ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଖେଳାଳିମାନଙ୍କ କେନ୍ଦ୍ରୀୟ କଣ୍ଟ୍ରାକ୍ଟ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି। ପ୍ରସ୍ତାବିତ ଯୋଜନା ଅନୁସାରେ ଏବେ ପ୍ରଚଳିତ ଏ-ପ୍ଲସ୍ ଗ୍ରେଡକୁ ହଟାଇ ଦିଆଯିବ ଓ କେବଳ ଏ, ବି ଓ ସି ଗ୍ରେଡ୍ ରହିବ। ଅଜିତ ଆଗରକରଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ଖେଳାଳିମାନଙ୍କ କେନ୍ଦ୍ରୀୟ କଣ୍ଟ୍ରାକ୍ଟ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ଓ ଏହି ପ୍ରସ୍ତାବ ଏବେ ବିଚାରାଧୀନ ରହିଛି। ବିସିସିଆଇର ପରବର୍ତ୍ତି ସର୍ବୋଚ୍ଚ ପରିଷଦ (ଆପେକ୍ସ କାଉନସିଲ୍) ବୈଠକରେ ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବ।
ଏହି ନୂଆ ବ୍ୟବସ୍ଥା ଲାଗୁ ହେଲେ ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡ଼େଜା ଓ ଯସପ୍ରୀତ ବୁମରା ପରି ବରିଷ୍ଠ ଖେଳାଳିଙ୍କ ଗ୍ରେଡ୍ ହ୍ରାସ ପାଇବ। ଏବେ ଏହି ତିନିଜଣ ଖେଳାଳି ଏ-ପ୍ଲସ ଗ୍ରେଡରେ ଅଛନ୍ତି। କିନ୍ତୁ ନୂଆ ବ୍ୟବସ୍ଥାରେ ସେମାନଙ୍କୁ ବି ଗ୍ରେଡରେ ରଖାଯିବ, ଅର୍ଥାତ୍ ପ୍ରାୟ ଏକ ଦଶନ୍ଧି ପରେ ସେମାନଙ୍କର ପଦାବନତି ହେବ। ବର୍ତ୍ତମାନ ଏ-ଗ୍ରେଡରେ କେଏଲ ରାହୁଲ, ଋଷଭ ପନ୍ତ, ମହମ୍ମଦ ସିରାଦ, ମହମ୍ମଦ ସାମି, ଶୁବମନ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି। ସେହିପରି ବି-ଗ୍ରେଡରେ ଅଛନ୍ତି ସୂର୍ଯ୍ୟକୁମାର ଯାଦବ, କୂଳଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ବୀ ଜୟସ୍ବାଲ ଓ ଶ୍ରେୟସ ଆୟର। ସେହିପରି ଗ୍ରେଡ ସିରେ ୧୯ ଜଣ ଖେଳାଳି ଅଛନ୍ତି। ଗ୍ରେଡ-ଏ ପ୍ଲସ୍ ଖେଳାଳିଙ୍କୁ ବର୍ଷକୁ ୭ କୋଟି ଟଙ୍କା ଦିଆଯାଉଥିବାବେଳେ ଗ୍ରେଡ୍-ଏ ଖେଳାଳିମାନଙ୍କୁ ବାର୍ଷିକ ୫ କୋଟି ଓ ଗ୍ରେଡ-ବି ଖେଳାଳିମାନଙ୍କୁ ୩ କୋଟି ଦିଆଯାଏ।
ଆହୁରି ପଢ଼ନ୍ତୁ: Cricket: ଆଇସିସି ଭାରତୀୟ କ୍ରିକେଟ୍ ବୋର୍ଡ ଚାପ ଆଗରେ ନଇଁଯାଏ: ବାଂଲାଦେଶ
ପରିବର୍ତ୍ତନ ନେଇ ବିସିସିଆଇ ଚିନ୍ତା
ଜାଡ଼େଜା ଟ୍ବେଣ୍ଟି-୨୦ରୁ ଅବସର ନେଇଥିବାବେଳେ ଦିନିକିଆରେ ତାଙ୍କର ପ୍ରଦର୍ଶନ ଭଲ ରହୁନାହିଁ। ସେହିପରି ବୁମରାଙ୍କୁ ଦ୍ବିପାକ୍ଷିକ ସିରିଜରେ ବିଶ୍ରାମ ଦିଆଯାଉଛି। ଏଣୁ ଏବେ ଟିମ ଇଣ୍ଡିଆରୋ କୌଣସି ଅଲ-ଫର୍ମାଟ୍ ଖେଳାଳି ନାହାନ୍ତି। ଏଣୁ ଏହି ପରିବର୍ତ୍ତନ ବିଷୟରେ ବିସିସିଆଇ ଚିନ୍ତା କରୁଛି।
ଆହୁରି ପଢ଼ନ୍ତୁ: Plane Crash: ରାଉରକେଲା ବିମାନ ଦୁର୍ଘଟଣା: ସୁସ୍ଥ ହୋଇ ଫେରିଲେ ନବୀନ
Follow Us