ଭାରତ-ଇଂଲଣ୍ଡ ଦିନିକିଆ: ବାରବାଟୀ ମ୍ୟାଚ୍‌ ପାଇଁ ଏମିତି କିଣନ୍ତୁ ଟିକେଟ୍‌

ବାରବାଟୀ ମୁକାବିଲା ଯେତିକି ପାଖେଇ ଆସୁଛି, ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସେତିକି ସକ୍ରିୟ ଦେଖାଯାଉଛି। ସରକାର, ପ୍ରଶାସନ ମଧ୍ୟ ନିଜନିଜ ସ୍ତରରେ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ‌ ଦେବାରେ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ କ୍ରିକେଟ୍‌ପ୍ରେମୀଙ୍କ ମନରେ ଉତ୍ସାହ ବଢ଼ିଯାଇଛି।

ଅଦ୍ୟତନ ହୋଇଛି
Ind Vs Eng Barabati

India Vs England match at Barabati stadium. Photograph: (sambad.in)

କଟକ: ବାରବାଟୀ ମୁକାବିଲା ଯେତିକି ପାଖେଇ ଆସୁଛି, ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସେତିକି ସକ୍ରିୟ ଦେଖାଯାଉଛି। ସରକାର, ପ୍ରଶାସନ ମଧ୍ୟ ନିଜନିଜ ସ୍ତରରେ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ‌ ଦେବାରେ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ କ୍ରିକେଟ୍‌ପ୍ରେମୀଙ୍କ ମନରେ ଉତ୍ସାହ ବଢ଼ିଯାଇଛି। ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳା ଯିବ। ଏହି ଦିବାରାତ୍ର ମ୍ୟାଚ୍‌ ପାଇଁ ରବିବାର ଅପରାହ୍‌ଣରେ ଟିକେଟ୍‌ ବିକ୍ରି ହେବ। ଆସନ୍ତାକାଲି ଅପରାହ୍‌ଣ ୪ଟାରେ ଅନ୍‌ଲାଇନ୍‌ ମାଧ୍ୟମରେ ଟିକେଟ୍‌ ବିକ୍ରି ହେବ ବୋଲି ଓସିଏ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

ଫେବ୍ରୁଆରି ୯ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌‌ ନିମନ୍ତେ ଆଶାୟୀ କ୍ରିକେଟପ୍ରେମୀ ରବିବାର ଅପରାହ୍ନ ୪ଟାରୁ ଟିକଟ୍‌‌ ବୁକ୍‌‌ କରିପାରିବେ। ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍‌‌ ବ୍ରାଉଜରରେ zomato.in ଲଗ୍‌‌ ଇନ କରି ଟିକଟ୍‌‌ ବୁକ୍‌‌ କରିହେବ।

ବାରବାଟୀ ମୁକାବିଲା ନିମନ୍ତେ ଅଗଣିତ କ୍ରିକେଟପ୍ରେମୀ ଟିକଟକୁ ଅପେକ୍ଷା କରି ରହିଛନ୍ତି। ଆସନ୍ତାକାଲି ଅନ୍‌ଲାଇନ୍‌ରେ ପ୍ରଥମ ପର୍ଯ୍ୟାୟରେ ଟିକଟ୍‌‌ ଉପଲବ୍ଧ ହେବ। କାଉଣ୍ଟର ଖୋଲିବା ଆଗରୁ ଅନଲାଇନ୍‌‌ ଜରିଆରେ ଟିକଟ ବୁକିଂ ଆରମ୍ଭ ହେବ। ମୋଟ୍‌‌ ୪ହଜାର ଟିକଟ୍‌‌ ଅନଲାଇନ୍‌‌ରେ ବିକ୍ରି କରିବାକୁ ଓସିଏ ସ୍ଥିର ରହିଛି। ୨ ନମ୍ବର ଗ୍ୟାଲେରି ପାଇଁ ୧୦୭୦ଟି, ୪ ନମ୍ବର ଗ୍ୟାଲେରୀି ପାଇଁ ୧୦୮୦ଟି, ୭ ନମ୍ବର ଗ୍ୟାଲେରି ପାଇଁ ୧୫୦୦ଟି, ସ୍ପେଶିଆଲ ଏନକ୍ଲୋଜର ପାଇଁ ୨୦୦ଟି, ଏସି ବକ୍ସ ପାଇଁ ୫୦ଟି ଏବଂ ନ୍ୟୁ ପ୍ୟାଭିଲିୟନର ୧୦୦ଟି ଟିକଟ ରହିଛି। 

ଏହି ଖବର ପଢ଼ନ୍ତୁ: ବାରବାଟୀ ଦିନିକିଆ: ଫେବ୍ରୁଆରି ୨ରେ ଅନ୍‌ଲାଇନ୍‌, ୫-୬ରେ କାଉଣ୍ଟର ଟିକେଟ୍‌

ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍‌‌ ବ୍ରାଉଜରରେ zomato.in ଲଗ୍‌‌ ଇନ୍‌‌ କରିବା ନିମନ୍ତେ ମୋବାଇଲ ନମ୍ବର କିମ୍ବା ମେଲ୍‌‌ ଆଇଡିର ଆବଶ୍ୟକତା ରହିବ। ଓଟିପି ବ୍ୟବହାର କରି ପଞ୍ଜୀକରଣ କରିବାକୁ ପଡ଼ିବ। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ୍‌‌ ବୁକିଂ କରି ପାରିବ। ଲଗ୍‌‌ ଆଉଟ୍‌‌ କରି ପୁର୍ନବାର ଲଗ୍‌‌ ଇନ୍‌‌ କଲେ ମଧ୍ୟ ଆଉ ଟିକଟ୍‌‌ ବୁକିଂ ସମ୍ଭବପର ହେବନାହିଁ।  

ଏହି ଖବର ପଢ଼ନ୍ତୁ: ବାରବାଟୀ ଦିନିକିଆ: ଦର୍ଶକଙ୍କ ପାଇଁ ଧାର୍ଯ୍ୟ ହେଲା ଟିକେଟ୍‌ର ନୂଆ ଦର

ଅନଲାଇନ୍‌‌ରେ ଟିକଟ୍‌‌ କିଣିଥିବା ବ୍ୟକ୍ତିମାନେ ୭, ୮ ଓ ୯ ତାରିଖ ତିନି ଦିନ ଭିତରେ ଏହାକୁ କଟକର କେମ୍ବ୍ରିଜ ସ୍କୁଲ ଏବଂ ଭୁବନେଶ୍ୱରର କିଟ୍‌‌ ଆଥଲେଟିକ ଷ୍ଟାଡିୟମରୁ ସଂଗ୍ରହ କରିବେ। ୭ ଓ ୮ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବା ବେଳେ ୯ ତାରିଖ ତଥା ମ୍ୟାଚ୍‌‌ ଦିନ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe