ଏହି କାରଣରୁ ପକ୍ଷୀମାନେ ସର୍ବଦା ‘ଭି’ ଆକୃତିରେ ଉଡ଼ିଥାଆନ୍ତି

Advertisment

ଭି ଆକୃତିରେ ପକ୍ଷୀମାନେ ଉଡ଼ିବା ଦ୍ବାରା ସମସ୍ତପକ୍ଷୀ ସହଜରେ ସାଥୀ ହୋଇ ଉଡ଼ିପାରନ୍ତି। କେହି ବାଟ ଭୁଲନ୍ତି ନାହିଁ। ଆକାଶରେ ପବନକୁ ସହଜରେ କାଟି ଆଗକୁ ବଢ଼ିଥାଆନ୍ତି। ପ୍ରତ୍ୟେକ ଦଳରେ ଜଣେ ଅଗ୍ରଣୀ ପକ୍ଷୀ ରହିଥାଏ।

Updated On

ଭି ଆକୃତିରେ ପକ୍ଷୀମାନେ ଉଡ଼ିବା ଦ୍ବାରା ସମସ୍ତପକ୍ଷୀ ସହଜରେ ସାଥୀ ହୋଇ ଉଡ଼ିପାରନ୍ତି। କେହି ବାଟ ଭୁଲନ୍ତି ନାହିଁ। ଆକାଶରେ ପବନକୁ ସହଜରେ କାଟି ଆଗକୁ ବଢ଼ିଥାଆନ୍ତି। ପ୍ରତ୍ୟେକ ଦଳରେ ଜଣେ ଅଗ୍ରଣୀ ପକ୍ଷୀ ରହିଥାଏ।

ଅଦ୍ୟତନ ହୋଇଛି
୮୭୯


ନୂଆଦିଲ୍ଲୀ: ସକାଳ ଓ ସନ୍ଧ୍ୟାରେ ପକ୍ଷୀଗଣ ଆକାଶରେ ଉଡ଼ିବା ଆରମ୍ଭ କରିଥାଆନ୍ତି।  ଆପଣ ମଧ୍ୟ ନିଶ୍ଚୟ ପକ୍ଷୀମାନଙ୍କୁ ଦଳବଳ ହୋଇ ଆକାଶରେ ଉଡ଼ୁଥିବାର ଦେଖିବାକୁ ପାଉଥିବେ। ଯଦି ଆପଣ ଧ୍ୟାନ ଦେଇଥିବେ ‌ତେବେ ଦେଖିଥିବେ ପ୍ରାୟତଃ ପକ୍ଷୀମାନେ ‘ଭି’ ଆକୃତିରେ ଆକାଶରେ ଉଡ଼ୁଥିବେ । ସେମାନଙ୍କୁ ଯେତେ ଦୂର ଯିବାକୁ ପଡୁ ନା କାହିଁକି ସେମାନେ ଏହି ଭି ଆକୃତିରେ ହିଁ ଆଗକୁ ବଢ଼ିଥାଆନ୍ତି। 
ଆପଣ କେବେ ଚିନ୍ତା କରିଛନ୍ତି କି ସେମାନେ ଏଭଳି ଆକୃତିରେ କାହିଁକି ଉଡ଼ି ଥାଆନ୍ତି? ଦୀର୍ଘଦିନ ଧରି ଏହି ବିଷୟ ବୈଜ୍ଞାନିକମାନଙ୍କ ମଧ୍ୟରେ ବିତର୍କର ବିଷୟ ପାଳଟିଥିଲା। ଯେତେବେଳେ ଏହା ଉପରେ ଗବେଷଣା କରାଯାଇଥିଲା, ସେତେବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ସାମ୍ନାକୁ ଆସିଲା ଏବଂ ପ୍ରଶ୍ନର ଉତ୍ତର ମିଳିଲା ଯେ ଅଧିକାଂଶ ପକ୍ଷୀ କାହିଁକି 'ଭି' ଆକାରରେ ଦଳଦଳ ହୋଇ ଆକାଶରେ ଉଡ଼ିଥାଆନ୍ତି।

ପକ୍ଷୀମାନେ ଆକାଶରେ ଭି ଆକୃତିରେ ଉଡ଼ିବାର ଦୁଇଟି ମୁଖ୍ୟ କାରଣ ଅଛି। ପ୍ରଥମ କାରଣ ହେଉଛି ଏମିତି ଉଡ଼ିବା ଦ୍ବାରା ସମସ୍ତ ପକ୍ଷୀସାଥୀ ହୋଇ ସହଜରେ ଉଡ଼ିପାରନ୍ତି। ପ୍ରତ୍ୟେକ ପଲରେ ଏକ ଅଗ୍ରଣୀ ପକ୍ଷୀ ଥାଏ। ଯିଏ ବାକିମାନଙ୍କୁ ମାର୍ଗଦର୍ଶନ କରେ। ଅନେକ ବୈଜ୍ଞାନିକ ଏହି ମତକୁ ସମର୍ଥନ ବି କରିଛନ୍ତି।

ଦ୍ବିତୀୟରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ରୟାଲ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ପ୍ରଫେସର ଜେମ୍ସ ଉସରବୁଡ଼ କହିଛନ୍ତି ଯେ ଏହି ପ୍ରକାର ଉଡ଼ାଣ ପବନକୁ କାଟିବା ସହଜ ହୋଇଥାଏ, ଯାହାକି ଉଡ଼ାଣ ଜାରି ରଖିବା ପାଇଁ ନିକଟସ୍ଥ ଉଡ଼ୁଥିବା ଅନ୍ୟ ସାଥୀ ପକ୍ଷୀମାନଙ୍କ ପାଇଁ ଟିକିଏ ସହଜ କରିଥାଏ ଏବଂ ସେମାନଙ୍କର ଶକ୍ତି ମଧ୍ୟ ସଞ୍ଚୟ ହୋଇଥାଏ ।

 ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହିପରି ଭି ଆକୃତିରେ ଉଡ଼ିବାର କଳା ସହିତ ପକ୍ଷୀମାନେ ଜନ୍ମ ହୁଅନ୍ତି ନାହିଁ। ଯେତେବେଳେ ସେମାନେ ଏକ ଦଳରେ ରୁହନ୍ତି, ଧୀରେ ଧୀରେ ସମୟ ସହିତ ଭି ଆକୃତିରେ ଉଡ଼ିବା ଶିଖି ଯାଇଥାଆନ୍ତି। ଆକାଶରେ ସକାଳ ଓ ସନ୍ଧ୍ୟାରେ ପକ୍ଷୀଙ୍କୁ ଏଭଳି ଉଡ଼ିଥିବାର ଦୃଶ୍ୟ  ଦେଖିବାକୁ ଖୁବ ଚମତ୍କାର ଲାଗିଥାଏ।

ଅଧିକପଢ଼ନ୍ତୁ: ତରକାରୀରୁ ଆଳୁ ଖୋଜିଖୋଜି ନିରାଶ ହେଲେ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe