ଭେଣ୍ଡି ଗୋଟିଏ ଭଲ ପରିବା ବୋଲି ଠାଏ ପିଲାଙ୍କ ପାଠବହିରେ ବି ଉଲ୍ଲେଖ ଅଛି। କିନ୍ତୁ, ଏତେ ଭଲ ପରିବା ବୋଲି ବିହାର ରାଜ୍ୟର ସମସ୍ତୀପୁର ଅଞ୍ଚଳର ଭିଣ୍ଡୀ ପଞ୍ଚାୟତ ଅନ୍ତର୍ଗତ ଭିଣ୍ଡୀ ଗାଁ’ର ଭେଣ୍ଡିଚାଷ କଥା ନ ଜାଣିଲେ ତା’ର ମର୍ମ ବୁଝି ହୁଏନାହିଁ। ଏଠାକାର ବାସିନ୍ଦାଙ୍କ ରାସନ୍ କାର୍ଡ ଓ ଆଧାର କାର୍ଡ ଭଳି ସରକାରୀ ଦଲିଲରେ ଗାଁ’ର ନାଁ ଭିଣ୍ଡୀ ଲେଖାଯାଇଥିବା ବେଳେ ସେ ଗାଁ’ ମଧ୍ୟ ଭେଣ୍ଡି (ସ୍ଥାନୀୟ ଭାଷାରେ ଭିଣ୍ଡୀ) ଚାଷ ପାଇଁ ପ୍ରସିଦ୍ଧି ହାସଲ କରିଛି। ମୋର୍ୱା ବ୍ଲକ୍ରେ ଥିବା ଏ ଗାଁ’ର ଦୁଇଟି ଅଞ୍ଚଳ ଲୋକମୁଖରେ ‘ହରପୁର ଭିଣ୍ଡୀ’ ଓ ‘ବଶହୀ ଭିଣ୍ଡୀ’ ଭାବେ ପରିଚିତ।
India vs South AfricaT20I: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦ ରନ୍ରେ ଜିତିଲା ଭାରତ
ହରପୁର ଭିଣ୍ଡୀବାସୀ କୃଷକ ସୂର୍ଯ୍ୟନାରାୟଣ ସିଂହ କହନ୍ତି, ‘‘ଯଦି ଭେଣ୍ଡିଚାଷ ଦେଖିବାକୁ ଆଗ୍ରହୀ ତା’ହେଲେ ଜାନୁଆରି ମାସ ପରେ ଏଠାକୁ ଆସନ୍ତୁ। ଯୁଆଡ଼େ ଚାହିଁେବ ଦେଖିେବ ଭେଣ୍ଡିଚାଷ ହୋଇଛି। ଏଠାରେ ସମୁଦାୟ ଯେତେ ଫସଲ ହୁଏ ସେଥିରୁ ଶତକଡ଼ା ୭୫ ଭାଗ ହେଉଛି ଭେଣ୍ଡି। ଏଠାରେ ଅନେକ କିସମର ଭେଣ୍ଡି ଚାଷ କରାଯାଏ। ଶ୍ରମ କମ୍ ଓ ଅଧିକ ଲାଭ ମିଳୁଥିବାରୁ ସମ୍ପ୍ରତି ଏ ଅଞ୍ଚଳରେ ସଙ୍କର କିସମର ଭେଣ୍ଡିଚାଷ ଉପରେ ଗୁରୁତ୍ବାରୋପ କରାଯାଉଛି। ’’
ମୁକେଶ କୁମାର ସିଂହ ନାମରେ ଆଉ ଜଣେ କୃଷକ ବି ଗୁରୁତ୍ବ ଦେଇ କହନ୍ତି, ‘‘ଭେଣ୍ଡି ହେଉଛି ଏ ଗାଁ’ର ପରିଚୟ। ଭେଣ୍ଡି ନାଁ’ରେ ଏ ଗାଁ କେବେ ପରିଚୟ ପାଇଲା ତାହା ଜଣା ନ ଥିଲେ ବି ଦୀର୍ଘଦିନ ହେବ ଏଠାରେ ଭେଣ୍ଡିଚାଷ ହୋଇଆସୁଛି। ଅଧିକ ଲାଭ ମିଳୁଥିବାରୁ ଏଠାକାର ଅଧିକାଂଶ ଚାଷୀ ଭେଣ୍ଡିଚାଷ କରୁଛନ୍ତି। ତା’ଛଡ଼ା ବାଇଗଣ, ବନ୍ଧାକୋବି, ମଟର ଇତ୍ୟାଦି ବି ଅଳ୍ପବହୁତ ଚାଷ କରାଯାଉଛି।’’
ଏ ଗାଁ’ର ୯,୧୮୨ଜଣ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପନିପରିବା ଚାଷ ସହିତ ସମ୍ପୃକ୍ତ ଥିବା ଖୁସ୍ୱାହ୍ ଜାତିର। ଏ ବଡ଼ ଗାଁ’ରେ ପ୍ରାୟ ୧୭୫୦ ପରିବାର ବାସ କରନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟତମ କୃଷକ ସଞ୍ଜୟ ଯାଦବ କହନ୍ତି, ‘‘ଏ ଗାଁ’ର ପ୍ରାୟ ୯୦ ପ୍ରତିଶତ କୃଷକ କେବଳ ଭେଣ୍ଡି ହିଁ ଚାଷ କରନ୍ତି। ଭେଣ୍ଡିଚାଷୀଙ୍କ ସଂଖ୍ୟା ୧୪୦୦। ମାତ୍ର ଅଳ୍ପ କେତେକ କୃଷକ ପୋଟଳ, ମୂଳା ଓ ଧୂଆଁପତ୍ର ଚାଷ କରନ୍ତି। ଏଠାରେ ଚାଷ କରାଯାଉଥିବା ମୂଳା ବି ଉନ୍ନତ ମାନର। କିନ୍ତୁ, ବର୍ଷକୁ ଏଠାରେ ୧୨୪ ଏକରରୁ ଅଧିକ ଜମିରେ ଭେଣ୍ଡିଚାଷ କରାଯାଏ।’’
UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…
ଏ ଅଞ୍ଚଳରୁ ମୁଜାଫର୍ପୁର ଯିବା ପାଇଁ ପରିବହନ ବ୍ୟବସ୍ଥା ଖୁବ୍ ଭଲ। ତେଣୁକରି, ଏଠାରୁ ମୁଜାଫର୍ପୁର ଓ ବୈଶାଳୀକୁ ଭେଣ୍ଡି ରପ୍ତାନି ହୁଏ। ତା’ଛଡ଼ା ଉତ୍ତର ବିହାରରେ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିବା ମୋତିପୁର ପରିବାହାଟକୁ ବି ଭେଣ୍ଡି ପଠାଯାଏ। କମଳେଶ ରାୟ ନାମରେ ଜଣେ ଗ୍ରାମବାସୀଙ୍କ ମତରେ ସେ ପରିବାହାଟରେ କ୍ରେତାମାନେ ଏ ଗାଁର ଭେଣ୍ଡି କିଣିବାକୁ ଚାହିଁ ବସିଥାଆନ୍ତି। ଏ ଗଁାରେ ଅନେକ କିସମର ଭେଣ୍ଡି ଚାଷ କରାଯାଉଥିଲେ ବି ସବୁଠୁ ଅଧିକ ଚାଷ କରାଯାଏ ସଙ୍କର କିସମର ଭେଣ୍ଡି ‘ମାଇକୋ’। ପ୍ରତିବର୍ଷ ଏକର ପିଛା ଜମିରୁ ୬୦ରୁ ୮୦ କ୍ବିଣ୍ଟାଲ୍ ପର୍ଯ୍ୟନ୍ତ ଭେଣ୍ଡି ଅମଳ କରାଯାଏ। ଅନ୍ୟାନ୍ୟ ଫସଲରୁ ଉଲ୍ଲେଖନୀୟ ଲାଭ ମିଳୁଥିଲେ ବି ଅଧିକାଂଶ ଗ୍ରାମବାସୀଙ୍କ ଜୀବିକା ହେଉଛି ଭେଣ୍ଡିଚାଷ। ସମସ୍ତୀପୁର ବ୍ୟତିରେକେ, ମୁଜାଫରପୁର, ପାଟନା ଓ ପୁର୍ଣ୍ଣିଆ ଜିଲ୍ଲାରେ ବି ବହୁଳ ଭେଣ୍ଡିଚାଷ କରାଯାଏ। ପ୍ରଭାଣୀ କ୍ରାନ୍ତି, କାଶୀ କ୍ରାନ୍ତି ଓ ସାୟାଜୀ ସଙ୍କର ୨୨୧୧ କିସମ ଭେଣ୍ଡି ଖୁବ୍ ଲାଭଦାୟକ ହୋଇପାରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/21/u3q-2025-12-21-13-08-52.jpg)