ମୁମ୍ବାଇ: ପେଟ ଯନ୍ତ୍ରଣା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓ୍ବାସିଂଟନ ସୁନ୍ଦର ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ ଆୟୁଷ ବାଦୋନିଙ୍କୁ ସୁଯୋଗ ମିଳିଛି । ଏହା ଆୟୁଷଙ୍କ ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ ହେବ । ସେ ରାଜକୋଟରେ ଭାରତୀୟ ଦଳ ସହ ଯୋଗ ଦେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ରାଜକୋଟରେ ହିଁ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ।
ଆହୁରି ପଢନ୍ତୁ- Raj Thackeray: ରାଜ୍ ଠାକ୍ରେଙ୍କ ‘ରସମଲାଇ’ ମନ୍ତବ୍ୟରେ ଅନ୍ନାମଲାଇଙ୍କ ତୀବ୍ର ପ୍ରତିକ୍ରିୟା
ରବିବାର ଅନୁଷ୍ଠିତ ପ୍ରଥମ ଦିନିକିଆରେ ସୁନ୍ଦର ୫ ଓଭର ବୋଲିଂ କରି ୨୭ ରନ ଦେଇଥିଲେ। ଏହା ପରେ ତାଙ୍କ ବାମ ପଟ ପେଟରେ ଯନ୍ତ୍ରଣା ହେବାରୁ ସେ ପଡ଼ିଆ ଛାଡ଼ିଥିଲେ। ତେବେ ଯନ୍ତ୍ରଣା ସତ୍ତ୍ବେ ସେ ଭାରତ ପକ୍ଷରୁ ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଆହତ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ବିସିସିଆଇର ଏକ ଡାକ୍ତରୀ ଦଳ ନଜର ରଖିଛନ୍ତି। ଆବଶ୍ୟକ ପଡ଼ିଲେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନିଆଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ଆହୁରି ପଢନ୍ତୁ- କାହିଁକି ନାହିଁ ଆମର ନାମ: ସ୍ଥାନୀୟ ନେତାଙ୍କ ନାମ ନଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ
ଆୟୁଷ ମୁଖ୍ୟତଃ ଜଣେ ପୂର୍ଣ୍ଣକାଳୀନ ବ୍ୟାଟ୍ସମ୍ୟାନ ହୋଇଥିବାବେଳେ ସାମୟିକ ଅଫସ୍ପିନ ବୋଲିଂ ମଧ୍ୟ କରିଥାନ୍ତି । ସେ ୨୭ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି ଓ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିପରି ଆଇପିଏଲରେ ସେ ଲକ୍ଷ୍ନୌ ସୁପରଜାୟାଣ୍ଟସ ପକ୍ଷରୁ ଖେଳନ୍ତି ଓ ଏପର୍ଯ୍ୟନ୍ତ ୫୬ଟି ମ୍ୟାଚ ଖେଳିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/12/washington-sundar-2026-01-12-18-51-07.jpg)