Advertisment

Osa-brata: ଅନନ୍ୟ ଓଷା-ବ୍ରତ: ଅର୍ଥ ଉଦୟା ରବିବାର

Advertisment

ଓଡ଼ିଶାର ଓଷାବ୍ରତଗୁଡ଼ିକର ରହିଛି ସ୍ବତନ୍ତ୍ର ମହତ୍ତ୍ବ। କିନ୍ତୁ ସମୟକ୍ରମେ ସେସବୁ ହଜିଯିବାରେ ଲାଗିଛି। ଆଧୁନିକ ଜୀବନଧାରାରେ ଆମ ଓଷାବ୍ରତଗୁଡ଼ିକ କ୍ରମେ ଅପାଂକ୍ତେୟ, ଉପେକ୍ଷିତ ମଧ୍ୟ ହୋଇଯାଉଛି।

ଓଡ଼ିଶାର ଓଷାବ୍ରତଗୁଡ଼ିକର ରହିଛି ସ୍ବତନ୍ତ୍ର ମହତ୍ତ୍ବ। କିନ୍ତୁ ସମୟକ୍ରମେ ସେସବୁ ହଜିଯିବାରେ ଲାଗିଛି। ଆଧୁନିକ ଜୀବନଧାରାରେ ଆମ ଓଷାବ୍ରତଗୁଡ଼ିକ କ୍ରମେ ଅପାଂକ୍ତେୟ, ଉପେକ୍ଷିତ ମଧ୍ୟ ହୋଇଯାଉଛି।

fhhsfhfxbxbv

ଓଡ଼ିଶାର ଓଷାବ୍ରତଗୁଡ଼ିକର ରହିଛି ସ୍ବତନ୍ତ୍ର ମହତ୍ତ୍ବ। କିନ୍ତୁ ସମୟକ୍ରମେ ସେସବୁ ହଜିଯିବାରେ ଲାଗିଛି। ଆଧୁନିକ ଜୀବନଧାରାରେ ଆମ ଓଷାବ୍ରତଗୁଡ଼ିକ କ୍ରମେ ଅପାଂକ୍ତେୟ, ଉପେକ୍ଷିତ ମଧ୍ୟ ହୋଇଯାଉଛି।

ସେହିପରି ଏକ ବ୍ରତ- ‘ଅର୍ଥ ଉଦୟା ରବିବାର’। ମାଘମାସ ରବିବାର ଦିନ ଏହି ବ୍ରତ ପାଳିତ ହୁଏ। ବ୍ରତକଥାଟି ଏମିତି। ଚକୁରିଆ ପଣ୍ଡାଟିଏ ଥାଏ। ସେ ଗାଏଁ ଗଲେ ମାଣେ ଅ‌ାଣେ। ଦି’ ଗାଁ ଗଲେ ବି ମା‌େଣ ଆଣେ। ପଣ୍ଡା-ପଣ୍ଡିଆଣୀ ଓ ଦି’ ଝିଅଙ୍କୁ ନେଇ ସେମାନେ ଚାରିପ୍ରାଣୀ। ଦି’ଝିଅ ଜଙ୍ଗଲରୁ କାଠ ବିଡ଼ାଏ ଲେଖାଏଁ ଆଣନ୍ତି। ୟେରୂପେ ସେମାନେ ଦୁଃଖେ କଷ୍ଟେ ଚଳିଥାଆନ୍ତି।

ମାଘମାସ ପ୍ରଥମ ରବିବାର ଦିନ ଦି’ ଝିଅ ଘସି ଗୋଟାଇବାକୁ ଯାଇ ଦେଖିଲେ, ସ୍ବର୍ଗର ଅଷ୍ଟକନ୍ୟା, ମଞ୍ଚର ଅଷ୍ଟକନ୍ୟା ଓଷା ପୂଜୁଛନ୍ତି। ସୁନାର ଦୂବ, ସୁନାର ଚାଉଳ, ସୁନାର ବରତ, ସୁନାର ଗୁଆ ଘେନିଛନ୍ତି। ଛେନାମଣ୍ଡା ଆଠଗୋଟି, ଖଣ୍ଡଛତିି, ଖଣ୍ଡବତି, ଆଖୁ ପୂଜାରେ ବାଢ଼ିଛନ୍ତି। ଗୁଆଘିଅରେ ଦୀପ ଜାଳିଛନ୍ତି। ହୁଳହୁଳି ଦେଇ ଅର୍ଥ ଉଦୟା ରବିବାର ଓଷା ପୂଜୁଛନ୍ତି। ହୁଳହୁଳି ଶବ୍ଦ ଶୁଣି ଯାଇ ପଣ୍ଡା ଦୁଇଝିଅ ଲଟା ତଳେ ଛପି ବ୍ରତଓଷା ପୂଜା ଦେଖିଲେ। ସ୍ବର୍ଗର ଅପସରାଏ ନରଦେହର ଗନ୍ଧ ପାଇ ଖୋଜି ସେ ଦୁହିଁଙ୍କୁ ପାଇଲେ। ପଚାର‌ିଲେ- ତୁମ୍ଭେ କେ? ସେମାନେ କହିଲେ- ଆମ୍ଭେ ଚକୁରିଆ ପଣ୍ଡା ଝିଅ।

ସ୍ବର୍ଗର କନ୍ୟାମାନେ ତାଙ୍କୁ କହିଲେ- ବୁଡ଼ ପକାଇ ଆସ। ଦୁହେଁ ବୁଡ଼ ପକାଇ ଆସିବାରୁ କହିଲେ- ଓଦାଲୁଗା ଚୁପୁଡ଼ି ଶୁଖାଇ ଦିଅ। ଦୁହେଁ ଓଦାଲୁଗା ଶୁଖାଇ ଆସି ଲଙ୍ଗଳା ହୋଇ ଠିଆହେଲେ। ତା’ ପରେ ସେମାନେ କହିଲେ- ଏବେ ଯାଇ ଲୁଗା ପିନ୍ଧ। ଦୁହେଁ ଯାଇ ଦେଖିଲା ବେଳକୁ ସେ ଲୁଗା ପାଟ ହୋଇଯାଇଛି। ଦୁହେଁ ପାଟ ପିନ୍ଧି ଅଇଲେ। ଅପସରୀମାନେ ତାଙ୍କୁ କହିଲେ- ମଞ୍ଚ ଦୂବ, ମଞ୍ଚ ଓହଳ ଆଣ। ଦୁହେଁ ଯାଇ ଦୂବ ଓ ଓହଳ ଆଣି ବ୍ରତ ପୂଜିଲେ। ଅପସରୀମାନେ ତାଙ୍କୁ ବ୍ରତ ଓ ଦୂବ ଦେଲେ। ଦୁହେଁ ନିଜ ମା’ପାଇଁ ମଧ୍ୟ ବ୍ରତ ଓ ଦୂବ ମାଗି ଆଣିଲେ। ଅପସରାଏ କହିଲେ- ସବୁ ମାଘ ରବିବାର ଆସି ଏ ଓଷା ପୂଜିବ। ଦୁହେଁ ସେଦିନ ବ୍ରତପୂଜା ସାରି ଆସି ଦେଖିଲା ବେଳକୁ ତାଙ୍କ ଘସିତକ ସୁନା ହୋଇଯାଇଛି। ଦୁହେଁ ଖୁସି ହେଲେ। ଦୁହେଁ ତାହା ନେଇ ଘରକୁ ଆସିବା ବେ‌ଳକୁ ତାଙ୍କ କୁଡ଼ିଆଟି ଆଉ ନାହିଁ। କୁଡ଼ିଆର ବରଡ଼ା ଚଉଁରୀ ବାଡ଼ ଚନ୍ଦନକାଠର ପୁର ହୋଇଯାଇଛି।

ଦୁଇ ଝିଅ ଓ ମା’ ଆର ତିନିପାଳି ବି ଯାଇ ସେହି ଓଷା ପୂଜିଲେ। ଚାରିପାଳି ସରିଲା ବେଳକୁ ରାଜା ଓ ମନ୍ତ୍ରୀ ଦୁଇ ଝିଅଙ୍କୁ ବିଭା ହେଲେ। ରାଜା ଅତି ସ୍ନେହରେ କନ୍ୟାକୁ ପ୍ରିୟବତୀ କଲେ। ତାକୁ ପାଟମହାଦେଈ କରି ରଖିଲେ। ବରଷେ ବିତିଗଲା। ପୁଣି ମାଘମାସ ଆସିଲା। ଅର୍ଥ ଉଦୟା ରବିବାର ପଡ଼ିଲା। ଅପସରାଏ କହିଥିଲେ- ଆଉ ନ ଆସିବ। ନିଜ ଘରେ ଓଷା ପୂଜିବ। କିନ୍ତୁ ଯୋଉ ପଣ୍ଡାଝିଅ ପାଟ ମହାଦେଈ ହୋଇଥିଲା, ସେ ପାସୋରି ଯାଇ ଆଉ ବ୍ରତ ପାଳିଲା ନାହିଁ।  ଫଳରେ ସେ ଦିନେ ରାଜା ପାଖେ ଶୋଇଛି, ତା’ ମୁଣ୍ଡରେ ନିଆଁ ଜଳିଲା। ତାହା ଦେଖି ରାଜା କହିଲେ- ଇଏ ଡାହାଣୀ। ମନ୍ତ୍ରୀକି ଡାକି କହିଲେ- ରାଣୀକି ନେଇ ହାଣି ପକାଅ। ମୋର ମାଈରକ୍ତ ଦରକାର। କିନ୍ତୁ ମନ୍ତ୍ରୀ ରାଣୀକି ନେଇ ନିଜ ଘରେ ରଖିଲେ। ଭାର୍ଯ୍ୟାର ପରାମର୍ଶ ମାନି ରାଜାଙ୍କୁ ଚଢ଼େଇ ମାରି ନେଇ ରକ୍ତ ଦେଲେ।

ପୁଣି ବରଷେ ବିତିଗଲା। ପୁଣି ମାଘ ମାସର ଅର୍ଥ ଉଦୟା ରବିବାର ପଡ଼ିଲା। ମନ୍ତ୍ରୀଭାର୍ଯ୍ୟା ଭଉଣୀକି କହିଲା- ମାଘ ରବିବାରର ଅର୍ଥ ଉଦୟା ଓଷା ନ କଲୁ। ତହିଁକି ଏ ଦଶା ହେଲା। ଏବେ ଏ ଓଷା କର। ଦୁହେଁ ମିଶି ଓଷା ପୂଜିଲେ। ଏମିତି ତିନିପାଳି ଗଲା। ଚାରିପାଳି ସରିକି ରାଜା ମନ୍ତ୍ରୀକି ଡାକି ବୋଇଲେ- ଆମ୍ଭ ପାଟମହାଦେଈକି ଆଣି ଦିଅ। ମନ୍ତ୍ରୀ ବୋଇଲେ- ତୁମ୍ଭ ଆଜ୍ଞାରେ ତ ହାଣିଲି। ଏବେ କାହୁଁ ଆଣି ଦେବି? ମାତ୍ର ରାଜାଙ୍କ କଥା ମାନି ମନ୍ତ୍ରୀ ବୋଇଲେ- ହେଉ, ମହାରାଣୀଙ୍କୁ ଖୋଜି ଆଣିବି। ମନ୍ତ୍ରୀ ଯାଇ ଘରେ ସେ କଥା କହିବାରୁ ଭାର୍ଯ୍ୟା କହିଲା- ଯାଇ ରାଜାଙ୍କୁ କୁହ, ରାଜା ବିଜେ କଲେ ପାଟମହାଦେଈ ବିଜେ ହେବେ। ତାହା ଶୁଣି ରାଜା ହାତୀ ପିଠିରେ ବିଜେ ହେଲେ। ପାଟ ମହାଦେଈ ବିଜେ ହୋଇ ପାଲିଙ୍କିରେ ବସିଲେ। ମନ୍ତ୍ରୀ ଘୋଡ଼ାରେ ବସିଲେ। ବାଦ୍ୟ, ବଡ଼କାଠ, ଶଙ୍ଖ ମହୁରୀ ବାଜିଲା। ରାଜା-ରାଣୀ ନଅରକୁ ଆସିଲେ। ନଅରକୁ ଆସି ରାଣୀ ଅର୍ଥ ଉଦୟା ରବିବାର ଓଷା ପୂଜି ଉଜେଇଁଲେ। ଫଳରେ ରାଣୀ ପୁଣି ପାଟ ମହାଦେଈ ହେଲେ। ପୁତ୍ରବତୀ ହେବା ସାଙ୍ଗକୁ ରାଜାଙ୍କର ଅତ୍ୟନ୍ତ ପ୍ରିୟବତୀ ମଧ୍ୟ ହେଲେ। ଅନେକ କାଳ ରହି ସୁଖ ସମ୍ପତ୍ତି ଭୋଗ କଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe