Flower Plants Photograph: (Sambad.in)
ନୂଆଦିଲ୍ଲୀ: ଫୁଲର ଋତୁ ଶୀତଋତୁ । ଏହି ଋତୁରେ ପ୍ରଚୁର ଫୁଲ ଫୁଟେ ଆଉ ସେହି ଫୁଲେଇ ଫୁଲଙ୍କୁ ନେଇ ପରିବେଶ ସଜେଇ ହୁଏ । ଗାଁଠୁ ସହର, ସବୁଠି ଥାଏ ଫୁଲର ସମ୍ଭାର । ଫୁଲର ମହମହ ବାସ ଆଉ ଶୀତର ଥରଥର ଜାଡରେ ସାରା ଦୁନିଆଟା ପୂର୍ବାପେକ୍ଷା ଅଧିକ ସୁନ୍ଦର ଦିଶେ । ବାଡ଼ି ଘରେ ରଙ୍ଗ ବେରଙ୍ଗର ଫୁଲ ଫୁଟେ । ଫୁଲଙ୍କୁ ନେଇ ସଭା ବସେ, ମହୋତ୍ସବ ହୁଏ । ହେଲେ କେବେ ଭାବିଛନ୍ତି କି ଏହି ଶୀତଦିନେ କେଉଁ ଫୁଲ ସବୁ ଫୁଟେ ଏବଂ କେଉଁ ଫୁଲଗଛ ଲଗାଇଲେ ତାହା ରୁହେ ।
ଶୀତଦିନେ ବାଡି ବଗିଚା ନାନାବିଧ ଫୁଲରେ ପରିପୂର୍ଣ୍ଣ ହୋଇଥାଏ । ମାତ୍ର ସମୟେ ସମୟେ କିଛି ଫୁଲ ଅତ୍ୟଧିକ ଥଣ୍ଡା କାରଣରୁ ଶୁଖି ଯାଏ ବା ମରିଯାଏ । ଏପରି ଫୁଲଗଛ ଅଛି ଯାହାକୁ ଲଗାଇଲେ ତାହା ଶୀତ ସହିବା ସହ ରଙ୍ଗବେରଙ୍ଗର ଫୁଲ ଫୁଟିଥାଏ । ଯାହା ଆପଣଙ୍କ ବାଡିବଗିଚା ବା ଘରକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଶୀତଦିନେ କେଉଁ ଫୁଲଗଛ ଆପଣ ଲଗାଇପାରିବେ ।
ଶୀତଦିନେ ଏସବୁ ଫୁଲଗଛ ଲଗାନ୍ତୁ...
ଆକାଶକୁ ତାରାମାନ ସଜାଇବା ଭଳି ରଙ୍ଗବେରଙ୍ଗର ଫୁଲମାନ ପ୍ରକୃତିରାଣୀକୁ ସଜାଇଥାନ୍ତି। ସୃଷ୍ଟିକର୍ତ୍ତାଙ୍କ ଦ୍ୱାରା ସୃଷ୍ଟ ପ୍ରତ୍ୟେକ ପଦାର୍ଥରୁ ଫୁଲ ଅନନ୍ୟ ଅଟେ। ଶାସ୍ତ୍ର ମତ ଅନୁସାରେ ବୃକ୍ଷରେ ଫୁଲମାନେ ଯେଭଳି ଫୁଟିଥାନ୍ତି ପ୍ରଭୁଙ୍କୁ ସେହିଭଳି ସଜାଇବା ଦରକାର। ଫୁଲମାନଙ୍କ ଋତୁ ବୋଲାଉଥିବା ଶୀତ ଋତୁରେ ଅନେକ ରଙ୍ଗବେରଙ୍ଗର ଫୁଲ ଫୁଟିଥାଏ । ସାଧାରଣତଃ ଶୀତଦିନେ ପ୍ରବଳ ଶୀତ ସହ ରାତିରେ କାକର ପଡୁଥିବାରୁ ଅନେକ ଫୁଲ ଅତ୍ୟଧିକ ଥଣ୍ଡା ସହି ନପାରି ମରିଯାଆନ୍ତି। ସେହିପରି ପ୍ରାୟତଃ ଶୀତଦିନେ ଗୋଲାପ , ଗେଣ୍ଡୁ , ଜସ୍ମିନ,ମଧୁମାଳତୀ, ଚମ୍ପା ଆଦି ପରି ଅନେକ ଫୁଲ ଫୁଟିଥାଏ । ଏହି ଫୁଲ ଶୀତଦିନେ ଶୀତର କଠୋର ଥଣ୍ଡାକୁ ସହିବା ସହ ଘରକୁ ସୁନ୍ଦର ରଖିବା ସହ ମହମହ ବାସରେ ଚହଟେଇ ଦିଏ...
ଗୋଲାପ
ଗୋଲାପକୁ ପୁଷ୍ପ ଜଗତରେ ଚମତ୍କାର ଫୁଲର ଆଖ୍ୟା ଦିଆଯାଇଛି। ପ୍ରେମର ଅନ୍ୟ ରଙ୍ଗ ଗୋଲାପକୁ କୁହାଯାଇଥାଏ। ଗୋଲାପ ବିଭିନ୍ନ ପ୍ରକାର ରଙ୍ଗର ହୋଇଥାଏ । ସାଧାରଣତଃ ଶୀତଦିନେ ଗୋଲାପ ପ୍ରଚୁର ଭାବରେ ଫୁଟିଥାଏ। ଗୋଲାପର ପାଖୁଡା ଶୀତଦିନେ ପ୍ରବଳ ଶୀତ ସହିବାର ସାମର୍ଥ୍ୟ ରଖୁଥିବାରୁ ଏହାର ପାଖୁଡା ନଶୁଖି ସତେଜ ରହିଥାଏ । କେବଳ ହାଲକା ସୂର୍ଯ୍ଯକିରଣ ଏବଂ ପାଣି ଗଛ ମୂଳରେ ଦେବା ଦ୍ବାରା ଗଛରେ ଅନେକ ଫୁଲ ଫୁଟି ବଗିଚାକୁ ସୁନ୍ଦର ଏବଂ ମନୋରମ କରିଥାଏ ।
ଗେଣ୍ଡୁ
ଗେଣ୍ଡୁ ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ ଅଟେ। ଏହା ଏକ ସୁନ୍ଦର ଫୁଲ ଭାବେ ଜଣାଶୁଣା । ଏହା ମୁଖ୍ୟତ ହଳଦିଆ ଓ ଲାଲ ରଙ୍ଗରେ ଦେଖିବାକୁ ମିଳିଥାଏ । ଶୀତଦିନେ ଏହି ଫୁଲ ବେଶି ଫୁଟିଥାଏ । ମା ଲକ୍ଷ୍ମୀଙ୍କ ଏହା ପ୍ରିୟ ଫୁଲ ହୋଇଥିବାରୁ ମାର୍ଗଶିରରେ ଏହି ଫୁଲର ଚାହିଦା ଅନେକ । ଗେଣ୍ଡୁ ଗଛରେ ହାଲକା ସୂର୍ଯ୍ଯକିରଣ ପଡିଲେ ଏବଂ ପାଣି ଦେଲେ ଏଥିରେ ଖୁବ୍ ସୁନ୍ଦର ଫୁଲ ଫୁଟିଥାଏ ।
ଚମ୍ପା
ଚମ୍ପା ଏକ ଦ୍ରୁମ ଜାତୀୟ ଉଦ୍ଭିଦ ଅଟେ। ଯଦିଓ ଚମ୍ପାର ଅନେକ ପ୍ରକାର ଭେଦ ରହିଥାଏ ସେଥିମଧ୍ୟରୁ ଶ୍ବେତଚମ୍ପା, କନକଚମ୍ପା ପ୍ରଧାନ ଅଟେ। ଚମ୍ପାକୁ ସାଧାରଣତ ସୁଗନ୍ଧଯୁକ୍ତ ଫୁଲରେ ଗଣାଯାଇଥାଏ । ଶୀତଦିନେ ପ୍ରଚୁର ଚମ୍ପା ଫୁଲ ଦେଖିବାକୁ ମିଳିଥାଏ ।
ମଧୁମାଳତୀ
ମଧୁମାଳତୀ ଏକ ଲତା ଜାତୀୟ ଫୁଲଗଛ ଅଟେ। ଏହା ପେନ୍ଥାପେନ୍ଥା ଭାବରେ ଫୁଟୁଥିବା ବେଳେ ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। ମଧୁମାଳତୀ ଫୁଲ ଦେଖିବାକୁ ଯେତିକି ସୁନ୍ଦର ତାର ବାସ୍ନା ମଧ୍ୟ ସେତିକି ମନୋହର । ମଧୁମାଳତୀ ସକାଳ ବେଳା ଧଳା ରଙ୍ଗର ଫୁଟୁଥିବା ବେଳେ ସଞ୍ଜରେ ନାଲୀ ରଙ୍ଗରେ ପରିଣତ ହୋଇଥାଏ । ଶୀତଦିନେ ଏହି ଗଛରେ ପ୍ରବଳ ଫୁଲଫୁଟି ନିଜର ସୁନ୍ଦର ବାସ୍ନାରେ ପରିବେଶକୁ ମହକାଇ ଥାଏ ।
ଆହୁରି ପଢନ୍ତୁ- Nitin Gadkari In Bhubaneswar: ବିଶ୍ବସ୍ତରୀୟ ଭିତ୍ତିଭୂମି ଆମର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ
ଜସ୍ମିନ
ଶୀତଦିନିଆ ଫୁଲମାନଙ୍କ ମଧ୍ୟରେ ଜସ୍ମିନ ଫୁଲ ଅନ୍ୟତମ ଅଟେ । ଏହି ଫୁଲ ଛୋଟ ଏବଂ ଧଳା ରଙ୍ଗର ଫୁଟିଥାଏ। ଏହି ଗଛ ପ୍ରତିଦିନ ଆବଶ୍ୟକ ପାଣି ଏବଂ ସୁର୍ଯ୍ଯକିରଣ ପାଇଲେ ଏଥିରେ ଖୁବ୍ ସୁନ୍ଦର ଫୁଲ ଫୁଟିଥାଏ। ଏହାର ବାସ୍ନା ଅତି ମନୋହର ହେଇଥାଏ।
ଆହୁରି ପଢନ୍ତୁ- Nuapada Election: କେବଳ ପ୍ରଚାରରେ ବିକାଶ ହେବ ନାହିଁ: ନବୀନ
Follow Us