Football: ଆଇ-ଲିଗ୍ ଓ ଆଇଏସ୍‌ଏଲ୍‌ ପାଇଁ ଏଆଇଏଫ୍‌ଏଫ୍‌ର ୨୧ବର୍ଷୀୟା ନସ୍କା

Advertisment

ବାଣିଜ୍ୟିକ ମତଭେଦ ପାଇଁ ଚଳିତବର୍ଷ ଦେଶର ସବୁଠାରୁ ସମ୍ମାନଜନକ ପେସାଦାର ଲିଗ୍‌ ‘ଆଇଏସ୍‌ଏଲ୍’ ବନ୍ଦ ହୋଇଯିବା ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ହସ୍ତକ୍ଷେପ ପରେ ଯାଇ ମାମଲାର ସମାଧାନ ହେବା ସହ ୧୪ଟି ଦଳକୁ ନେଇ...

ବାଣିଜ୍ୟିକ ମତଭେଦ ପାଇଁ ଚଳିତବର୍ଷ ଦେଶର ସବୁଠାରୁ ସମ୍ମାନଜନକ ପେସାଦାର ଲିଗ୍‌ ‘ଆଇଏସ୍‌ଏଲ୍’ ବନ୍ଦ ହୋଇଯିବା ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ହସ୍ତକ୍ଷେପ ପରେ ଯାଇ ମାମଲାର ସମାଧାନ ହେବା ସହ ୧୪ଟି ଦଳକୁ ନେଇ...

AIFF

କୋଲକାତା: ବାଣିଜ୍ୟିକ ମତଭେଦ ପାଇଁ ଚଳିତବର୍ଷ ଦେଶର ସବୁଠାରୁ ସମ୍ମାନଜନକ ପେସାଦାର ଲିଗ୍‌ ‘ଆଇଏସ୍‌ଏଲ୍’ ବନ୍ଦ ହୋଇଯିବା ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ହସ୍ତକ୍ଷେପ ପରେ ଯାଇ ମାମଲାର ସମାଧାନ ହେବା ସହ ୧୪ଟି ଦଳକୁ ନେଇ ଫେବ୍ରୁଆରି ୧୪ରୁ ଆଇଏସ୍‌ଏଲ୍-୨୦୨୬ ଆୟୋଜିତ ହେବା ନିଶ୍ଚିତ ହୋଇଥିଲା। ଭବିଷ୍ୟତରେ ଯେଭଳି ଏମିତି ସମସ୍ୟା ସୃଷ୍ଟି ନ ହୁଏ, ସେଥିଲାଗି ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ଆଇଏସ୍‌ଏଲ୍‌ ସହ ଆଇ-ଲିଗ୍‌ ପାଇଁ ଏକାଥରକେ ୨୧ବର୍ଷୀୟା ନସ୍କା ପ୍ରସ୍ତୁତ କରିଛି। ତଦନୁଯାୟୀ ଏଆଇଏଫ୍‌ଏଫ୍‌ ଉଭୟ ଲିଗ୍‌ର ପରିଚାଳନା ଲାଗି ଏକ ଉଚ୍ଚ କ୍ଷମତା ସଂପନ୍ନ ପରିଚାଳନା ପରିଷଦ ଗଠନ କରିବାକୁ ଯାଉଛି।

ମହାସଂଘର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ପରିଚାଳନା ପରିଷଦ ସହ ଏକ ପରିଚାଳନା କମିଟି ଗଠନ କରିବାକୁ ମଧ୍ୟ ମହାସଂଘ ନିଷ୍ପତ୍ତି ନେଇଛି। ଏହି ଦୁଇ ସଂସ୍ଥା ଉଭୟ ଲିଗ୍‌ର ପରିଚାଳନା କରିବା ସହ ଏଥିନେଇ ନିୟମ କାନୁନ ପ୍ରସ୍ତୁତ କରିବେ। ସେହିଭଳି ସମୟ ସମୟରେ ଏହାର ସମୀକ୍ଷା ବି କରିବେ। ଏହି ବିଷୟ ଆଇଏସ୍‌ଏଲ୍‌ର ୧୪ଟି ଦଳକୁ ଜଣାଇ ଦିଆଯାଇଛି। ଆଇ-ଲିଗ୍‌ ଦଳଗୁଡ଼ିକ ମଧ୍ୟ ଏହି ବଷୟରେ ଅଜ୍ଞ ଅଛନ୍ତି। ଉଭୟ କମିଟିରେ ବାଣିଜ୍ୟିକ ଅଧିକାର ପାଇଥିବା କପାନି ତଥା ସଂସ୍ଥାର ୩ଜଣ ଲେଖାଏଁ ପ୍ରତିନିଧି ରହିବେ। ବିଦେଶର ବିଭିନ୍ନ ଲୋକପ୍ରିୟ ଓ ସଫଳ ଲିଗ୍‌ରୁ ଅନୁପ୍ରେରିତ ହୋଇ ଏହି ଯୋଜନା ପ୍ରସ୍ତୁତ କରାଯାଇଥିବା ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ ବୁଧବାର କହିଛନ୍ତି। ବିଭିନ୍ନ ସ୍ବତ୍ବାଧିକାରୀଙ୍କ ପରାମର୍ଶ ଅନୁଯାୟୀ ଏଆଇଏଫ୍‌ଏଫ୍‌ର ସଭାପତି ପରିଚାଳନା ପରିଷଦର ମୁଖ୍ୟ ରଖିବାକୁ ମମ୍ମତି ହୋଇଛି। ପରିଷଦରେ ମୋଟ ୨୨ଜଣ ସଦସ୍ୟ ରହିବେ। ଏହା ଆଇଏସ୍‌ଏଲ୍‌ ପରିଚାଳନାର ସର୍ବୋଚ୍ଚ ସଂସ୍ଥା ହେବ।

ଆହୁରି ପଢ଼ନ୍ତୁ: Chess: ‘ଚେସ୍ ସାମାଜିକ ଓ ଶିକ୍ଷାଗତ ସଂସ୍କାରର ଶକ୍ତିଶାଳୀ ଅସ୍ତ୍ର ହୋଇପାରିବ’

ନଜର ରଖିବ ପରିଚାଳନା କମିଟି

ଅନ୍ୟପକ୍ଷରେ ପରିଚାଳନା କମିଟି ଲିଗ୍‌ର ଦୈନନ୍ଦିନ କାର୍ଯ୍ୟକୁ ଦେଖାଶୁଣା କରିବ। ଏଆଇଏଫ୍‌ଏଫ୍‌ ସଂପାଦକ ଏହାର ମୁଖ୍ୟ ପଦରେ ଅବସ୍ଥାପିତ ହେବେ। ପରିଚାଳନା ପରିଷଦରେ ୧୪ଟି ଯାକ କ୍ଲବ୍‌ର ମାଲିକ, ଏଆଇଏଫ୍‌ଏଫ୍‌ର ତିନି ଜଣ କର୍ମକର୍ତ୍ତା, ବାାଣିଜ୍ୟିକ ସଯଯୋଗୀଙ୍କ ୩ଜଣ ମ‌ନୋନୀତ ପ୍ରତିନିଧି ଏବଂ ଦୁଇ ଜଣ ସ୍ବାଧୀନ ସହଯୋଗୀ ସଦସ୍ୟ ରହିବେ। ପରିଷଦ ବର୍ଷକୁ ଅନ୍ୟୂନ ଥରେ କିମ୍ବା ଲିଗ୍‌ ଆରମ୍ଭ ହେବାର ତିନି ମାସ ପୂର୍ବରୁ ଏକ ବୈଠକ ଡାକି ଏହାକୁ ନେଇ ସବିଶେଷ ଆଲୋଚନା କରିବ। ପରିଚାଳନା କମିଟିରେ ପାଞ୍ଚଟି ଆଇଏସ୍‌ଏଲ୍‌ କ୍ଲବ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ, ବାଣିଜ୍ୟିକ ସଦସ୍ୟଙ୍କ ୩ଜଣ ପ୍ରତିନିଧି ଏବଂ ଏଆଇଏଫ୍‌ଏଫ୍‌ର ୩ଜଣ କର୍ମକର୍ତ୍ତା ସଦସ୍ୟ ରହିବେ। ଏମାନଙ୍କ ଛଡ଼ା ୬ଟି ଅନ୍ୟ କମିଟି ଗଠନ କରାଯିବ। ଏହି କମିଟି ଲିଗ୍‌ର ସଫଳ ଆୟୋଜନ ଦାୟିତ୍ବରେ ରହିବ।

ଆହୁରି ପଢ଼ନ୍ତୁ: Another scam rocks Sabarimala: ମନ୍ଦିରରେ ‘ଆଦିୟା ସିଷ୍ଟମ୍ ଘିଅ’ ବିକ୍ରିରେ ୩୫ ଲକ୍ଷ ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe