Chess: ଓଡ଼ିଶା ଓପନ୍‌ ଗ୍ରାଣ୍ଡମାଷ୍ଟର୍ସ ଚେସ୍‌: ଅଭିଜିତ୍‌ ବିଜେତା

Advertisment

ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଓଡ଼ିଶା ଓପନ୍‌ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍‌ ପ୍ରତିଯୋଗିତା ଶନିବାର ଶେଷ ‌ହୋଇଛି। ୫ ଥର ରାଜ୍ୟଗୋଷ୍ଠୀ ଚେସ୍‌ ବିଜେତା ଗ୍ରାଣ୍ଡମାଷ୍ଟର୍‌ ଅଭିଜିତ୍‌ ଗୁପ୍ତା ବିଜେତା ହୋଇଛନ୍ତି।

ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଓଡ଼ିଶା ଓପନ୍‌ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍‌ ପ୍ରତିଯୋଗିତା ଶନିବାର ଶେଷ ‌ହୋଇଛି। ୫ ଥର ରାଜ୍ୟଗୋଷ୍ଠୀ ଚେସ୍‌ ବିଜେତା ଗ୍ରାଣ୍ଡମାଷ୍ଟର୍‌ ଅଭିଜିତ୍‌ ଗୁପ୍ତା ବିଜେତା ହୋଇଛନ୍ତି।

24bbs_95_24012026_112

ଭୁବନେଶ୍ବର: ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଓଡ଼ିଶା ଓପନ୍‌ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍‌ ପ୍ରତିଯୋଗିତା ଶନିବାର ଶେଷ ‌ହୋଇଛି। ୫ ଥର ରାଜ୍ୟଗୋଷ୍ଠୀ ଚେସ୍‌ ବିଜେତା ଗ୍ରାଣ୍ଡମାଷ୍ଟର୍‌ ଅଭିଜିତ୍‌ ଗୁପ୍ତା ବିଜେତା ହୋଇଛନ୍ତି। ଦୁଇ ଭିଏତନାମ ଜିଏମ୍‌ ଏନ୍‌ଗୁଏନ୍‌ ଡୁସ୍‌ ହୋଆ ଓ ଏନ୍‌ଗୁଏନ୍‌ ଭାନ୍‌ ହୁଏ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଛନ୍ତି।

ଦୁଇ ରୁଷୀୟ ଗ୍ରାଣ୍ଡମାଷ୍ଟର୍‌‌ ବୋରିସ୍‌ ସାଭ‌ଚେଙ୍କୋ ଓ ଡେଭିଡ୍‌ ଗୋଚେଲାସଭିଲି ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ଏ’ ବର୍ଗର ଏହି ପ୍ରଥମ ୩ ଜଣଙ୍କୁ ଯଥାକ୍ରମେ ୫.୫ ଲକ୍ଷ ଟଙ୍କା, ୩.୫ ଲକ୍ଷ ଟଙ୍କା, ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ୫.୫ ପଏଣ୍ଟ ୟାଶିତା ରାଉତ ଓଡ଼ିଶାର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇ ରାଜ୍ୟର ସମ୍ମାନ ରଖିଛନ୍ତି।କାଟେଗୋରୀ ‘ସି’ରେ ଝାଡ଼ଖଣ୍ଡର ବୈଭବ ସାହା ବିଜେତା ଏବଂ ଓଡ଼ିଶାର ସୂରଜ ମହାପାତ୍ର ଉପବିଜେତା ହୋଇଥିବାବେଳେ ଦେବୀ ପ୍ରସାଦ ବିଶ୍ବାଳ ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି।

ଆହୁରି ପଢ଼ନ୍ତୁ: Cricket: ୧୯ବର୍ଷରୁ କମ୍‌ ବିଶ୍ବକପ୍‌: ନ୍ୟୁଜିଲାଣ୍ଡକୁ ୭ ୱିକେଟ୍‌ରେ ହରାଇଲା ଭାରତ

ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌ ସଭାପତି ସମୀର ମହାନ୍ତି, ବରିଷ୍ଠ ସିଏ ରାଜୀବ ସାହୁ, ଭାଜପା ନେତା କାଳନ୍ଦୀ ସାମଲ, ଶିକ୍ଷାବିତ୍ ପଲ୍ଲୀ ପଟ୍ଟନାୟକ, ଇଏସପିଏଓ ସମ୍ପାଦକ ଅଭି‌ଷେକ ମିତ୍ର, ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, ରୋଟାରିଆନ୍‌ ସୁଜିତ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe