜିମାଭରା ଉଦ୍ୟାନ, ଆଗନ୍ତୁକଙ୍କ ପାଇଁ ଦୋକାନ, ବଣଭୋଜି କିମ୍ବା ଭୋଜନ ନିମନ୍ତେ ଏଠାରେ କୌଣସି ବ୍ୟବସ୍ଥା ନାହିଁ। ଏସବୁ କାରଣରୁ ପର୍ଯ୍ୟଟକମାନେ ମୁହଁ ଫେରାଉଛନ୍ତି। ଚାହୁଥିଲେ ମଧ୍ୟ ବିଦେଶୀ ପର୍ଯ୍ୟଟକ ଆସୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/08/untitled-6-2026-03-08-06-40-44.jpg)