Cricket: ଭାରତୀୟ ଦଳ ସହ ଯାତ୍ରା କରିପାରିବେନି ପରିବାର

Advertisment

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନିଜ ସହ ପରିବାରକୁ ରଖିବାକୁ ଭାରତୀୟ ଦଳର ଖେଳାଳିମାନେ ବିସିସିଆଇ ନିକଟରେ ଅନୁରୋଧ କରିଥିଲେ ବି ତାହାକୁ ଖାରଜ କରିଦିଆଯାଇଛି। ଏ ନେଇ ଖୁବଶୀଘ୍ର ଏକ ଔପଚାରିକ ନିର୍ଦ୍ଦେଶ ଜାରି କରାଯିବାର ସମ୍ଭାବନା ରହିଛି।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନିଜ ସହ ପରିବାରକୁ ରଖିବାକୁ ଭାରତୀୟ ଦଳର ଖେଳାଳିମାନେ ବିସିସିଆଇ ନିକଟରେ ଅନୁରୋଧ କରିଥିଲେ ବି ତାହାକୁ ଖାରଜ କରିଦିଆଯାଇଛି। ଏ ନେଇ ଖୁବଶୀଘ୍ର ଏକ ଔପଚାରିକ ନିର୍ଦ୍ଦେଶ ଜାରି କରାଯିବାର ସମ୍ଭାବନା ରହିଛି।

BCCI

Photograph: (BCCI)

ମୁମ୍ବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନିଜ ସହ ପରିବାରକୁ ରଖିବାକୁ ଭାରତୀୟ ଦଳର ଖେଳାଳିମାନେ ବିସିସିଆଇ ନିକଟରେ ଅନୁରୋଧ କରିଥିଲେ ବି ତାହାକୁ ଖାରଜ କରିଦିଆଯାଇଛି। ଏ ନେଇ ଖୁବଶୀଘ୍ର ଏକ ଔପଚାରିକ ନିର୍ଦ୍ଦେଶ ଜାରି କରାଯିବାର ସମ୍ଭାବନା ରହିଛି।

ଗତ ବର୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ୩-୧ରେ ପରାସ୍ତ ହେବା ପରେ ବିସିସିଆଇ ପକ୍ଷରୁ ଏକ ସଂଶୋଧିତ ଯାତ୍ରାନୀତି ଘୋଷଣା କରାଯାଇଥିଲା। ଏହା ଅନୁସାରେ ୪୫ ଦିନରୁ ଅଧିକ ଲମ୍ବା ଗସ୍ତ ପାଇଁ ଭାରତୀୟ ଖେଳାଳିମାନଙ୍କ ସହ ସେମାନଙ୍କ ପରିବାର ସର୍ବାଧିକ ଦୁଇ ସପ୍ତାହ ରହିପାରବେ। ସେହିପରି ସ୍ବଳ୍ପ ଅବଧି ଗସ୍ତ ପାଇଁ ପରିବାରଗୁଡ଼ିକ ସର୍ବାଧିକ ୭ ଦିନ ରହିପାରିବେ।

ଆହୁରି ପଢ଼ନ୍ତୁ: RBI: ନିୟମ କୋହଳ କଲା ରିଜର୍ଭ ବ୍ୟାଙ୍କ: ବିନା ବନ୍ଧକରେ ଏମଏସଇଙ୍କୁ ମିଳିବ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ

ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ବିସିସିଆଇର ଏହି ପଦକ୍ଷେପକୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ ପରିବାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି, କିନ୍ତୁ ଆମକୁ ଗୋଟିଏ କଥା ବୁଝିବାକୁ ହେବ ଯେ ଭାରତୀୟ ଦଳ ଏକ ଲକ୍ଷ୍ୟ ହାସଲ ପାଇଁ ଗସ୍ତ କରିଥାଏ, ଛୁଟି କଟାିବା ପାଇଁ ନୁହେଁ। ଏହି ଡ୍ରେସିଂ ରୁମରେ ରହି ଦେଶ ପାଇଁ ଗୌରବ ଅର୍ଜନ କରିବାର ସୌଭାଗ୍ୟ ଅଳ୍ପ ଲୋକଙ୍କ ଭାଗ୍ୟରେ ଜୁଟିଥାଏ।

ଆହୁରି ପଢ଼ନ୍ତୁ: Cricket: ନାମିବ୍ୟାକୁ ୭ ଓ୍ବିକେଟ୍‌ରେ ପରାସ୍ତ କଲା ନେଦରଲାଣ୍ଡସ୍‌

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ନିଜର ପ୍ରଥମ ମ୍ୟାଚରେ ଆମେରିକା(ୟୁଏସଏ)କୁ ୨୯ ରନରେ ପରାସ୍ତ କରିଥିଲା। ଭାରତ ନିଜର ପରବର୍ତ୍ତି ମ୍ୟାଚ ଫେବ୍ରୁଆରି ୧୨ରେ ନାମିବ୍ୟା ବିରୋଧରେ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe