ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ସଭିଏଁ ପ୍ରଶଂସା କରୁଛନ୍ତି। ଭିଡିଓ ସଭିଙ୍କ ହୃଦୟକୁ ଛୁଇଁ ପାରିଛି। ମାତ୍ର ଦୁଇ କପ୍ ଚା’ ମାନବିକତାର କାହାଣୀ ବଖାଣୁଛି।
ଦିନସାରା ଅଳିଆ ସଫା କରୁଥିବା ସଫେଇବାଲା ସମାଜକୁ ସଫା ରଖୁଥିବା ବେଳେ ସେମାନଙ୍କ କାର୍ଯ୍ୟକୁ ମହିଳା ଜଣକ ସମ୍ମନା ପ୍ରଦର୍ଶନ କରି ଶ୍ରମଭାର ଲାଘବ ପାଇଁ ଏଭଳି କରିଛନ୍ତି।
ଭିଡିଓରେ ଦେଖାଯାଉଛି ଆବର୍ଜନା ଟ୍ରକ୍ ଏକ ଆବାସିକ କଲୋନୀରେ ପହଞ୍ଚୁଛି। ମହିଳା ଜଣକ ତାଙ୍କ ଘରୁ ବାହାରକୁ ଆସି ଟ୍ରକ୍ ଉପରେ ଥିବା ସଫେଇ କର୍ମଚାରୀ ଏବଂ ଡ୍ରାଇଭରଙ୍କୁ ଚା’ କପ୍ ଦେଉଛନ୍ତି। ଲୋକେ ଟ୍ରକ୍ରେ ଅଳିଆ ପକାଉଥିବା ବେଳେ ମହିଳା ସେମାନଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶନ କରି ମାନବତାର ଉଦାହରଣ ପ୍ରଦର୍ଶନ କରିଛନ୍ତି।
ମାନବିକତା ହୃଦୟ ଜିତିଲା
ଏହି ସୁନ୍ଦର ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @Jimmyy__02 ୟୁଜରନେମ ଦ୍ୱାରା ସେୟାର କରାଯାଇଛି, ଯେଉଁଥିରେ କ୍ୟାପସନ ଦିଆଯାଇଛି, "ଜଣେ ମାଆ ସକାଳ ୭ଟା ୧୫ରେ ସଫେଇ କର୍ମଚାରୀଙ୍କୁ ଚା’ ପିଇବାକୁ ଦେଉଛନ୍ତି। ମହିଳାଙ୍କ ଏହି କାମ ମନେ ପକାଇ ଦେଉଛି ଯେ, ଆମ ସହର ପାଇଁ କଠିନ ପରିଶ୍ରମ କରୁଥିବା ଲୋକଙ୍କ ପାଇଁ ଛୋଟ ଛୋଟ ଦୟାପୂର୍ଣ୍ଣ କାର୍ଯ୍ୟ ମଧ୍ୟ ମହତ୍ତ୍ୱପୂର୍ଣ୍ଣ।
एक माँ सुबह 7:15 बजे सफाई कर्मचारियों को चाय देने बाहर आती है। उनका यह छोटा-सा काम उन सफाई कर्मियों के दिन में गर्माहट भर देता है।
— JIMMY (@Jimmyy__02) December 12, 2025
यह हमें याद दिलाता है कि दयालुता के छोटे काम भी हमारे शहर के लिए मेहनत करने वाले लोगों के लिए बहुत मायने रखते हैं। pic.twitter.com/B30cqey4pm
ଆହୁରି ପଢ଼ନ୍ତୁ:MP Minister Violated Law:ପାନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ଆଇନ ଉଲ୍ଲଂଘନ କରି ବାଘ ଦେଖି ୫ ମନ୍ତ୍ରୀ ଅଡୁଆରେ
ଏହି ୩୭ ସେକେଣ୍ଡର ଭିଡିଓଟି ୫୭,୦୦୦ ରୁ ଅଧିକ ଥର ଦେଖାଯାଇଛି, ୩,୦୦୦ ରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି ଏବଂ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ମନ୍ତବ୍ୟ ଦେଇଛନ୍ତି, "ଏହି ଦୃଶ୍ୟ ଦେଖି ଲାଗୁଛି ଯେ ବିଶ୍ୱରେ ଏବେ ବି ଭଲ ଲୋକ ଅଛନ୍ତି ଏବଂ ମାନବତା ବଞ୍ଚି ରହିଛି।" ଆଉ ଜଣେ କହିଛନ୍ତି, "ଏହା ଏକ ବଡ଼ କାର୍ଯ୍ୟ ନଥିଲା, କିନ୍ତୁ ଏହି ଛୋଟ ପଦକ୍ଷେପ ହୃଦୟକୁ ଛୁଇଁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/13/woman-gives-tea-to-cleaning-boy-2025-12-13-19-00-17.jpg)