ବେତାର ବା ଓୟାର୍ଲେସ୍ ଇଅର୍ବଡ୍ ଓ ହେଡ୍ଫୋନ୍ ଆସିବା ପରେ ତାରଯୁକ୍ତ ଇଅର୍ଫୋନ୍ର ଯୁଗ ଶେଷ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଥିଲା। ଆଜିକାଲି ଅଧିକାଂଶ ଫୋନ୍ରେ ୩.୫ ଏମ୍ଏମ୍ ଜ୍ୟାକ୍ ବି ଦିଆଯାଉନାହିଁ। ନୂଆ ତାରଯୁକ୍ତ ଇଅର୍ଫୋନ୍ ଲଞ୍ଚ ହେବା ବିଜ୍ଞାପନ ବି ପ୍ରାୟତଃ ଦେଖିବାକୁ ମିଳୁନାହିଁ। ତଥାପି ଏହା ନିରବରେ ପ୍ରତ୍ୟାବର୍ତ୍ତନ କରିବା ଦେଖାଯାଉଛି। ଏହା ପଛର ମୁଖ୍ୟ କାରଣ ହେଲା ସରଳତା ଓ ନିର୍ଭରଶୀଳତା। ଗୁଡ଼େଇତୁଡ଼େଇ ହେଉଥିବା ତାରରୁ ମୁକ୍ତି ଦେଉଥିଲେ ହେଁ ଓୟାର୍ଲେସ୍ ଇଅର୍ଫୋନ୍ର ଏକାଧିକ ଜଟିଳତା ରହଛି।
Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ
ଏହାକୁ ନିୟମିତ ଚାର୍ଜ କରିବାକୁ ପଡ଼େ ଏବଂ ବ୍ଲୁଟୁଥ୍ ସଂଯୋଗ ଆପେଆପେ କଟିଯିବାର ଆଶଙ୍କା ଥାଏ। ତେଣୁ ଗୁରୁତ୍ବପୂର୍ଣ୍ଣ ମିଟିଂ ବେଳେ ଅଥବା ଦୀର୍ଘ ସମୟ ଗୀତ ଶୁଣିବା ବେଳେ ତାରଯୁକ୍ତ ଇଅର୍ଫୋନ୍ ସବୁଠାରୁ ନିର୍ଭରଶୀଳ ପସନ୍ଦ ଭାବେ ଏବେ ମଧ୍ୟ ପ୍ରାସଙ୍ଗିକତା ବଜାୟ ରଖିଛି। ଆଉ ଗୋଟିଏ କଥା ହେଲା ଲୋକମାନେ ଆଜିକାଲି ସାମାଜିକ ଗଣମାଧ୍ୟମ ଓ ସ୍ମାର୍ଟଫୋନ୍ ବ୍ୟବହାର ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ଆନାଲଗ୍ ମ୍ୟୁଜିକ୍ ଡିଭାଇସ୍ ବ୍ୟବହାର କରିବା ଦେଖାଯାଉଛି, ଯାହା ପାଇଁ ପ୍ରଥମ ପସନ୍ଦ ହେଉଛି ତାରଯୁକ୍ତ ଇଅର୍ଫୋନ୍। ଗୀତଗୁଡ଼ିକୁ ସବୁଠାରୁ ସ୍ପଷ୍ଟ ଭାବେ ଶୁଣିବା ଲାଗି ମଧ୍ୟ ତାରଯୁକ୍ତ ଇଅର୍ଫୋନ୍ ସର୍ବୋତ୍କୃଷ୍ଟ। ତେବେ ଇଲେକ୍ଟ୍ରୋନିକ୍ ଡିଭାଇସ୍ଗୁଡ଼ିକ ଅଧିକରୁ ଅଧିକ ସ୍ମାର୍ଟ ଓ ଓୟାରଲେସ୍ ହେବା ସହିତ ସେଗୁଡ଼ିକୁ ନିୟମିତ ଅପ୍ଡେଟ୍ ଓ ଅପ୍ଗ୍ରେଡ୍ କରିବାର ଝଞ୍ଜଟ ଅନେକଙ୍କୁ ବିତୃଷ୍ଣ କରିଦେଲାଣି। ପୁରୁଣା ତାରଯୁକ୍ତ ଇଅର୍ଫୋନ୍ ସେଥିରୁ ସାମାନ୍ୟ ମୁକ୍ତି ଦେଉଥିବାରୁ ତାହାର ଆଦର ପୁଣି ଫେରିଲାଣି।
Government Scheme: ସରକାରୀ ଯୋଜନାର ପ୍ରଚାରପ୍ରସାରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ
Follow Us