All india: ସର୍ବଭାରତୀୟ ସଦାଶିବ ସ୍ମାରକୀ କ୍ରିକେଟ୍‌ ଉଦ୍‌ଘାଟିତ

Advertisment

ଭାପୁର ବ୍ଲକ୍‌ ‘ମୋ ମାଟି ଭାପୁର’ ଦ୍ୱାରା ଫତେଗଡ଼ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ନାଲିସାଗର ଷ୍ଟାଡିୟମ୍‌ରେ ୧୬ତମ ସର୍ବଭାରତୀୟ ସଦାଶିବ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ରବିବାର...

ଭାପୁର ବ୍ଲକ୍‌ ‘ମୋ ମାଟି ଭାପୁର’ ଦ୍ୱାରା ଫତେଗଡ଼ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ନାଲିସାଗର ଷ୍ଟାଡିୟମ୍‌ରେ ୧୬ତମ ସର୍ବଭାରତୀୟ ସଦାଶିବ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ରବିବାର...

Untitled-17

ଭାପୁର: ଭାପୁର ବ୍ଲକ୍‌ ‘ମୋ ମାଟି ଭାପୁର’ ଦ୍ୱାରା ଫତେଗଡ଼ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ନାଲିସାଗର ଷ୍ଟାଡିୟମ୍‌ରେ ୧୬ତମ ସର୍ବଭାରତୀୟ ସଦାଶିବ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ରବିବାର ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭୁବନେଶ୍ୱରର ସାଇ ଇଲେଭେନ୍‌ କ୍ରିକେଟ୍ କ୍ଲବ୍ ଉତ୍ତରପ୍ରଦେଶର ଟାଇଗର୍‌ କ୍ଲବ୍‌କୁ ୧୪୬ ରନ୍‌ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ସାଇ ଇଲେଭେନ୍‌ ନିର୍ଦ୍ଧାରିତ ୨୦ ଓଭର୍‌ରେ ସମସ୍ତ ୱିକେଟ୍‌ ହରାଇ ୧୮୪ ରନ୍‌ କରିଥିଲା। ଜବାବରେ ଉତ୍ତରପ୍ରଦେଶର ଟାଇଗର୍‌ କ୍ଲବ୍‌ ୮.୧ ଓଭର୍‌ରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୩୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅମର ଦାସ ୧୧ ରନ୍‌ ବିନିମୟରେ ୩ ୱିକେଟ୍ ଅକ୍ତିଆର କରି ରଣଜୀ କ୍ରିକେଟର୍‌ ବସନ୍ତ ମହାନ୍ତିଙ୍କଠାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗ୍ରହଣ କରିଥିଲେ। ଏହି ମ୍ୟାଚ୍‌କୁ ଦୁର୍ଗାପ୍ରସାଦ ପଟ୍ଟନାୟକ, ଆଶୁତୋଷ ପାଣି ଏବଂ ସୁଧାଂଶୁ କର ପରିଚାଳନା କରିଥିଲେ। ସ୍କୋରର୍‌ ଭୂମିକାରେ ଥିଲେ ପବିତ୍ର କୁମାର ସାହୁ, ବିଭୂତି ଭୂଷଣ ସାହୁ ଓ ଇତିପ୍ରକାଶ ସେନାପତି। ଭାଷ୍ୟକାର ବୁବୁ ସିହ୍ନା, ସରୋଜ କୁମାର ମହାପାତ୍ର ଦର୍ଶକଙ୍କୁ ଉତ୍ସାହିତ କରିଥିଲେ।  ସୋମବାର ଦ୍ୱିତୀୟ ମ୍ୟାଚ୍‌ କୋଲକାତା ଓ ସମ୍ବଲପୁର ମଧ୍ୟରେ ଖେଳାଯିବ।

Piped water: ଉପକଣ୍ଠରେ ପହଞ୍ଚିନି ପାଇପ୍‌ ପାଣି

Md Mokim Out Congress ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe