Bangladesh Government: ଭାରତଠାରୁ ପ୍ରତିଶୋଧ ନେଲା ବାଂଲାଦେଶ, ବ୍ୟାନ୍ କଲା ଆଇପିଏଲ ପ୍ରସାରଣ

Advertisment

ଭାରତଠାରୁ ପ୍ରତିଶୋଧ ନେଲା ବାଂଲାଦେଶ। ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିଦା କରିବା ପରେ ବାଂଲାଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।

ଭାରତଠାରୁ ପ୍ରତିଶୋଧ ନେଲା ବାଂଲାଦେଶ। ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିଦା କରିବା ପରେ ବାଂଲାଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।

Bangladesh

Bangladesh Government Photograph: (sambad.in)

ନୂଆଦିଲ୍ଲୀ: ଭାରତଠାରୁ ପ୍ରତିଶୋଧ ନେଲା ବାଂଲାଦେଶବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିଦା କରିବା ପରେ ବାଂଲାଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଆଇପିଏଲର ସବୁ ମ୍ୟାଚର ପ୍ରସାରଣ ଉପରେ ରୋକ୍ ଲଗାଇଛନ୍ତି। ବାଂଲାର ଏହି ନିଷ୍ପତ୍ତି କେବଳ କ୍ରିକେଟ୍ ଜଗତକୁ ଆଶ୍ଚର୍ଯ୍ୟ କରିଛି ନାହିଁ ବରଂ ଭାରତ-ବାଂଲାଦେଶ କ୍ରିକେଟ୍ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

ମୁସ୍ତାଫିଜୁର ରହମାନଙ୍କୁ ୯.୨୦କୋଟି ଟଙ୍କାରେ କିଣିଥିଲା କେକେଆର

ଚଳିତ ବର୍ଷର ଆଇପିଏଲ ପାଇଁ କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିଥିଲା। ହେଲେ  ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବା ଦେଖି ମୁସ୍ତାଫିଜୁରଙ୍କୁ ବିଦା କରିବାକୁ ଦାବି କରାଯାଇଥିଲା। ୪ଜଣ ହିନ୍ଦୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ବିବାଦ ବଢ଼ିଥିଲା। କେକେଆର ଓ ବିସିସିଆଇ ଉଭୟ ସମାଲୋଚନାର ଶିକାର ହୋଇଥିଲେ। ବିବାଦ ବଢ଼ୁଥିବା ଦେଖି ବିସିସିଆଇ ମୁସ୍ତାଫିଜୁରଙ୍କୁ ମୁକ୍ତ କରିବାକୁ କେକେଆରକୁ ନିର୍ଦ୍ଦେଶ ଦେଇଥିଲା। ଏହା ପରେ କେକେଆର ବାଂଲା କ୍ରିକେଟରଙ୍କୁ ରିଲିଜ୍ କରିଥିଲା। କୌଣସି ବଡ଼ କାରଣ ନଥାଇ ତାଙ୍କୁ ବାହାର କରାଯାଇଥିବାରୁ ବାଂଲାଦେଶରେ ଏହାକୁ ‌ବିରୋଧ କରାଯାଇଥିଲା।

କ’ଣ କହିଛନ୍ତି ବାଂଲା ସରକାର?

ବାଂଲାଦେଶ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ, "ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ୨୬ ମାର୍ଚ୍ଚ, ୨୦୨୬ରୁ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଦଳରୁ ବାଂଲାଦେଶର ଷ୍ଟାର ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ବାଦ ଦେବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛି। ଏଭଳି କରିବା ପଛରେ କାରଣ କ’ଣ ତାହା ଜଣାଇନାହିଁ BCCI। ବାଂଲାଦେଶର ଲୋକମାନେ ଏହି ନିଷ୍ପତ୍ତିରେ ଦୁଃଖିତ। ଏହି ପରିସ୍ଥିତିରେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ IPLର ସମସ୍ତ ମ୍ୟାଚ୍ ଏବଂ ଇଭେଣ୍ଟଗୁଡ଼ିକର ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉଛି।"

ପ୍ରଭାବିତ ହୋଇପାରେ ଟି-୨୦ ବିଶ୍ୱକପ୍

ମୁସ୍ତାଫିଜୁର ବିବାଦ ଏବେ କେବଳ ଆଇପିଏଲ୍ ପର୍ଯ୍ୟନ୍ତ ସୀମିତ ହୋଇ ନାହିଁ। ଏହାର ପ୍ରଭାବ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ପଡ଼ିବା ଭଳି ମନେ ହେଉଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଚିଠି ଲେଖି ଅନୁରୋଧ କରିଛି ଯେ, ଭାରତରେ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ନିର୍ଦ୍ଧାରିତ ମ୍ୟାଚ୍‌ଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ କରାଯାଉ। ବିସିବି କହିଛି ଯେ, ବର୍ତ୍ତମାନ ପରିସ୍ଥିତିରେ, ବାଂଲା ଖେଳାଳି ଭାରତରେ ସୁରକ୍ଷିତ ନୁହନ୍ତି।ଫେବ୍ରୁଆରି ୨୦୨୬ରେ ଟି-୨୦ ବିଶ୍ୱକପ୍ ପାଇଁ ଭାରତକୁ ଆମ ଦଳ ଯିବ ନାହିଁ।

ଆହୁରି ପଢ଼ନ୍ତୁ: KTR Controversial Statement: ରାହୁଲ-ରେବନ୍ତଙ୍କୁ ଫାଶୀ ଦିଆଯିବା ଉଚିତ୍: କେଟିଆର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe