Veteran Actor Dharmendra Passed Away: ଜୀବନ-ମୃତ୍ୟୁର ଲୁଚକାଳି ଖେଳ... ଠିକ୍ ୧୨ ଦିନ ପରେ ମିଛ ହେଲା ସତ…

ନଭେମ୍ବର ୧୧ ତାରିଖ ଦିନ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ମିଛ ଖବର ଘୁରି ବୁଲିଲା । ୧୨ ତାରିଖ ଦିନ ଧର୍ମେନ୍ଦ୍ରଙ୍କୁ ଘରକୁ ଅଣାଗଲା । ଆଉ ଘରକୁ ଆସିବାର ଠିକ୍ ୧୨ ଦିନ ପରେ ହିଁ ତାଙ୍କର ଦେହାନ୍ତ ହେଲା । ମିଛ ମୃତ୍ୟୁ ଓ ସତ ମୃତ୍ୟୁ ମଝିରେ ମାତ୍ର ୧୨ ଦିନର ହିଁ ଅନ୍ତର ଥିଲା…

Dharmendra died

Dharmendra died Photograph: (sambad.in)

ମୁମ୍ବାଇ: ସେଦିନ ଥିଲା ମଙ୍ଗଳବାର… ୧୧ ନଭେମ୍ବର ୨୦୨୫… ସକାଳେ ସକାଳେ ସାରା ଦେଶରେ ଖବର ଖେଳିଗଲା ଯେ, ଆଉ ନାହାନ୍ତି ଭେଟେରାନ୍ ଆକ୍ଟର ଧର୍ମେନ୍ଦ୍ର । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି… ଏହି ଖବର ନିଆଁ ଭଳି ସୋସିଆଲ ମିଡିଆରେ ଖେଳିଗଲା । ସବୁ ଟିଭି ଏବଂ ମିଡିଆରେ ତାଙ୍କ ମୃତ୍ୟୁକୁ ନେଇ ହେଡଲାଇନ୍ ହେଲା… ‘ଅଲବିଦା ଧର୍ମେନ୍ଦ୍ର ଜୀ’, ‘ବିଦାୟ ହି-ମ୍ୟାନ୍’ ପରି ଶ୍ରଦ୍ଧାଞ୍ଜଳି କାର୍ଡ ବି ହଜାର ହଜାର ସଂଖ୍ୟାରେ ବୁଲିଲା । ଯାହା ଷ୍ଟାଟସ୍ ଦେଖ କି ଯାହାର ସୋସିଆଲ ମିଡିଆ ପୋଷ୍ଟ ଦେଖ- ସେଠି କେବଳ ଧର୍ମେନ୍ଦ୍ରଙ୍କୁ ଶେଷ ଶବ୍ଦରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା…

Dharmendra passed away
Dharmendra passed away Photograph: (sambad.in)

ଆହୁରି ପଢନ୍ତି- Dharmendra : ଧର୍ମ ପରିବର୍ତ୍ତନ କରିଥିଲେ କି ଧର୍ମେନ୍ଦ୍ର ?

୧୨ ଦିନର ଘଟଣାକ୍ରମ

ହେଲେ ସମୟ ଗଡିବା ସହ ଦିନ ଯେତେ ବଢି ବଢି ଚାଲିଲା ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସତ ନୁହେଁ ବରଂ ମିଛ ବୋଲି ପ୍ରମାଣିତ ହେଲା । ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରି ନାହାନ୍ତି ବରଂ ସେ ଜୀବିତ ଅଛନ୍ତି ଆଉ ତାଙ୍କର ଚିକିତ୍ସା ଚାଲିଛି । ଘଟଣାକୁ ନେଇ ଧର୍ମେନ୍ଦ୍ରଙ୍କ ପରିବାର ଲୋକେ ମିଡିଆକୁ ତୀବ୍ର ନିନ୍ଦା କରିବା ସହ ଘଟଣାର ସତ୍ୟାସତ୍ୟ ନପରଖି କେମିତି ଏତେ ବଡ଼ ଖବର ପ୍ରସାରଣ କରାଗଲା ପ୍ରଶ୍ନ ଉଠାଇଥିଲେ । 

ଜୀବନ-ମୃତ୍ୟୁର ଲୁଚକାଳି ଖେଳ

ତାପର ଦିନ ଅର୍ଥାତ ନଭେମ୍ବର ୧୨ ତାରିଖ ଦିନ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଘରକୁ ଆଣାଗଲା । ଘରେ ସେ ଧିରେ ଧିରେ ସୁସ୍ଥ ହେଉଥିବା ନେଇ ଖବର ଆସୁଥିଲା । ସମସ୍ତେ ଖୁସି ଥିଲେ ଯାହା ହେଉ ମିଛ ଖବର ମିଛ ହିଁ ହେଇ ଏମିତି ରହିଥାଉ । ଆଉ ସମସ୍ତଙ୍କ ପ୍ରିୟ ଧର୍ମେନ୍ଦ୍ର ସୁସ୍ଥ ଥାଆନ୍ତୁ । ପ୍ରଶଂସମାନେ ତାଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ହେଲେ କିଏ ଜାଣିଥିଲା ଘରକୁ ଫେରିବାର ଠିକ୍ ୧୨ ଦିନ ପରେ ହିଁ ସେ ବାହୁଡିଯିବେ ବୋଲି । 

Dharmendra's film 'Ikkis' is set to release on December 25
Dharmendra's film 'Ikkis' is set to release on December 25 Photograph: (sambad.in)

ଆହୁରି ପଢନ୍ତି- Dharmendra Passed Away: ଜନ୍ମଦିନ ପୂର୍ବରୁ ଚାଲିଗଲା ଜୀବନ, ୯୦ ବର୍ଷ ଛୁଇଁବା ଆଗରୁ ଶେଷନିଦ୍ରାରେ ହିନ୍ଦୀ ସିନେମାର ହି-ମ୍ୟାନ୍…

ମିଛ ମୃତ୍ୟୁରୁ ସତ ମୃତ୍ୟୁ...

ନଭେମ୍ବର ୧୧ ତାରିଖ ଦିନ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ମିଛ ଖବର ଘୁରି ବୁଲିଲା । ୧୨ ତାରିଖ ଦିନ ଧର୍ମେନ୍ଦ୍ରଙ୍କୁ ଘରକୁ ଅଣାଗଲା । ଆଉ ଘରକୁ ଆସିବାର ଠିକ୍ ୧୨ ଦିନ ପରେ ହିଁ ତାଙ୍କର ଦେହାନ୍ତ ହେଲା । ମିଛ ମୃତ୍ୟୁ ଓ ସତ ମୃତ୍ୟୁ ମଝିରେ ମାତ୍ର ୧୨ ଦିନର ହିଁ ଅନ୍ତର ଥିଲା…

ଶେଷ ସିନେମା ‘ଇକ୍କିସ୍’

ଜୀବନର ଶେଷ ଯାଏଁ ଅଭିନୟକୁ ଜାରି ରଖିଥିଲେ ଧର୍ମେନ୍ଦ୍ର ।  ନିକଟରେ  ଫିଲ୍ମ ’ରକି ଔର ରାନୀକି ପ୍ରେମ୍ କାହାନୀ’ ପରେ ପରେ ’ତେରୀ ବାତୋଁ ନେ ମୁଝେ ଉଲଝା ଦିୟା’ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା। ଆଉ   ତାଙ୍କ ଅଭିନୀତ ଶେଷ ଫିଲ୍ମ ରିଲିଜ୍ ହେବା ଆଗରୁ ହିଁ ଚାଲିଗଲେ ସମସ୍ତଙ୍କ ଫେବରେଟ୍ ହି ମ୍ୟାନ୍ । ଡିମ୍ବେର ୨୫ ତାରିଖରେ ରିଲିଜ୍ ହେବ ସେ ଅଭିନୟ କରିଥିବା ଅଗସ୍ତ୍ୟ ନନ୍ଦାଙ୍କ ଫିଲ୍ମ ’ଇକ୍କିସ୍’ ।

ଜନ୍ମଦିନ ପୂର୍ବରୁ ଜୀବନ ଚାଲିଗଲା

ଆଉ କେଇଟା ଦିନରେ ୯୦ ତମ ଜନ୍ମଦିନ ପାଳିଥାନ୍ତେ ଧର୍ମେନ୍ଦ୍ର । ୮ ଡିସେମ୍ବର ୧୯୩୫ । ଏ ତାରିଖକୁ ମନେରଖିଛି ଭାରତ । ଆଉ ୮ ଡିସେମ୍ବରକୁ ଧୁମଧାମରେ ସେଲିବ୍ରେଟ୍ କରନ୍ତି ସିନେପ୍ରେମୀ । ଧର୍ମେନ୍ଦ୍ରଙ୍କ ପ୍ରଶଂସକ । କାରଣ ୮ ଡିସେମ୍ବର ହେଉଛି ବଲିଉଡର ହି-ମ୍ୟାନ୍ ଭାବେ ପରିଚିତ ଧର୍ମେନ୍ଦ୍ରଙ୍କ ଜନ୍ମଦିନ । ଆଉ ୧୪ଟା ଦିନ ପରେ ଏହି ତାରିଖ ଆସିଥାନ୍ତା । ଆଉ ଧର୍ମେନ୍ଦ୍ରଙ୍କ ଜନ୍ମଦିନ ପାଳନ ହୋଇଥାନ୍ତା । ୯୦ ବର୍ଷ ବୟସରେ ପାଦ ଦେଇଥାନ୍ତେ ବଲିଉଡର ବୀରୁ । ହେଲେ କିଏ ଜାଣିଥିଲା ତାଙ୍କୁ ୯୦ ଛୁଇଁବା ଆଗରୁ ସିଏ ଶେଷ ନିଦ୍ରାରେ ଶୋଇଯିବେ ବୋଲି । ୧୪ ଦିନ ପୂର୍ବରୁ ସେପାରିକୁ ଚାଲିଯିବେ ବୋଲି । 

୮୯ ବର୍ଷ ବୟସରେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କ ୯୦ ବର୍ଷ ଛୁଇଁବାକୁ ନେଇ ଆଉ ବାକିଥିବା ୧୪ ଦିନକୁ ନେଇ ଚର୍ଚ୍ଚା ହେଉଛି । ଜନ୍ମଦିନରେ ତାଙ୍କ ପାଇଁ କେକ୍ କଟା ହୋଇଥାନ୍ତା ହେଲେ ଜନ୍ମଦିନ ପୂର୍ବରୁ ତାଙ୍କର କୋକେଇ ଉଠିଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe