ଚେନ୍ନାଇ: ପୁଣି ଥରେ ଟିମ୍ ଇଣ୍ଡିଆ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟ ଖେଳାଳି। ଯୁବ ଦ୍ରୁତବୋଲର ଅର୍ଶଦୀପ ସିଂଙ୍କୁ କାହିଁକି ବିଶ୍ରାମ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ବିନ। ସେ କହିଛନ୍ତି ଯେ ଲଗାତାର ଭଲ ପ୍ରଦର୍ଶନ କରିଚାଲିଥିବା ବୋଲରଙ୍କୁ ବେଞ୍ଚରେ ବସାଇବା ଠିକ ନୁହେଁ। କାରଣ ବାରମ୍ବାର ବସି ରହିଲେ ସେମାନଙ୍କ ଲୟ ବିଗିଡ଼ିଯିବାର ଆଶଙ୍କା ରହିଛି। ସେ ମଧ୍ୟ ପ୍ରସିଦ୍ଧ କ୍ରିଷ୍ଣା ଓ ନୀତୀଶ ରେଡ୍ଡୀଙ୍କୁ ମ୍ୟାଚ ପ୍ରାକ୍ଟିସ କରାଯାଉଥିବା ନେଇ ହେଉଥିବା ଯୁକ୍ତିକୁ ଗ୍ରହଣ କରିନାହାନ୍ତି। ସେ କହିଛନ୍ତି ଯେ ନୂଆ ପିଲାଙ୍କୁ ସୁଯୋଗ ଦିଆଯିବା ଠିକ, କିନ୍ତୁ ଏମାନଙ୍କ ଅଭ୍ୟାସ ଆଳରେ ଫର୍ମରେ ଥିବା ବୋଲରଙ୍କୁ ବସାଯିବା ଠିକ ନୁହେଁ। କେହି ଅର୍ଶଦୀପଙ୍କ ମାନସିକ ସ୍ଥିତିକୁ ବୁଝୁନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, କ୍ରିକେଟ କେବଳ କୌଶଳର ଖେଳ ନୁହେଁ, ବରଂ ଆତ୍ମବିଶ୍ବାସର ବି ଖେଳ। ଯଦି ଲଗାତାର ଭଲ ପ୍ରଦର୍ଶନ ପରେ ବି ଜଣେ ଖେଳାଳିଙ୍କୁ ବସାଯାଉଛି, ତେବେ ତାଙ୍କର ମନୋବଳ କିପରି ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କର ମନୋବଳ ହ୍ରାସ ପାଇବା ନିଶ୍ଚିତ। ଏହା ବ୍ୟାଟ୍ସମ୍ୟାନମାନଙ୍କ କ୍ଷେତ୍ରରେ ନୁହେଁ ବୋଲରଙ୍କ କ୍ଷେତ୍ରରେ ଅଧିକ ହୋଇଥାଏ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ: Action: ଟଙ୍କା ପାଇଁ ଶିଶୁ ବିକ୍ରି ଘଟଣା: ଦୋଷୀ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
କେ ଶ୍ରୀକାନ୍ତ ମଧ୍ୟ ଉଠାଇଥିଲେ ପ୍ରଶ୍ନ
ସୂଚନାଯୋଗ୍ୟ, ଏହା ପୂର୍ବରୁ ପୂର୍ବତନ ମହାନ ଖେଳାଳି କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ମଧ୍ୟ ଅକ୍ଷର ପଟେଲଙ୍କୁ ବିଶ୍ରାମ ଦିଆଯିବାକୁ ପ୍ରଶ୍ନ କରିଥିଲେ। ସେହିପରି ଟିମରେ ଆୟୁଷ ବଦୋନିଙ୍କୁ ସାମିଲ କରାଯିବାକୁ କେତେକ ମହଲରେ ପ୍ରଶ୍ନ କରାଯାଇଥିଲା।
ଆହୁରି ପଢ଼ନ୍ତୁ: Cricket: ବାଂଲାଦେଶକୁ ପ୍ରବର୍ତ୍ତାଇବାକୁ ଢାକା ଗସ୍ତ କରିବେ ଆଇସିସି ପ୍ରତିନିମଣ୍ଡଳ
ଉଲ୍ଲେଖନୀୟ ୨୬ ବର୍ଷୀୟ ଅର୍ଶଦୀପ ସିଂ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଅଗ୍ରଣୀ ୱିକେଟ୍ ହାସଲକାରୀ ଖେଳାଳି ଭାବେ ପ୍ରଦର୍ଶନ କରିଛନ୍ତି। ସେ ୧୪ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ୨୨ଟି ୱିକେଟ୍ ନେଇଛନ୍ତି। ଏହା ସତ୍ତ୍ବେ ଚୟନକର୍ତ୍ତାମାନେ ଦ୍ରୁତଗାମୀ ବୋଲର ମହମ୍ମଦ ସିରାଜ, ହର୍ଷିତ ରାଣା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ୍ରେ ସାମିଲ କରିଛନ୍ତି।
Follow Us