Advertisment

Cricket: ନ୍ୟୁଜିଲାଣ୍ଡ ଆଗରେ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା, ଜାନସେନଙ୍କ ଅର୍ଦ୍ଧଶତକ

Advertisment

ଅର୍ନ୍ତଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍‌-୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି।

ଅର୍ନ୍ତଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍‌-୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି।

Screenshot 2026-03-04 201401

କୋଲକାତା: ଅର୍ନ୍ତଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍‌-୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି। ଏହି ମୁକାବିଲା କୋଲକାତାର ଇଡେନ ଗାର୍ଡେନ୍‌ସରେ ଜାରି ରହିଛି। ନ୍ୟୁଜିଲାଣ୍ଡ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା। ମାର୍କୋ ଜାନସେନ ଜେନସନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୭୦ ରନ୍‌ର ଟାର୍ଗେଟ ମିଳିଛି। 

ଦକ୍ଷିଣ ଆଫ୍ରିକା ପାଇଁ ମାର୍କେ ଜାନସେନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୦ଟି ବଲ୍‌ର ସାମ୍ନା କରିଥିଲେ। ୨ଟି ଚୌକା ଏବଂ ୫ଟି ଛକା ବଳରେ ଅପରାଜିତ ପାଭିଲିଅନକୁ ଫେରିଥିଲେ। ଏଥି ସହିତ ସେ ତ୍ରିସ୍ତନ ଷ୍ଟବ୍‌ସଙ୍କ ସହିତ ୪୭ଟି ବଲ୍‌ରେ ୭୩ ରନ୍‌ର ଭାଗିଦାରୀ କରିପାରିଥିଲେ।

ଆହୁରି ପଢ଼ନ୍ତୁ: Cricket: ସେମିଫାଇନାଲ ପୂର୍ବରୁ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ଭାରତୀୟ ଖେଳାଳି

ଇନିଂସ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ବିପର୍ଯ୍ୟୟ ଘଟିଥିଲା। ସ୍କୋର ୧୨ ରନ୍‌ରେ ଦଳ ଆଗଧାଡ଼ିର ୨ଟି ବହୁମୂଲ୍ୟ ୱିକେଟ ହରାଇଥିଲା। ପ୍ରାରମ୍ଭିକ ବ୍ୟାଟର କ୍ବିଣ୍ଟନ ଡି’ କକ୍‌ ମାତ୍ର ୧୦ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ରିୟାନ ରିକେଲଟନ୍‌ ଗୋଟିଏ ବଲ୍‌ ସାମ୍ନା କରିଥିଲେ ଏବଂ ସେ ଏଥିରୁ ଖାତା ଖୋଲିପାରି ନଥିଲେ। ଐଦେନ ମାର୍କରାମଙ୍କ ବ୍ୟାଟରୁ ୧୮ ରନ୍‌ ଅମଳ ହୋଇଥିଲା। ସେ ୨୦ଟି ବଲ୍‌ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। 

ଡିୱାଲ୍‌ଡ ବ୍ରେଭିସ୍ ୨୭ଟି ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୩୪ ରନ୍‌ ସଂଗ୍ରହ କରିଥିଲେ। ‌ଡେଭିଡ ମିଲର ମଧ୍ୟ ପଡ଼ିଆରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ସେ ୬ଟି ବଲ୍‌ ଖେଳି ୬ ରନ୍‌ ସଂଗ୍ରହ କରିଥିଲେ। ନିମ୍ନକ୍ରମର ଖେଳାଳି ତ୍ରିସ୍ତନ ଷ୍ଟବ୍‌ସ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ୨୯ ରନ୍‌ ସଂଗ୍ରହ କରିଥିଲେ। ସେ ୨୪ଟି ବଲ୍‌ରୁ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe