୪୭୪ରେ ଅଷ୍ଟ୍ରେଲିଆ ଅଲଆଉଟ୍

ମେଲବୋର୍ଣ୍ଣରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୧୦ ୱିକଟେ ହରାଇ ୪୭୪ ରନ୍ ସଂଗ୍ରହ କରିଛି। ଭାରତୀୟ ଦଳ ୧-୧ ସ୍ଥିତିରେ ଥିବା ମ୍ୟାଚ୍‌କୁ ଜିତିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।

AUS AllOut

ମେଲବୋର୍ଣ୍ଣ: ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ଶୁକ୍ରବାର ମ୍ୟାଚର ଦ୍ୱିତୀୟ ଦିନରେ  ଅଷ୍ଟ୍ରେଲିଆ ୧୦ ୱିକଟେ ହରାଇ ୪୭୪ ରନ୍ ସଂଗ୍ରହ କରିଛି। ଭାରତୀୟ ଦଳ ୧-୧ ସ୍ଥିତିରେ ଥିବା ମ୍ୟାଚ୍‌କୁ ଜିତିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।

ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନରେ ଦଳର ପ୍ରଥମ ଚାରିଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ସ୍କୋର କରିଥିଲେ। 
ଦ୍ବିତୀୟ ଦିନ ଶେଷସୁଦ୍ଧା ଭାରତ ପାଇଁ ଜସପ୍ରୀତ ବୁମ୍ରା ଚମତ୍କାର ବୋଲିଂ କରି ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଦୁଇ ଦଳ ମଧ୍ୟରେ ହୋଇଥିବା ଟେଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି। 

ଦ୍ୱିତୀୟ ଦିନ ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ଚମତ୍କାର ଖେଳି ପ୍ରଥମ ଅଧିବେଶନରେ ୧୫୦ ରନ୍ ସ୍କୋର କରିଥିବାବେଳେ। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଦଳର ସ୍କୋର ୭ ୱିକେଟରେ ୪୫୪ ରହିଥିଲା।

ତେବେ ମଧ୍ୟାହ୍ନ ଭୋଜନ ବିରତି ପରେଷ୍ଟିଭେନ ସ୍ମିଥ୍ ୧୪୦ ରନ୍‌ରେ ଆଉଟ୍ ହୋଇଥିଲେ। ଏହା ସହିତମିଚେଲ ଷ୍ଟାର୍କ ୧୫ ରନ୍ ଏବଂ ଳିୟନ ୧୩ ରନ୍ କରି ପାଭିଲିୟନ ଫେରିଥିଲେ।

କଙ୍ଗାରୁ ଅଧିନାୟକ ପ୍ୟାଟ୍ କମିନ୍ସ ଭାରତ ବିପକ୍ଷରେ ଅର୍ଦ୍ଧଶତକରୁ  ବଞ୍ଚିତ ହୋଇଛନ୍ତି। ତାଙ୍କ ଇନିଂସକୁ ବାମହାତୀ ସ୍ପିନର ରବିନ୍ଦ୍ର ଜାଡେଜା ଶେଷ କରିଥିଲେ।

ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଅଷ୍ଟ୍ରେଲିଆ ୪୫୪/୭

ସୂଚନାଯୋଗ୍ୟ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫)ର ଚତୁର୍ଥ ଟେଷ୍ଟ ୨୬ ଡିସେମ୍ବରରୁ ଆରମ୍ଭ ହୋଇଛି । ଏହି  ଟେଷ୍ଟ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (ଏମସିଜି ଗ୍ରାଉଣ୍ଡ) ଖେଳାଯାଉଛି, ଯେଉଁଥିରେ ପ୍ରଥମ ଦିନର ଖେଳ ଶେଷ ହେବା ପରେ ଅଷ୍ଟ୍ରେଲିଆ ଦଳ ୬ ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ କଙ୍ଗାରୁ ବ୍ୟାଟ୍ସମ୍ୟାନ୍‌ଙ୍କୁ ଯଥାଶୀଘ୍ର ଆଉଟ୍ କରି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛି।

ଅଧିକ ପଢ଼ନ୍ତୁ: ମସ୍କଙ୍କ ୯ ହଜାର କୋଟିର ଅଫର: ଉଇକିପିଡ଼ିଆର ନାମ ଡିକିପିଡ଼ିଆ ହେବ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe