ୱାଙ୍ଖଡେରେ ପ୍ରଥମ ଦିନରେ ୧୪ ୱିକେଟ୍, ସ୍ପିନରମାନଙ୍କ ପ୍ରାଧାନ୍ୟ ବିସ୍ତାର, ରୋହିତ-ବିରାଟ ପୁଣି ଫ୍ଲପ୍

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ୧୪ ୱିକେଟ୍ ଖସିଛି। ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ଦଳ ୨୩୫ ରନ୍‌ରେ ଅଲଆଉଟ୍ ହୋଇଥିଲେ। ତା’ପରେ ଭାରତ ୮୬ ରନ୍‌ରେ ୪ ୱିକେଟ୍ ହରାଇଥିଲା...

ଅଦ୍ୟତନ ହୋଇଛି
9amnzxpa

ମୁମ୍ବାଇ: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୋଟ ୧୪ ୱିକେଟ୍ ଖସିଛି। ସ୍ପିନରମାନଙ୍କ ପ୍ରାଧାନ୍ୟ ବିସ୍ତାର ଜାରି ରହିଛି। ପ୍ରଥମେ ନ୍ୟୁଜିଲାଣ୍ଡ ଦଳ ୨୩୫ ରନରେ ସୀମିତ ରହିଥିଲା। କିୱି ଦଳ ପାଇଁ ଡାରିଲ ମିଚେଲ ୮୨ ରନ୍ କରିଥିବାବେଳେ ୱିଲ ୟଙ୍ଗ ୭୧ ରନ ସ୍କୋର କରିଥିଲେ। ଭାରତ ପାଇଁ ରବିନ୍ଦ୍ର ଜାଡେଜା ୫ ୱିକେଟ୍ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ୪ ୱିକେଟ୍ ନେଇଥିଲେ। ଏହା ସହିତ ଆକାଶଦୀପ ଗୋଟିଏ ୱିକେଟ ନେଇଥିଲେ।

ଏହାର ଜବାବରେ ଟିମ୍ ଇଣ୍ଡିଆ ୮୬ ରନ୍ ସଂଗ୍ରହ କରି ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲି ପୁଣି ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ। 

୧୮ ରନ୍ ସ୍କୋର କରିବା ପରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ ଏବଂ ବିରାଟ କୋହଲି ୪ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ନ୍ୟୁଜିଲାଣ୍ଡ ପାଇଁ ଅଜାଜ ପଟେଲ ଦୁଇଟି ୱିକେଟ୍ ନେଇଥିଲେ।  

ଭାରତୀୟ ଦଳକୁ ପ୍ରଥମ ଝଟକା ସପ୍ତମ ଓଭରରେ ଅଧିନାୟକ ରୋହିତ ଶର୍ମାଙ୍କ ରୂପରେ ଆସିଥିଲା। ଯିଏ ୩ ଚୌକା ସହାୟତାରେ ମାତ୍ର ୧୮ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଭାରତୀୟ ଅଧିନାୟକ ମ୍ୟାଟ ହେନେରୀ ଆଉଟ୍ କରିଥିଲେ। 

ଅଧିକ ପଢ଼ନ୍ତୁ:

ଜାଡେଜା-ୱାଶିଂଟନ ସୁନ୍ଦରଙ୍କ ଘାତକ ବୋଲିଂ: ୨୩୫ ରନ୍‌ରେ ଅଟକିଲା ନ୍ୟୁଜିଲ୍ୟାଣ୍ଡ

ଏଜାଜ ପଟେଲ ଭାରତକୁ ଦ୍ବିତୀୟ ଝଟ୍‌କା ଦେଇଥିଲେ। ସେ ୧୮ ତମ ଓଭରର ଦ୍ୱିତୀୟ ବଲରେ ଯଶସ୍ବୀ  ଜୟସ୍ବାଲଙ୍କୁ ଆଉଟ୍ କରିଥିଲେ। ତା’ପରେ ପରବର୍ତ୍ତୀ ବଲରେ ଇଜାଜ ମହମ୍ମଦ ସିରାଜଙ୍କୁ ପାଭିଲିୟନକୁ ପଠାଇଲେ। 

ଭାରତୀୟ ଦଳକୁ ଚତୁର୍ଥ ଝଟକା ୧୯ତମ ଓଭରରେ ଲାଗିଥିଲା। ବିରାଟ କୋହଲି୬ ବଲରେ ୪ ରନ୍ ସ୍କୋର କରିବା ପରେ  ଆଉଟ୍ ହୋଇଥିଲେ। 

ଅଧିକ ପଢ଼ନ୍ତୁ:

ନଭେମ୍ବର ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ: ୱାକଫ୍ ବିଲ୍-ଏକ ଦେଶ ଏକ ନିର୍ବାଚନକୁ ନେଇ ହଙ୍ଗାମା ସମ୍ଭାବନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe